Advertisment

ଆଶା ଛାଡ଼ି ନାହାନ୍ତି, ବୈଠକ ପରେ ବୈଠକ କରୁଛନ୍ତି ସମୀର ଦାଶ

ସମୀର ରଞ୍ଜନ ଦାସ ଲଗାତାର ଭାବେ ନିମାପଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥର ଟିକଟ ମିଳିବ ବୋଲି ଭାବିଥିଲେ ଶ୍ରୀ ଦାଶ। ହେଲେ ବିଜେଡି ସୁପ୍ରିମୋ ତାଙ୍କୁ ଚକ୍‌ମା ଦେଇ ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା।

BJD

BJD

Advertisment

ଆଶା ଛାଡ଼ି ନାହାନ୍ତି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ। ପ୍ରାର୍ଥୀ ପରିବର୍ତ୍ତନ ପାଇଁ ବିଜେଡି ସୁପ୍ରିମୋଙ୍କ ଉପରେ ଚାପ ପକାଇବାକୁ ସମର୍ଥକଙ୍କୁ ଧରି କରୁଛନ୍ତି ବୈଠକ ପରେ ବୈଠକ। ଏବେ ମଧ୍ୟ ଶ୍ରୀ ଦାଶ ଆଶା ରଖି ରଖିଛନ୍ତି ନିମାପଡ଼ା ବିଧାୟକ ପ୍ରାର୍ଥୀ ବଦଳିବ ଓ ସେ(ସମୀର) କିମ୍ୱା ତାଙ୍କ ପତ୍ନୀ ବିଜେଡିରୁ ନିର୍ବାଚନ ଚଢ଼ିବେ।

Advertisment

ସମୀର ରଞ୍ଜନ ଦାସ ଲଗାତାର ଭାବେ ନିମାପଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥର ଟିକଟ ମିଳିବ ବୋଲି ଭାବିଥିଲେ ଶ୍ରୀ ଦାଶ। ହେଲେ ବିଜେଡି ସୁପ୍ରିମୋ ତାଙ୍କୁ ଚକ୍‌ମା ଦେଇ ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ଯାହାକୁ ନେଇ ସମୀର ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ବିଜେଡି ସୁପ୍ରିମୋଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ମାତ୍ର ସେଥିରେ ଫେଲ୍‌ ମାରିଥିଲେ। ପରେ ନିଜର ସମର୍ଥକଙ୍କୁ ଧରି ଏକ ବିରାଟ ସମାବେଶ କରିଥିଲେ। ଯେଉଁ ୩୦ ହଜାରୁ ଅଧିକ ଲୋକ ସାମିଲ୍‌ ହୋଇଥିଲେ। ହେଲେ ସେମିତି କିଛି ଫଳ ମିଳିନଥିଲା। କିନ୍ତୁ ସେ ନିରାଶ ହୋଇନାହାନ୍ତି।

ଶୁକ୍ରବାର ସମୀର ଦାଶ ନିମାପଡାର ଏକ ଘରୋଇ ମଣ୍ଡପରେ ବୈଠକ କରିଥିଲେ। ଯେଉଁଥିରେ ନିମାପଡା ବ୍ଲକ୍‌ ସଭାପତି ଅଶୋକ ସାହୁ, ନିମାପଡା ନଗର ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର, ନିମାପଡା ଓ ଗୋପ ୪୬ଟି ପଞ୍ଚାୟର ସଭାପତି, ନିମାପଡା ଏନ୍‌ଏସିର ୧୧ଟି ୱାର୍ଡ଼ର ସଭାପତି ଓ ଦଳର ଅନ୍ୟାନ୍ୟ କାର୍ଯ୍ୟକାର୍ତ୍ତାମାନେ ସାମିଲ ଥିଲେ। ବୈଠକ ଘଣ୍ଟାଏରୁ ଅଧିକ ସମୟ ଧରି ଚାଲିଥିଲା। ବିଜେଡି ସୁପ୍ରିମୋ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଦାବି କରିଥିଲେ।

Advertisment

ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର ଆରମ୍ଭ କରିଛନ୍ତି। ସେ ୨୧ ନମ୍ବର ଜୋନ୍‌ର ଚାରି ଛକରେ ସକ୍ତି ପ୍ରଦର୍ଶନ କରିଥିଲେ। ପରେ ଅର୍ଥାତ ଶୁକ୍ରବାର ଅପରାହ୍ନରେ ୧୮ ନମ୍ବର ଜୋନ୍‌ର ବଳଙ୍ଗା ମେଳଣ ପଡିଆଠାରେ ଆୟୋଜିତ ବିଜେଡି ମିଶ୍ରଣ ପର୍ବରେ ସାମିଲ୍‌ ହୋଇଥିଲେ। ସଭାରେ ସଭାପତିତ୍ୱ କରିଥିଲେ ୧୮ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା କୁଞ୍ଜଲତା ସାମଲ। ଅନ୍ୟଅତିଥିମାନଙ୍କ ମଧ୍ୟରେ ପୂର୍ବତନ ଗୋପ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନ୍‌ସିଲର ଧନୁର୍ଦ୍ଧର ଦାଶ, ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ନାୟକ, ରବୀନ୍ଦ୍ର ମଲ୍ଲିକ, ବିଜେଡି ଉପସଭାପତି ସତ୍ୟବାଦୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

BjD Samir Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe