Advertisment

ସଞ୍ଜୟ ରାଉତଙ୍କ ବିସ୍ଫୋରକ ବୟାନ, ପରାଜୟ ପାଇଁ ପୂର୍ବତନ CJI ଦାୟୀ

ମହାରାଷ୍ଟ୍ରରେ ପରାଜୟ ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଦାୟୀ କରିଛନ୍ତି ସଞ୍ଜୟ ରାଉତ।

author-image
Debibandita Barick
DY Chandrachud & Sanjay Raut

DY Chandrachud & Sanjay Raut

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ଶିବସେନା (ଉଦ୍ଧବ ଠାକରେ, UBT) ନେତା ସଞ୍ଜୟ ରାଉତ ବିସ୍ଫୋରକ ବୟାନ ଦେଇଛନ୍ତି। ମହାବିକାଶ ଅଘାଡି ଦଳର ପରାଜୟ ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଦାୟୀ ବୋଲି ସେ  ଦାବି କରିଛନ୍ତି। 

Advertisment

ବିଧାନସଭା ନିର୍ବାଚନରେ ବିଜେପିର ନେତୃତ୍ୱାଧୀନ ଶାସକ ଏନଡିଏ ମିଳିତ ମଞ୍ଚ (ମହାୟୁତି) ୨୩୫ଟି ଆସନ ସହ ବଡ଼ ବିଜୟ ହାସଲ କରି ଥିବାବେଳେ ବିରୋଧୀ ମହାବିକାଶ ଅଘାଡି ମାତ୍ର ୪୯ଟି ଆସନ ପାଇଛନ୍ତି। ସେହିପରି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ମାତ୍ର 20ଟି ସିଟ୍ ପାଇ ଥିବାବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ୫୭ଟି ଆସନରେ ବିଜୟୀ ହୋଇଛି।

ଏହି ଫଳାଫଳକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସଞ୍ଜୟ ରାଉତ। EVMକୁ ଦାୟୀ କରିବା ସହ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ବିରୁଦ୍ଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି, ତାହା ପୁଣି ବିନା କୌଣସି ପ୍ରମାଣରେ।

Advertisment

ଫଳାଫଳ ପ୍ରକାଶ ପାଇବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୟ ରାଉତ କହିଛନ୍ତି, "ନିର୍ବାଚନ ପ୍ରକ୍ରିୟାର ପୁନଃମୂଲ୍ୟାଙ୍କନ କରିବାକୁ ମୁଁ ଆହ୍ୱାନ କରୁଛି। ବାଲାଟ୍ ପେପରରେ ନିର୍ବାଚନ କରନ୍ତୁ, ତା ପରେ ସମାନ ରେଜଲ୍ଟ କରି ଦେଖାନ୍ତୁ।"

ଏହାପରେ ସେ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଆକ୍ଷେପ କରି କହିଥିଲେ, "ମହାରାଷ୍ଟ୍ରରେ ଘଟିଥିବା ଏସବୁ ଘଟଣା ପାଇଁ ଚନ୍ଦ୍ରଚୂଡ଼ ଦାୟୀ।" କିନ୍ତୁ ଏପରି ସଙ୍ଗୀନ ଅଭିଯୋଗ ଉପରେ ସେ କୌଣସି ବିସ୍ତୃତ ବିବରଣୀ ଦେଇନାହାନ୍ତି ସଞ୍ଜୟ ରାଉତ। 

CJI Sanjay Raut DY Chandrachud Maharashtra Poll