ଲୋକସେବା ଭବନରେ ଲାଗିଲା ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍‌

ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସାନିଟାରୀ ଭେଣ୍ଡିଂ ମେସିନକୁ ସ୍ଥାପନକୁ ଉଦଘାଟନ କରିବା ସହ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା ଓ ସହାୟକ କର୍ମକ୍ଷେତ୍ର ସୃଷ୍ଟି ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି କହିଛନ୍ତି ।

Loka Seva Bhavan

  • Published: Saturday, 16 November 2024
  • , Updated: 16 November 2024, 10:46 PM IST

 ମହିଳା କର୍ମଚାରୀମାନଙ୍କ ଉପଯୋଗ ନିମନ୍ତେ ରାଜ୍ୟ ସଚିବାଳୟ ବା ଲୋକସେବା ଭବନରେ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ ସାନିଟାରୀ ନାପକିନ୍ ଡିସପୋଜେବଲ ମେସିନ୍ ସ୍ଥାପନ କରାଯାଇଛି ।

ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସାନିଟାରୀ ଭେଣ୍ଡିଂ ମେସିନକୁ ସ୍ଥାପନକୁ ଉଦଘାଟନ କରିବା ସହ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା ଓ ସହାୟକ କର୍ମକ୍ଷେତ୍ର ସୃଷ୍ଟି ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି କହିଛନ୍ତି । ଲୋକସେବା ଭବନର ମହିଳା ଶୌଚାଳୟ କମ୍ପେ୍ଲକ୍ସ ଓ ଲେଡିଜ୍ କମନରୁମ୍ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏହି ମେସିନ୍ ଲଗାଯାଇଛି । ଖୁବଶୀଘ୍ର ସଚିବାଳୟ ବିଲିଡିଂର ସମସ୍ତ ମହିଳା ଶୌଚାଳୟରେ ଏହି ସୁବିଧା ଉପଲବ୍ଧ ହେବ । ଅଭିଯୋଗ ସମାଧାନ ପାଇଁ ଲୋକସେବା ଭବନକୁ ଆସୁଥିବା ମହିଳାମାନେ ମଧ୍ୟ ଏହି ସୁବିଧାକୁ ଉପଯୋଗ କରିପାରିବେ । ଶ୍ରୀମତୀ ପରିଡ଼ା ଲୋକସେବା ଭବନ ପରିସରରେ ଛୋଟ ପିଲାମାନଙ୍କ ପାଇଁ ଥିବା କ୍ରେଚ୍ ପରିଦର୍ଶନ ମଧ୍ୟ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ, ନଗର ଉନ୍ନୟନ ସଚିବ ଉଷା ପାଢ଼ୀ, ମହିଳା ଓ ଶିଶୁବିକାଶ ସଚିବ ଶୁଭା ଶର୍ମା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related story