Advertisment

ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ

ବିଜେଡି ଏଥର ସମୀରଙ୍କୁ ନିମାପଡ଼ାରୁ ଟିକେଟ ଦେଇ ନଥିଲା। ଫଳରେ ସେ ଅସନ୍ତୁଷ୍ଟ ଥିଲେ।

ଅଦ୍ୟତନ ହୋଇଛି
Samir Dash

Samir Dash

Advertisment

ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ସମୀରଙ୍କ ସହିତ ତାଙ୍କର ଅନେକ ସମର୍ଥକ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି।

Advertisment

ବିଜେପିରେ ସାମିଲ୍ ହେବା ପରେ ସମୀର ଦାଶ କହିଛନ୍ତି, ମୋ ଉପରେ ବିଜେଡି ନେତାଙ୍କ ଭରସା ରହିଲାନି। ନେତୃତ୍ୱଙ୍କ ଭରସା ନ ରହିଲେ ଦଳରେ କାର୍ଯ୍ୟ କରିବା ସମ୍ଭବ ନୁହେଁ। ମୋଦିଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି। ମୋଦି ଆତ୍ମବିଶ୍ୱାସ ଓ ଭରସାର ବାତାବରଣ ସୃଷ୍ଟି କରିଛନ୍ତି। ମୋଦି କେବଳ କୁହନ୍ତିନି, କାର୍ଯ୍ୟରେ କରି ଦେଖାନ୍ତି। ମୋତେ ଦଳ ଯେଉଁ ଦାୟିତ୍ୱ ଦେବ ନିଷ୍ଠାର ସହ ତୁଲାଇବି। ନିର୍ବାଚନ ବେଳେ ଓ ନିର୍ବାଚନ ପରେ ଯେଉଁ ଦାୟିତ୍ୱ ମିଳିବ ତୁଲାଇବି। 

ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମୀର ରଞ୍ଜନ ଦାଶ ବିଜେଡିରୁ ତାଙ୍କ ଇସ୍ତଫା କଥା ଘୋଷଣା କରିଥିଲେ। ଏହି ଭିଡିଓରେ ସେ କହିଥିଲେ, ୨୦୦୬ ମସିହାରୁ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛି। ଆଜିର ଦିନରେ ରାଜ୍ୟ ବିଜୁ ଜନତା ଦଳର ନେତା ମୋ ଉପରେ ଆସ୍ଥା ହରାଇଛନ୍ତି। ନିମାପଡ଼ା, ଗୋପ ବିଜେଡି ସଂଗଠନ ଉପରେ ଆସ୍ଥା ହରାଇଛନ୍ତି। ନେତା ଯେହେତୁ ମୋ ଉପରେ ଆସ୍ଥା ହରାଇଛନ୍ତି, ତେଣୁ ଦଳରେ ରହିବା ମୋ ପାଇଁ ସମୀଚୀନ ହେଉ ନାହିଁ। ସୁତରାଂ ଦଳର ପ୍ରାଥମିକ ପଦରୁ ଆଜି ଇସ୍ତଫା ଦେଉଛି। ମୁଁ ମୋର ଇସ୍ତଫାପତ୍ର ଦଳର ନେତା ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛି।  

Advertisment

୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ନିମାପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସମୀର। ଏଥର ଟିକେଟ କଟିବାରୁ ସେ ଅସନ୍ତୁଷ୍ଟ ଥିଲେ। ନିମାପଡ଼ାରେ ସେ ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ। ତଥାପି ଦଳ ତାଙ୍କୁ ଗୁରୁତ୍ୱ ଦେଇ ନଥିଲା। ଓଲଟି ଦଳ ସମୀର ଙ୍କୁ ପ୍ରାୟ ଦୁଇ ସପ୍ତାହ ତଳେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇ ନିମାପଡ଼ା ବିଧାନସଭା ଆସନ ପାଇଁ ଘୋଷିତ ଦଳୀୟ ଟିକେଟର ପୁନର୍ବିଚାର କରିବ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଥିଲା। ବିଜେଡି ଏଥର ଦିଲ୍ଲୀପ ନାୟକଙ୍କୁ ନିମାପଡ଼ାରୁ ବିଧାୟକ ପ୍ରାର୍ଥୀ କରିଛି। 

Bjp Samir Dash Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe