Advertisment

‘ଜଗା ସହ ମିଶି ସଞ୍ଜୟ ଦାସବର୍ମା ମୋ ସ୍ୱାମୀଙ୍କୁ ମାରିଦେଇଛି’

ପୁରୀ (ଓଡ଼ିଶା ରିପୋର୍ଟର): “ଜଗା ସହ ମିଶି ସଞ୍ଜୟ ଦାସବର୍ମା ମୋ ସ୍ୱାମୀଙ୍କୁ ମାରିଦେଇଛି। ତେଣୁ ତଦନ୍ତରେ ସଞ୍ଜୟ ଦାସବର୍ମା ଓ ଜଗାକୁ ସାମିଲ କରାଯାଇ ମୋତେ ନ୍ୟାୟ ପ୍ରଦାନ କରାଯାଉ।” ଆଜି ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ପତ୍ନୀ। ହେଲେ ଏପରି ଅଭିଯୋଗକୁ ସଞ୍ଜୟ ଦାସବର୍ମା ଖଣ୍ଡନ କରିଛନ୍ତି। ମୃତ ଚିତ୍ତଙ୍କ ପତ୍ନୀ କହିଛନ୍ତି-“ମୋ ସ୍ୱାମୀ ଘରକୁ ନଫେରିବାରୁ ସଦର […]

author-image
Manoranjan Sial
ଅଦ୍ୟତନ ହୋଇଛି
‘ଜଗା ସହ ମିଶି ସଞ୍ଜୟ ଦାସବର୍ମା ମୋ ସ୍ୱାମୀଙ୍କୁ ମାରିଦେଇଛି’

Sanjay and Chittaranjan Wife

ପୁରୀ (ଓଡ଼ିଶା ରିପୋର୍ଟର): “ଜଗା ସହ ମିଶି ସଞ୍ଜୟ ଦାସବର୍ମା ମୋ ସ୍ୱାମୀଙ୍କୁ ମାରିଦେଇଛି। ତେଣୁ ତଦନ୍ତରେ ସଞ୍ଜୟ ଦାସବର୍ମା ଓ ଜଗାକୁ ସାମିଲ କରାଯାଇ ମୋତେ ନ୍ୟାୟ ପ୍ରଦାନ କରାଯାଉ।” ଆଜି ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ପତ୍ନୀ। ହେଲେ ଏପରି ଅଭିଯୋଗକୁ ସଞ୍ଜୟ ଦାସବର୍ମା ଖଣ୍ଡନ କରିଛନ୍ତି।

Advertisment

ମୃତ ଚିତ୍ତଙ୍କ ପତ୍ନୀ କହିଛନ୍ତି-“ମୋ ସ୍ୱାମୀ ଘରକୁ ନଫେରିବାରୁ ସଦର ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲି। ସେଠାରେ ସଞ୍ଜୟ ଦାସବର୍ମା ଥିଲେ। ସେ ମୋତେ ବୁଝାଇ ଫେରାଇ ଦେଲେ। କହିଥିଲେ, ଦିନ ୧୧ଟା ସୁଦ୍ଧା ଘରେ ପହଞ୍ଚି ଯିବ। ଜଗା ଓ ସଞ୍ଜୟ ଦାସବର୍ମା ମିଳିମିଶି ତାଙ୍କୁ ମାରିଦେଇଛନ୍ତି। ତେଣୁ ତଦନ୍ତ ଉଭୟଙ୍କୁ ସାମିଲ୍‌ କରାଯାଉ। ମୋତେ ନ୍ୟାୟ ପ୍ରଦାନ କରାଯାଉ।”

ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ହେଉଛନ୍ତି ବ୍ରହ୍ମଗିରି ବ୍ଲକ ସାନବନ୍ଧକେରା ଗ୍ରାମର ଚିତ୍ତରଞ୍ଜନ ପଲେଇ। ଗତ ଦୁଇ ଦିନ ହେଲା ଚିତ୍ତରଞ୍ଜନଙ୍କ ପତ୍ତା ମିଳୁନଥିଲା। ପରିବାର ଲୋକ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପୁଅକୁ ନପାଇ ପରିବାର ଲୋକ ଦାସବର୍ମାଙ୍କ ସହିତ ଯୋଗାଯୋଗ କରିଥିଲେ। ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ଚିତ୍ତ ଘରକୁ ଫେରିବ ବୋଲି ଦାସବର୍ମା କୁଆଡ଼େ ପ୍ରତିଶ୍ରୁତି ଦେଇଥିଲେ।

Advertisment

ଆଜି ମିଳିଲା ଚିତ୍ତଙ୍କ ମୃତଶରୀର। ଚିତ୍ତରଞ୍ଜନଙ୍କ ମୃତଦେହ ପୁରୀ ଭାର୍ଗବୀ-ନୂଆନଈଠାରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଖୋଳତାଡ଼ ଆରମ୍ଭ କରିଛି। ମୃତ ବ୍ୟକ୍ତି ଜଣକ ଚିତ୍ତରଞ୍ଜନ ପଲେଇ ବୋଲି ଜଣାପଡ଼ିଥିଲା। ପୁରୀ ସଦର ଥାନା ଗଡ଼ମୃଗଶିର ବ୍ରିଜ୍‌ ନିକଟରେ ଘଟିଥିବା ବାଇକ୍‌ ଦୁର୍ଘଟଣାରେ ଚିତ୍ତଙ୍କ ମୃତ୍ୟୁ ଘଟିଥିବା ଆଲୋଚନା ହେଉଥିବା ବେଳେ ପରିବାର ଲୋକ ଏହାକୁ ଖଣ୍ଡନ କରିଛନ୍ତି। ଷଡ଼ଯନ୍ତ୍ର କରି ଚିତ୍ତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ ଚିତ୍ତଙ୍କ ବଡ଼ବାପାଙ୍କ କହିବା ଅନୁସାରେ ଜଗା ଷଡଙ୍ଗୀଙ୍କ ଘରେ ଏକ ଭୋଜି ଆୟୋଜନ କରାଯାଇଥିଲା। ଭୋଜି ଖାଇବା ପାଇଁ ଜଗାଙ୍କ ଗାଡ଼ିରେ ଚିତ୍ତକୁ ନେଇ ଯାଉଥିଲେ। ତେବେ ଗଡ଼ମୃଗଶିର ବ୍ରିଜ୍‌ ନିକଟରେ ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରି ମୃତଦେହକୁ ନଦୀକୁ ଫିଙ୍ଗି ଦିଆଯାଇଥିବା ଚିତ୍ତଙ୍କ ବଡ଼ବାପା ଅଭିଯୋଗ କରିଛନ୍ତି।

ବିରୋଧରେ ଆସିଥିବା ଅଭିଯୋଗ ଜବାବ ରଖିଛନ୍ତି ଦାସବର୍ମା। ସେ କହିଛନ୍ତି-“ଚିତ୍ତରଞ୍ଜନ ପଲେଇଙ୍କ ଅକାଳ ବିୟୋଗ ଯୋଗୁ ମୁଁ ଅତ୍ୟନ୍ତ ମର୍ମାହତ। ତାଙ୍କ ପରିବାର ଓ ଜ୍ଞାତିକୁଟୁମ୍ୱଙ୍କୁ ସମବେଦନା ଜଣାଉଛି। ଏ ଦୁଃଖକୁ ସହିବା ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ଶକ୍ତି ଦିଅନ୍ତୁ। ଏହି ଘଟଣାର ଅଭିଯୋଗ ଓ ପ୍ରତ୍ୟାଭିଯୋଗ ହେଉଛି। ମୁଁ ଆଶା କରୁଛି, ସମସ୍ତ କଥା ତଦନ୍ତ ପରେ ସ୍ପଷ୍ଟ ହେବ।”