Advertisment

ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ ବନାମ ନୱାବ ମଲିକଙ୍କ ଝିଅ

ମହାରାଷ୍ଟ୍ରର ଅନୁଶକ୍ତି ନଗର ନିର୍ବାଚନ ମଣ୍ଡଳୀରେ ଉଭୟଙ୍କ ଲଢ଼େଇ ହେବ।

Election

Election

Advertisment

ଏନସିପି(ଅଜିତ ପାୱାର) ନେତା ନୱାବ ମଲିକଙ୍କ ଝିଅ ସାନା ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମଦଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ମହାରାଷ୍ଟ୍ରର ଅନୁଶକ୍ତି ନଗର ନିର୍ବାଚନ ମଣ୍ଡଳୀରେ ଉଭୟଙ୍କ ଲଢ଼େଇ ହେବ।

Advertisment

ଅହମଦ ଉକ୍ତ ଆସନରୁ ଶରଦ ପାୱାରଙ୍କ ଏନସିପିରୁ ପ୍ରାର୍ଥୀ ହୋଇଛନ୍ତି। ଉଭୟ ପ୍ରଥମଥର ପାଇଁ ମଧ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଅହମଦ ରବିବାର ହିଁ ଶରଦ ପାୱାରଙ୍କ ଏନସିପିରେ ଯୋଗ ଦେଇଥିବା ବେଳେ ଦଳ ତାଙ୍କୁ ଅନୁଶକ୍ତି ନଗରରୁ ପ୍ରାର୍ଥୀ କରିଛି।

ସାନା ସୋମବାର ଉକ୍ତ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବା ପରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅହମଦଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ମୁଁ ନୱାବ ମଲିକଙ୍କ ଝିଅ ଭାବେ ଗର୍ବିତ। ଯଦି ନୱାବ ମଲିକଙ୍କ ଝିଅ ଅନୁଶକ୍ତି ନଗରର ଝିଅ ହୋଇପାରିବ, ତା’ହେଲେ ଏହା ଜଣେ ଅଭିନେତ୍ରୀଙ୍କ ସ୍ୱାମୀ ହେବା ଠାରୁ ବହୁତ ଭଲ।”

Advertisment

ନୱାବ ମଲିକ ହେଉଛନ୍ତି ଅନୁଶକ୍ତି ନଗରର ବିଧାୟକ। ଚଳିତ ଥର ସେ ଅଜିତ ପାୱାରଙ୍କ ଏନସିପିରୁ ମନଖୁର୍ଦ-ଶିବାଜୀ ନଗର ଆସନରୁ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସାନାଙ୍କ କହିବା କଥା ସେ ଅନୁଶକ୍ତି ନଗରର ଲୋକଙ୍କ ପାଇଁ କଠିନ ପରିଶ୍ରମ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ଲୋକଙ୍କ ଭିଡ଼ ଏହାର ପ୍ରମାଣ ବୋଲି ସେ କହିଛନ୍ତି।

ସେ ୩୨ ବର୍ଷୀୟ ଫହାଦ ଅହମଦଙ୍କୁ ନିଜର ଶତ୍ରୁ ଭାବେ ବିବେଚନା କରୁ ନଥିବା କହିଛନ୍ତି। ୩୬ ବର୍ଷୀୟ ସାନା କହିଛନ୍ତି, “ଏହା ରାଜନୀତି। କେହି ଏଠାରେ ଶତ୍ରୁ ନୁହନ୍ତି। ଏଠାରେ କେବଳ ପ୍ରତିଦ୍ୱନ୍ଦ୍ୱୀ। ବର୍ତ୍ତମାନେ ସେମାନେ ପ୍ରତିପକ୍ଷ। ମୁଁ ଫହାଦଙ୍କ ବିଷୟରେ କିଛି ବି କହିବି ନାହିଁ।

କିନ୍ତୁ ଏଠାରେ ଥିବା ଲୋକମାନେ ମୋତେ କେବଳ ନୱାବ ମଲିକଙ୍କ ଝିଅ ଭାବେ ଜାଣିଛନ୍ତି। ପରବର୍ତ୍ତୀ ଅବସ୍ଥାରେ ସେମାନେ ମୋତେ ସେମାନଙ୍କ ଘରକୁ ଯାଉଥିବା, ଏକାଠି ଚା’ ପିଉଥିବା ଓ ସମସ୍ୟାକୁ ବୁଝୁଥିବା ଝିଅ ଭାବେ ଜାଣିବେ।”

ନୱାବ ମଲିକ ଏକଦା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିଲେ। ଏବେ ସେ ଜାମିନରେ ଅଛନ୍ତି। ପୂର୍ବରୁ ସେ ଶରଦ ପାୱାରଙ୍କ ସହ ଥିବା ବେଳେ ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡ଼ିକର ବ୍ୟବହାର କରି ବିରୋଧୀଙ୍କୁ ଗିରଫ କରୁଥିବା କହିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ଅଜିତ ପାୱାରଙ୍କ ସହ ବିଜେପି ନେତୃତ୍ୱାଧୀନ ମାହାୟୁତି ମେଣ୍ଟରେ ସାମିଲ ହୋଇଛନ୍ତି।

ଆସନ୍ତା ନଭେମ୍ବର ୨୦ରେ ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନରେ ନିର୍ବାଚନ ହେବ। ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Election Maharashtra Maharashtra Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe