Advertisment

ବିଜେଡି ଛାଡ଼ିଲେ ସନ୍ଧ୍ୟାବତୀ; ଇସ୍ତଫାପତ୍ରରେ ନବୀନଙ୍କୁ ଲେଖିଲେ କଡ଼ା କଥା

ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସ୍ୱାର୍ଥ ଥିବା ଏକ କୋଟେରୀ ଗ୍ରୁପ୍ ଘେରି ରହୁଛନ୍ତି।

ଅଦ୍ୟତନ ହୋଇଛି
undefined

Naveen Pattnayak

Advertisment

ବିଜେଡି ଛାଡ଼ିଲେ ଆଉ ଜଣେ ବରିଷ୍ଠ ନେତ୍ରୀ। ପୂର୍ବତନ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

Advertisment

ନିଜ ଇସ୍ତଫାପତ୍ରରେ ନବୀନ ପଟ୍ଟନାୟକଙ୍କୁ କଡ଼ା କଥା ଶୁଣାଇଛନ୍ତି ସନ୍ଧ୍ୟାରାଣୀ। ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ସେ ଲେଖିଛନ୍ତି, ମୁଁ ଖୁବ୍ ଦୁଃଖର ସହିତ ଦଳରୁ ଇସ୍ତଫା ଦେଉଛି। କାରଣ ମୁଁ ଅନୁଭବ କରୁଛି ଯେ ଏକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଆପଣଙ୍କୁ ଘେରି ରହୁଥିବାରୁ ଆମ ସ୍ୱର ଆପଣଙ୍କ ପାଖରେ ପହଞ୍ଚି ପାରୁନାହିଁ। ଆମର ଅଭିଯୋଗ ଓ ପରାମର୍ଶ ଆଦି ଶୁଣିବାକୁ ଆପଣଙ୍କ ଦ୍ୱାର ଆମ ପାଇଁ ପୂରା ବନ୍ଦ ଭଳି ଅନୁଭବ ହେଉଥିବା ସେ କ୍ଷୋଭର ସହ ଲେଖିଛନ୍ତି।

ସେ ନିଜ ଇସ୍ତଫାପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି, ମୋତେ ଯେଉଁ କାମ ଦିଆଯାଇଛି, ତାକୁ ମୁଁ ସୂଚରୂ ରୂପେ ତୁଲାଇଛି। ମହିଳା ସଶକ୍ତିକରଣ ଓ ଶିଶୁ ଅଧିକାର ସୁରକ୍ଷା ଦିଗରେ ମୋତେ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ତାକୁ ମୁଁ ଆପଣଙ୍କ ନିର୍ଦ୍ଦେଶ ଓ ପରାମର୍ଶକ୍ରମେ ଭଲ ଭାବେ ସଂପାଦନ କରିଛି। ଏବେ ମୁଁ ଦଳର ସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି। ତେଣୁ ମୁଁ ଦୁଃଖର ସହିତ ବିଜୁ ଜନତା ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲି।   

Advertisment

ପୁରୀ ଜିଲ୍ଲାର ଜଣେ ବରିଷ୍ଠ ବିଜେଡି ନେତ୍ରୀ ଥିଲେ ସନ୍ଧ୍ୟାବତୀ। ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଉପାଧ୍ୟକ୍ଷ, ପୂର୍ବତନ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସହ ଏକାଧିକ କମିଟିର ବି ଦାୟିତ୍ୱ ସମ୍ଭାଳିଥିଲେ ସେ।

ସୂଚନାଯୋଗ୍ୟ, ନିକଟରେ ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର , କୋରେଇର ପୂର୍ବତନ ଆକାଶ ଦାସ ନାୟକ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡ଼ିଥିଲେ। 

BjD Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe