Advertisment

ଏଚଆଇଭି ଓ କୁଷ୍ଠ ଭଳି ସନାତନ ଧର୍ମ ଗୋଟିଏ ସମାଜିକ ବ୍ୟାଧି: ଏ ରାଜା

ମାଲେରିୟା ଓ ଡେଙ୍ଗୁ ସହ କୌଣସି ସାମାଜିକ କଳଙ୍କ ଯୋଡ଼ି ହୋଇ ନାହିଁ। ମାଲେରିୟା ଓ ଡେଙ୍ଗୁ ସହ କୌଣସି ପ୍ରକାରର ଘୃଣା ଯୋଡ଼ି ହୋଇନାହିଁ କିମ୍ବା ଏହାକୁ ସାମାଜିକ ବ୍ୟାଧି ଭାବେ ବିବେଚନା କରାଯାଉନି ବୋଲି ସେ କହିଛନ୍ତି।

author-image
Hemant Lenka
A Raja

A Raja

ତାମିଲନାଡୁର କ୍ଷମତାସୀନ ଡିଏମକେର ଜଣଙ୍କ ପରେ ଜଣେ ନେତା ସନାତନ ଧର୍ମ ବିରୋଧରେ ବୟାନ ଦେଇ ଚାଲିଛନ୍ତି। ପ୍ରଥମେ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବିଲୋପ ପାଇଁ ଆହ୍ୱାନ ଦେଇଥିଲେ। ଏହାକୁ ନେଇ ବିବାଦ ଥମି ନଥିବା ବେଳେ ଏବେ ଡିଏମକେର ଏ ରାଜା ସନାତନ ଧର୍ମ ବିଷୟରେ ଅତ୍ୟନ୍ତ ବିବାଦୀୟ ଟିପ୍ପଣୀ କରିଛନ୍ତି। ସେ ସନାତନ ଧର୍ମକୁ ମାରାତ୍ମକ ଏଚଆଇଭି ଓ କୁଷ୍ଠ ସହ ସମାନ କରିଛନ୍ତି।

Advertisment

କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନା ବିରୋଧରେ ଡିଏମକେ ପକ୍ଷରୁ ଚେନ୍ନାଇରେ ବିକ୍ଷୋଭ କରାଯାଉଛି। ଏଥିରେ ଯୋଗଦେଇ ବୁଧବାର ରାଜା କହିଛନ୍ତି, “ସନାତନ ଧର୍ମକୁ ମାଲେରିୟା, ଡେଙ୍ଗୁ ଓ କରୋନା ଭଳି ବିଲୋପ କରାଯିବା ଦରକାର ବୋଲି ଉଦୟନିଧି ଯେତେବେଳେ କହିଥିଲେ ସେତେବେଳେ ସେ ବେଶ ଭଦ୍ର ଓ ନମ୍ର ଥିଲେ।

ମାଲେରିୟା ଓ ଡେଙ୍ଗୁ ସହ କୌଣସି ସାମାଜିକ କଳଙ୍କ ଯୋଡ଼ି ହୋଇ ନାହିଁ। ମାଲେରିୟା ଓ ଡେଙ୍ଗୁ ସହ କୌଣସି ପ୍ରକାରର ଘୃଣା ଯୋଡ଼ି ହୋଇନାହିଁ କିମ୍ବା ଏହାକୁ ସାମାଜିକ ବ୍ୟାଧି ଭାବେ ବିବେଚନା କରାଯାଉନି।

Advertisment

ପୂର୍ବ ସମୟରେ କୁଷ୍ଠକୁ ଘୃଣା ଦୃଷ୍ଟିରେ ଦେଖା ଯାଉଥିଲା ଓ ଏବେ ଏଚନଆଇଭିକୁ ସମାନ ଦୃଷ୍ଟିରେ ଦେଖାଯାଉଛି। ଆମେ ଯେତିକି ଜାଣିଛୁ, ସନାତନ ଧର୍ମକୁ ଏଚଆଭି ଓ କୁଷ୍ଠ ଭଳି ସାମାଜିକ ବ୍ୟାଧି ଭାବେ ବିବେଚନା କରାଯିବା ଦରକାର।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନାତନ ଧର୍ମ ସପକ୍ଷରେ ମତ ରଖିଥିବାରୁ ଏହାକୁ ତାଚ୍ଛଲ୍ୟ କରିଛନ୍ତି ରାଜା। ସେ କହିଛନ୍ତି, “ଯଦି ସେ ସନାତନ ଧର୍ମକୁ ଅନୁସରଣ କରୁଛନ୍ତି, ତା’ହେଲେ ବିଦେଶକୁ ଯିବା କଥା ନୁହେଁ। କାରଣ ଭଲ ହିନ୍ଦୁ କେବେ ହେଲେ ସମୁଦ୍ର ଅତିକ୍ରମ କରନ୍ତି ନାହିଁ।”

ଏ ରାଜା ସନାତନଧର୍ମ ଓ ବର୍ଣ୍ଣାଶ୍ରମ ଉପରେ ବିତର୍କ କରିବାକୁ ପୁଣିଥରେ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

PM Modi Tamilnadu DMK A Raja