Advertisment

'୨୦୨୪ ନିର୍ବାଚନରେ ଭଗବାନ ରାମଙ୍କୁ ପ୍ରାର୍ଥୀ ଘୋଷଣା କରିବ ବିଜେପି'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତରେ ଥିବା ବେଳେ ଶିବସେନା ନେତା ବିଜେପିକୁ ଟାର୍ଗେଟ କରି ଏଭଳି କିଛି ବୟାନ ଦେଇଛନ୍ତି।

Sanjay Raut

Sanjay Raut

Advertisment

'ଏଥର ୨୦୨୪ ନିର୍ବାଚନରେ ଭଗବାନ ରାମଙ୍କୁ ପ୍ରାର୍ଥୀ କରିବ ବିଜେପି।' ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଏଭଳି କିଛି ବିଜେପିକୁ ଟାର୍ଗେଟ୍ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।

Advertisment

ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ତେବେ ଏହି ଉତ୍ସବକୁ ନେଇ ଏବେ ରାଜନୀତି ଜୋର ଧରିଛି। ବିଜେପି ଏହି ଉତ୍ସବକୁ ରାଜନୈତିକ ଏଜେଣ୍ଡା ବନାଇଥିବା ଶିବସେନା ନେତା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି। ସେ ବିଜେପିକୁ କଟାକ୍ଷ କରି କହିଛନ୍ତି, '୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଭଗବାନ ରାମଙ୍କୁ ନିଜ ପ୍ରାର୍ଥୀ ଘୋଷଣା କରିପାରେ। ଭଗବାନ ରାମଙ୍କ ନାଁରେ ରାଜନୀତି କରାଯାଉଛି।' ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତରେ ଥିବା ବେଳେ ଶିବସେନା ନେତା ବିଜେପିକୁ ଟାର୍ଗେଟ କରି ଏଭଳି କିଛି ବୟାନ ଦେଇଛନ୍ତି।

ଏହାପୂର୍ବରୁ ମଧ୍ୟ ସଞ୍ଜୟ ରାଉତ ରାମ ମନ୍ଦିର ଉତ୍ସବକୁ ନେଇ ବିଜେପି ଟାର୍ଗେଟ କରିଥିଲେ। ସେ କହିଥିଲେ ଜାନୁଆରୀ ୨୨ ତାରିଖର ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ହେଉଛି ବିଜେପିର କାର୍ଯ୍ୟକ୍ରମ। ସେ ବିଜେପିର ଏହି କାର୍ଯ୍ୟକ୍ରମରେ ଯୋଗ ଦେବେନି ବୋଲି ସଫା ସଫା ମନା କରିଦେଇଥିଲେ। ଏହା କୌଣସି ଜାତୀୟ କାର୍ଯ୍ୟକ୍ରମ ନୁହେଁ। ବିଜେପି ଏହି ଉତ୍ସବକୁ ନେଇ ଅନେକ ରାଲି ଓ ପ୍ରଚାର ପ୍ରସାର କରୁଛି। କିନ୍ତୁ ଏଥିରେ ପବିତ୍ରତା କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ବିଜେପି ପ୍ରଭୁ ରାମକୁ ଏକ ପ୍ରକାରର ଅପହରଣ କରିନେଇଥିବା ସେ ଅଭିଯୋଗ ଆଣିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ପୂରା ଉତ୍ସବ ମୁଖର ହୋଇପଡିଛି। ତେବେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତରେ ଯାଇଛନ୍ତି। ସେଠାରେ ସେ ଅନେକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।

Bjp Ayodhya Ram Mandir Shiv Sena Sanjay Raut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe