Advertisment

ଇଣ୍ତିଆ ବ୍ଲକର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଏମିତି କହିଲେ ସଞ୍ଜୟ ରାଉତ

ଯଦି ବିରୋଧୀ ମେଣ୍ଟ ଇଣ୍ଡିଆକୁ ସରକାର ଗଠନ ପାଇଁ ସୁଯୋଗ ମିଳିବ, ତା’ହେଲେ କିଏ ପ୍ରଧାନମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି।

author-image
Hemant Lenka
Rahul Gandhi

Rahul Gandhi

ଚଳିତ ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଇଣ୍ଡିଆ ଆଶା ଠାରୁ ଭଲ ପ୍ରଦର୍ଶନ କରିଛି। ଦେଶରେ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳି ନଥିବାରୁ ମେଣ୍ଟ ରାଜନୀତି ଫେରିଛି। ଯଦି ବିରୋଧୀ ମେଣ୍ଟ ଇଣ୍ଡିଆକୁ ସରକାର ଗଠନ ପାଇଁ ସୁଯୋଗ ମିଳିବ, ତା’ହେଲେ କିଏ ପ୍ରଧାନମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି।

Advertisment

ଏସବୁ ଭିତରେ ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ସପକ୍ଷରେ ମତ ରଖିଛନ୍ତି। ସେ କହିଛନ୍ତି, “ଯଦି ରାହୁଲ ଗାନ୍ଧି ନେତୃତ୍ୱ ନେବା ପ୍ରସ୍ତାବକୁ ଗ୍ରହଣ କରନ୍ତି, ତା’ହେଲେ ଆମେ କାହିଁକି ଆପତ୍ତି କରିବୁ?

ସେ ନିଜକୁ ଏକାଧିକ ଥର ଜଣେ ଜାତୀୟ ନେତା ଭାବେ ପ୍ରମାଣିତ କରି ସାରିଛନ୍ତି। ସେ ଜଣେ ଲୋକପ୍ରିୟ ନେତା। ଆମେ ସମସ୍ତେ ତାଙ୍କୁ ଚାହୁଁଛୁ ଓ ଭଲ ପାଉଛୁ। ମେଣ୍ଟରେ କୌଣସି ପ୍ରକାରର ଆପତ୍ତି କିମ୍ବା ମତପାର୍ଥକ୍ୟ ନାହିଁ?”

Advertisment

ମୁମ୍ବାଇରେ ସଞ୍ଜୟ ରାଉତ ଆହୁରି କହିଛନ୍ତି, “ନିର୍ବାଚନ ଆରମ୍ଭ ହେବା ଦିନ ଠାରୁ ଇଣ୍ଡିଆ ମେଣ୍ଟରେ କେବେ ହେଲେ ପ୍ରଧାନମନ୍ତ୍ରୀ ପଦରୁ ନେଇ ମତଭେଦ ହୋଇନାହିଁ।

ଏହି ମେଣ୍ଟ ସବୁବେଳେ ବିଜେପିର ଏକଛତ୍ରବାଦୀ ଶାସନ ଠାରୁ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଲଢ଼ି ଆସିଛି। ଲୋକମାନେ ଆମ ସପକ୍ଷରେ ଭୋଟ ଦେଇଛନ୍ତି। ନରେନ୍ଦ୍ର ମୋଦି ଓ ଅମିତ ଶାହ ଏବେ ନିଜର ପରାଜୟ ସ୍ୱୀକାର କରିବା ଉଚିତ।”

India Rahul Gandhi Lok Sabha Election