ସଞ୍ଜୟଙ୍କ ନିର୍ବାସନ ସରିଲା, ମିଳିଲା ଦାୟିତ୍ୱ , ଚର୍ଚ୍ଚାରେ ବିବାଦୀୟ ପ୍ରତାପ ଜେନାଙ୍କ ନିଯୁକ୍ତି

ପ୍ରାୟ ଅଢ଼େଇ ବର୍ଷର ସାଂଗଠନିକ ନିର୍ବାସନର ଅନ୍ତ ହୋଇଛି । ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପୁଣିଥରେ ସକ୍ରିୟ ସାଂଗଠନିକ ଭୂମିକାକୁ ଫେରିଛନ୍ତି ।

Sanjaya Das Burma & Pratap Jena

ସଞ୍ଜୟ ଦାସବର୍ମା ଓ ପ୍ରତାପ ଜେନା।

Ordigital Desk
  • Published: Thursday, 02 November 2023
  • Updated: 02 November 2023, 03:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ଅଢ଼େଇ ବର୍ଷର ସାଂଗଠନିକ ନିର୍ବାସନର ଅନ୍ତ ହୋଇଛି । ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପୁଣିଥରେ ସକ୍ରିୟ ସାଂଗଠନିକ ଭୂମିକାକୁ ଫେରିଛନ୍ତି । ତାଙ୍କୁ ଦୀର୍ଘଦିନ ଧରି କୋଣଠେସା କରିଥିବା ବିଜେଡି ରଣନୀତିକାର ଏବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଞ୍ଜୟଙ୍କୁ ପୁଣିଥରେ ସକ୍ରିୟ ସାଂଗଠନିକ ଦାୟିତ୍ୱ ନ୍ୟସ୍ତ କରିବାକୁ ଏକରକମ ବାଧ୍ୟ ହୋଇଛନ୍ତି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗୃହ ଜିଲ୍ଲା ତଥା ସାଂଗଠନିକ ଅନ୍ତଃକନ୍ଦଳ(ବିଜେଡି)ରେ ଲିପ୍ତ ଭଦ୍ରକ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଭାବେ ସଞ୍ଜୟଙ୍କୁ ନିଯୁକ୍ତି ମିଳିଛି । ସେହିପରି ମାହାଙ୍ଗା ଡବଲ ମର୍ଡର ମାମଲାରେ ଅଭିଯୁକ୍ତ ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ପ୍ରତାପ ପୂର୍ବରୁ ଭଦ୍ରକର ପର୍ଯ୍ୟବେକ୍ଷକ ଥିଲେ । ବିଜେଡି ତାଙ୍କୁ ସାଂଗଠନିକ ଦାୟିତ୍ୱମୁକ୍ତ କରିବାକୁ ସାହାସ କରିପାରିନି । ପ୍ରମିଳା ମଲ୍ଲିକ ବାଚସ୍ପତି ହେବାପରେ କେନ୍ଦ୍ରାପଡ଼ା ବିଜେଡି ପର୍ଯ୍ୟବେକ୍ଷକ ପଦ ଖାଲି ପଡ଼ିଥିଲା ।

Also Read

ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କୁ ପୁଣିଥରେ ସକ୍ରିୟ ସାଂଗଠନିକ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ଦାସବର୍ମାଙ୍କୁ ୨୦୨୧ ଜୁନ୍ ମାସରେ ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ଏବଂ ୨୦୨୨ ଜୁନ୍ ମାସରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା । ସଞ୍ଜୟଙ୍କ ଭଳି ବରିଷ୍ଠ ନେତାଙ୍କୁ ପ୍ରାୟ ୨ବର୍ଷ ଧରି ଏକରକମ କୋଣଠେସା କରି ରଖାଯାଇଥିଲା ।

ମାତ୍ର ଏବେ ସାଧାରଣ ନିର୍ବାଚନ ପୂର୍ବରୁ ସଞ୍ଜୟଙ୍କୁ ସକ୍ରିୟ ସାଂଗଠନିକ ଦାୟିତ୍ୱ ନ୍ୟସ୍ତ ହୋଇଛି । ତାଙ୍କୁ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ବିଜେଡି ସୁପ୍ରିମୋ ନିଯୁକ୍ତି ଦେଇଛନ୍ତି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗୃହ ଜିଲ୍ଲାରେ ସଞ୍ଜୟଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଦାୟିତ୍ୱ ଦେଇ ଦଳ ସେଠାରେ ବିଜେପିର ପ୍ରଭାବ ହ୍ରାସ ପାଇଁ ରଣନୀତି ପ୍ରସ୍ତୁତ କରିଛି । ଦଳୀୟ ଅନ୍ତଃକନ୍ଦଳ ଯୋଗୁ ଭଦ୍ରକରେ ବିଜେଡି ବ୍ୟାକଫୁଟରେ ରହିଛି । ଯେଉଁଥିପାଇଁ ଦଳକୁ ଧାମନଗରରେ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା ।

