Advertisment

୮୪୯୧୮ କୋଟି ଟଙ୍କାର ୧୨ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ୩୩ତମ ବୈଠକରେ ଏହି ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଅତିରିକ୍ତ ୪୨୨୮୧ଜଣଙ୍କୁ ଅତିରିକ୍ତ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି।

C.M Naveebn patnaik

C.M Naveebn patnaik

Advertisment

ରାଜ୍ୟରେ ୮୪୯୧୮ କୋଟି ଟଙ୍କାର ୧୨ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଆଜି ହାଇଲେଭଲ୍ କ୍ଲିଅରାନ୍ସ ଅଥରିଟି(ଏଚଏଲସିଏ)ଙ୍କ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ୩୩ତମ ବୈଠକରେ ଏହି ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଅତିରିକ୍ତ ୪୨୨୮୧ଜଣଙ୍କୁ ଅତିରିକ୍ତ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଏହି ୮୪୯୧୮.୭୫ କୋଟି ଟଙ୍କାର ପ୍ରକଳ୍ପ ଗ୍ରୀନ୍ ହାଇଡ୍ରୋଜେନ୍ , ଟେକ୍ସଟାଇଲ, ଷ୍ଟିଲ, ପାୱାର, ଅକ୍ଷୟ ଶକ୍ତି, କେମିକାଲ ଓ ପେଟ୍ରୋ କେମିକାଲ ଆଦି କ୍ଷେତ୍ରରେ ସ୍ଥାପନ ହେବ। ଏସବୁ ପ୍ରକଳ୍ପ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାପନ ହେବ ବୋଲି ଜଣାପଡ଼ିଛି।

ୱେଲସ୍ପୁନ୍ ଗ୍ରୁପ୍ ଦ୍ୱାରା ଚୌଦ୍ୱାରରେ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ଆଣ୍ଡ ଲଜିଷ୍ଟିକ କ୍ଷେତ୍ରରେ ୩୦୫୦କୋଟି ଟଙ୍କା ନିବେଶ କରିବ। ଏଥିରେ ପ୍ରାୟ ୨୦୨୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଷ୍ଟିଲ ଡାଉନଷ୍ଟ୍ରିମ କ୍ଷେତ୍ରରେ ୩୧୩୭କୋଟି ଟଙ୍କା ନିବେଶ କରି ୧ଲକ୍ଷ ଟନ୍ ଇଆଡବ୍ଲ୍ୟୁ ପାଇପ ସ୍ଥାପନ କରିବ। ଏହାଦ୍ୱାରା ଅତିରିକ୍ତ ୩୮୩୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ୱେଲସ୍ପୁନ୍ ନ୍ୟୁ ଏନର୍ଜି ଲିମିଟେଡ୍ ଦ୍ୱାରା କେନ୍ଦ୍ରାପଡ଼ାଠାରେ ବାର୍ଷିକ ୦.୭୦ ନିୟୁତ୍ ମେଟ୍ରିକ ଟନ୍ ଗ୍ରୀନ୍ ଆମୋନିଆ ମାନ୍ୟୁଫାକଚରିଂ ୟୁନିଟ୍ ସ୍ଥାପନ କରାଯିବ। ଏଥିରେ ୧୩୮୬୦କୋଟି ଟଙ୍କା ବିନିଯୋଗ ହେବ ଓ ପ୍ରାୟ ଏକ ହଜାର ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

Advertisment

ଏସବୁ ବ୍ୟତୀତ ସେମ୍ବକ୍ରପ୍ ଗ୍ରୀନ୍ ହାଇଡ୍ରୋଜନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଗୋପାଳପୁରଠାରେ ବାର୍ଷିକ ୦.୭୨ ନିୟୁତ ମେଟ୍ରିକ ଟନ୍ ଗ୍ରୀନ୍ ଆମୋନିଆ ମାନ୍ୟୁଫାକଚରିଂ ୟୁନିଟ୍ ସ୍ଥାପନ କରିବ। ଏଥିରେ ପ୍ରାୟ ୧୩ହଜାର କୋଟି ଟଙ୍କା କମ୍ପାନୀ ବିନିଯୋଗ କରିବ ଓ ୧୨୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ମାଲକାନଗିରିରେ ଗ୍ରୀନ୍ ମେଥନଲ ଓ ଗ୍ରୀନ୍ ହାଇଡ୍ରୋଜେନ କମ୍ପାନୀ ସ୍ଥାପନ ପାଇଁ ରିନ୍ୟୁଇଫୁଏଲ ପ୍ରାଃ ଲିମିଟେଡ୍ ୧୦୦୦୫କୋଟି ଟଙ୍କା ବିନିଯୋଗ କରିବ। ରାୟଗଡ଼ାରେ ଏହି କମ୍ପାନୀ ୯ହଜାର କୋଟି ଟଙ୍କା ବ୍ୟୟରେ ଗ୍ରୀନ୍ ହାଇଡ୍ରୋଜେନ ଓ ଗ୍ରୀନ୍ ମିଥେନଲ ମାନ୍ୟୁଫାକଚରିଂ ୟୁନିଟ୍ ମଧ୍ୟ ସ୍ଥାପନ କରିବ। ଏହାଦ୍ୱାରା ପ୍ରାୟ ୨୮୦୦ଜଣଙ୍କୁ ନିଯୁକ୍ତି ସୁଯୋଗ କମ୍ପାନୀ ଯୋଗାଇ ଦେବ।

ଇସ୍ପାତ କ୍ଷେତ୍ରରେ ଟାଟା ଷ୍ଟିଲ୍ ଦ୍ୱାରା ଢେଙ୍କାନାଳଠାରେ ବାର୍ଷିକ ୬.୫୦ ନିୟୁତ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ କଏଲ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିରେ ୧୦୩୫୧ କୋଟି ଟଙ୍କା ବିନିଯୋଗ ହେବ ଓ ୩୭୨୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।

ସେହିପରି ଓଡ଼ିଶା ମେଟାର୍ଲଜିକାଲ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍ ୫୨୦୦କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ାଠାରେ ବାର୍ଷିକ ୨ ନିୟୁତ ଟନ୍ ମେଗା ଇସ୍ପାତ ପ୍ଲାଣ୍ଟ, ୨୪୦ ମେଗାୱାଟ କ୍ୟାପଟିଭ ପ୍ଲାଣ୍ଟ ଓ ୧ନିୟୁତ ଟନ୍ ସିମେଂଟ ଗ୍ରାଇଣ୍ଡିଂ ୟୁନିଟ୍ ସ୍ଥାପନ କରିବ। ଏଥିରେ ୬ହଜାର ଲୋକଙ୍କୁ ଅତିରିକ୍ତ ନିୟୁକ୍ତି ମିଳିପାରିବ।

ସେହିପରି ଏନଟିପିସି ଦ୍ୱାରା ସୁନ୍ଦରଗଡ଼ଠାରେ ୮୦୦ ମେଗାୱାଟ୍ ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିରେ ଏନଟିପିସି ୯୨୦୮କୋଟି ଟଙ୍କା ବିନିଯୋଗ କରିବ ଓ ୧୩୬୬ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଲ ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଶାରଦା ନାୟକ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe