Advertisment

ଅସମ୍ଭବ: ମହାରାଷ୍ଟ୍ର ରେଜଲ୍ଟ ଉପରେ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାଉତ

ମହାରାଷ୍ଟ୍ରରେ ବିଜେପି, ଶିବସେନା ଓ ଏନସିପିକୁ ନେଇ ଗଠିତ ମହାୟୁତି ମେଣ୍ଟ ବଡ଼ ବିଜୟ ଦିଗରେ ଯାଉଥିବା ଏକପ୍ରକାରର ସ୍ପଷ୍ଟ ହୋଇଛି।

author-image
Hemant Lenka
MVA

MVA

ମହାରାଷ୍ଟ୍ରରେ ଶାସନ କରୁଥିବା ମହାୟୁତି ମେଣ୍ଟ ବିଧାନସଭା ନିର୍ବାଚନ ରେଜଲ୍ଟରେ ହେରଫେର କରିଥିବା ଅଭିଯୋଗ କରିଛନ୍ତି ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ। ମେଣ୍ଟ ସରକାର ନିଜ କ୍ଷମତାର ଅପବ୍ୟବହାର କରି ବିରୋଧୀଙ୍କ ଠାରୁ ସିଟଗୁଡ଼ିକ ଚୋରି କରି ନେଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ମହାରାଷ୍ଟ୍ରରେ ବିଜେପି, ଶିବସେନା ଓ ଏନସିପିକୁ ନେଇ ଗଠିତ ମହାୟୁତି ମେଣ୍ଟ ବଡ଼ ବିଜୟ ଦିଗରେ ଯାଉଥିବା ଏକପ୍ରକାରର ସ୍ପଷ୍ଟ ହୋଇଛି। ଏପରି ରେଜଲ୍ଟକୁ ଦେଖି ସଞ୍ଜୟ ରାଉତ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସଞ୍ଜୟ ରାଉତ କହିଛନ୍ତି, “ସେମାନେ କିଛି ଗଡ଼ବଡ଼ କରିଛନ୍ତି। ସେମାନେ ଆମର କିଛି ସିଟ ଚୋରି କରି ନେଇଛନ୍ତି। ଏହା କେବେ ହେଲେ ଲୋକଙ୍କ ନିଷ୍ପତ୍ତି ହୋଇ ନପାରେ। ଲୋକମାନେ ମଧ୍ୟ ଏପରି ରେଜଲ୍ଟରେ ଏକମତ ହୋଇପାରୁ ନାହାନ୍ତି।

Advertisment

ସିନ୍ଦେ ୬୦ ସିଟ, ଅଜିତ ପାଓାର ୪୦ଟି ଓ ବିଜେପି ୧୨୫ ସିଟ୍‌ ପାଇବା କେବେ ସମ୍ଭବ କି? ଏହା ସଂପୂର୍ଣ୍ଣ ଭାବେ ଅସମ୍ଭବ। ଏହି ରାଜ୍ୟର ଲୋକମାନେ ଆଦୌ ଅସାଧୁ ନୁହନ୍ତି।”

ତେବେ ସଞ୍ଜୟ ରାଉତଙ୍କ ଏପରି ବୟାନକୁ ବିଜେପି ନେତା ପ୍ରବୀଣ ଡାରେକର ତୁରନ୍ତ କାଉଣ୍ଟର କରିଛନ୍ତି। ସେ ନିର୍ବାଚନର ରେଜଲ୍ଟକୁ ଲୋକଙ୍କ ବିଶ୍ୱାସର ପ୍ରତିଫଳନ ବୋଲି କହିଛନ୍ତି।

Maharashtra Govt Maharashtra Eelection 2024