ଏବେ ଭଦ୍ରକର ସ୍ଥିତି ସଜାଡ଼ିବାକୁ ସଞ୍ଜୟଙ୍କ ଉପରେ ଦଳ ଭରସା କରିଛି । ସଞ୍ଜୟଙ୍କୁ ୨୦୨୧ ଜୁନ୍ ମାସରେ ଅଚାନକ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ଦଳ ହଟାଇ ଦେଇଥିଲା ।

ମାତ୍ର ତାଙ୍କର ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ପଦ ବଜାୟ ରହିଥିଲା । ନିର୍ବାସନରୁ ସଞ୍ଜୟଙ୍କୁ ଆଣି ତାଙ୍କୁ ସକ୍ରିୟ ଭୂମିକା ଦେଇ ପୁରୀ ଜିଲ୍ଲାରେ ନିର୍ବାଚନୀ ସଫଳତା ପାଇଁ ବିଜେଡି ଏବେଠୁ ରଣନୀତି ପ୍ରସ୍ତୁତ କରିଛି ।

ଏହି ନୂଆ ଦାୟିତ୍ୱ ମିଳିବା ପରେ ପ୍ରତିକ୍ରିୟା ଦେଇ ଶ୍ରୀ ଦାସବର୍ମା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ନିଷ୍ଠା ଓ ଆନ୍ତରିକତାର ସହ ନିର୍ବାହ କରିଛି । ଏବେ ଯେଉଁ ଦାୟିତ୍ୱ ମିଳିଛି ତାକୁ ପୂର୍ବଭଳି ନିଜ ସାଧ୍ୟମତେ ନିର୍ବାହ କରିବି । ତାଙ୍କ ଉପରେ ଭରସା ଓ ଆସ୍ଥା ପ୍ରକଟ କରିଥିବାରୁ ସେ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସେହିପରି ଭଦ୍ରକର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ ହୋଇଛି । ମାହାଙ୍ଗା ଡବଲ ମର୍ଡର ମାମଲାରେ ଅଭିଯୁକ୍ତ ପ୍ରତାପ ଜେନା ଏବେ ଆଇନଗତ ବିବାଦ ଭିତରେ ଫସି ରହିଛନ୍ତି । ନିର୍ବାଚନୀ ବର୍ଷରେ ବିବାଦ ସତ୍ତ୍ୱେ ଦଳ ପ୍ରତାପଙ୍କୁ ଏଭଳି ଏକ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରିଛି ଯାହାର ଲୋକସଭା କ୍ଷେତ୍ର ଅଧୀନରେ ତାଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ଆସୁଛି । ଅର୍ଥାତ୍ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରତାପଙ୍କ ମାହାଙ୍ଗା ନିର୍ବାଚନମଣ୍ଡଳୀ ରହିଛି ।

ବିଜେଡି ସୂତ୍ର ଅନୁସାରେ, ସାଧାରଣ ନିର୍ବାଚନ ପୂର୍ବରୁ ଦଳ ନିଜର ସବୁ ଗୋଷ୍ଠୀର ନେତାମାନଙ୍କୁ ଏକଜୁଟ କରିବା ନିମନ୍ତେ ପ୍ରୟାସ କରୁଛି । ସଞ୍ଜୟଙ୍କ ଭଳି ପୁରୁଖା ନେତାମାନଙ୍କୁ ସକ୍ରିୟ ସାଂଗଠନିକ କାର୍ଯ୍ୟରେ ଉପଯୋଗ କରିବାର ଫାଇଦା ଦଳକୁ ନିଶ୍ଚିତ ମିଳିବ ।

ଯେଉଁ ଗୋଷ୍ଠୀ ଗତ କିଛିବର୍ଷ ଧରି ଦଳୀୟ ସାଂଗଠନିକ କାର୍ଯ୍ୟ ଉପରେ ନିଜର ହାକିମାତି ଦେଖାଇବାକୁ ପ୍ରୟାସ କରୁଛନ୍ତି, ସେମାନଙ୍କ ରାଜନୀତିକ ଅସ୍ତିତ୍ୱ ଓ ଲୋକପ୍ରିୟତା ଯେ ନାହିଁ ତାହା ବିଜେଡି ନେତୃତ୍ୱ ଓ ରଣନୀତିକାର ବୁଝିସାରିଲେଣି ।

ଏବେ ଦଳ ନିଜର ଘରସଜଡ଼ା ପର୍ବ ଆରମ୍ଭ କରିଛି ଓ ଚଳିତବର୍ଷ ଶେଷ ସୁଦ୍ଧା ଅଣଦେଖା ହୋଇ ରହିଥିବା ବରିଷ୍ଠ ନେତାମାନଙ୍କୁ ସକ୍ରିୟ କରାଇବାକୁ ବିଜେଡି ନେତୃତ୍ୱ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story