Advertisment

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କିଏ ହେବେ ପ୍ରାର୍ଥୀ ?

ସଂଜୟ ଦାସବର୍ମାଙ୍କ ଭିଡିଓ ଭାଇରାଲ। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଲା ବିଜେଡି କଳି।

author-image
Manoj Swain
ଅଦ୍ୟତନ ହୋଇଛି

ସତ୍ୟବାଦୀରୁ ବିଜେଡି ପ୍ରାର୍ଥୀ ହେଉଥିବା ନେଇ ସଂଜୟ ଦାସବର୍ମାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ସତ୍ୟବାଦୀରୁ ସେ ବିଜେଡି ପ୍ରାର୍ଥୀ ହେଉଥିବା ସଂଜୟ କହୁଥିବା ଦେଖାଯାଇଥିଲା। ଉମାଙ୍କୁ ବ୍ରହ୍ମଗିରି ପଠାଯିବ ଓ ସେ ସତ୍ୟବାଦୀରୁ ପ୍ରାର୍ଥୀ ହେଉଥିବା କହିଥିଲେ। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଲା ବିଜେଡି କଳି। ତେବେ ସଂଜୟ ଦାସବର୍ମାଙ୍କ ଭିଡିଓ ଭାଇରାଲ ପରେ ଉମା ସାମନ୍ତରାୟଙ୍କ କଡ଼ା ଟିପ୍ପଣୀ। କିଏ କଣ କହିଲା ସେଥିରେ ଯାଏ ଆସେ ନାହିଁ କହିଲେ ବିଧାୟକ ଉମା ସାମନ୍ତରାୟ। ସତ୍ୟବାଦୀରେ ବିଜେଡି ଖାତା ମୁଁ ଖୋଲିଥିଲି ବୋଲି କହିଲେ ଉମା। 

Advertisment
BjD Puri Odisha