Advertisment

ସିଟ ଶେୟାରିଂକୁ ନେଇ MVAରେ ବିବାଦ! ୨୩ ଆସନ ଦାବି କଲେ ସଞ୍ଜୟ ରାଉତ

ଶିବସେନା(ୟୁଟିବି) ସାଂସଦ ସଞ୍ଜୟ ରାଉତ ଦଳ ପାଇଁ ୨୩ଟି ଆସନ ମାଗିଛନ୍ତି।

author-image
Hemant Lenka
SS

SS

ମହାରାଷ୍ଟ୍ରରେ ଏନସିପି, ଶିବସେନା(ୟୁବିଟି) ଓ କଂଗ୍ରେସକୁ ନେଇ ଗଠନ ହୋଇଥିବା ମହା ବିକାଶ ଅଘାଡି(MVA)ରେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିଜେପି ବିରୋଧରେ ଏହି ଦଳଗୁଡ଼ିକ ମହାରାଷ୍ଟ୍ରରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିବେ। କିନ୍ତୁ କେଉଁ ଦଳ କେତୋଟି ଆସନରେ ଲଢ଼ିବ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି।

Advertisment

ଗତ ସପ୍ତାହରେ କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ରର ସମସ୍ତ ୪୮ ଆସନରେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଆବେଦନପତ୍ର ମଗାଯାଇଥିଲା। କିନ୍ତୁ ଏବେ ଶିବସେନା(ୟୁଟିବି) ସାଂସଦ ସଞ୍ଜୟ ରାଉତ ଦଳ ପାଇଁ ୨୩ଟି ଆସନ ମାଗିଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ବେଳେ ଶିବସେନା ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା। ସେତେବେଳେ ମଧ୍ୟ ଶିବସେନା ୨୩ଟି ଆସନରେ ଲଢ଼ିଥିଲା। ତେଣୁ ଶ୍ରୀ ରାଉତ ୨୦୨୪ ନିର୍ବାଚନରେ ମଧ୍ୟ ସମାନ ଆସନ ଦାବି କୀରିଛନ୍ତି।

Advertisment

ସଞ୍ଜୟ ରାଉତ କହିଛନ୍ତି ଯେ ଶିବସେନା ସବୁବେଳେ ୨୩ଟି ଆସନରେ ଲଢ଼ି ଆସିଛି। ବିଜେପି ସହ ମେଣ୍ଟରେ ଥିବା ବେଳେ ମଧ୍ୟ ଦଳ ୨୩ଟି ଆସନରେ ଲଢ଼ିଥିଲା। ତେଣୁ ଦଳର ଦାବି ଯର୍ଥାର୍ଥ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ଆମେ ୨୦୧୯ରେ ୧୮ଟି ଆସନରେ ଜିତିଥିଲୁ। ତେଣୁ ବିଜୟ ହୋଇଥିବା ଆସନ ଉପରେ କୌଣସି ଆଲୋଚନା ହେବ ନାହିଁ। ଅବଶ୍ୟ ଆମକୁ କିଛି ସାଂସଦ ଛାଡ଼ି ଚାଲି ଯାଇଛନ୍ତି। ସେହିପରି ଏନସିପି ପାଖରେ ଥିବା ୪ ଆସନ ଓ କଂଗ୍ରେସ ଜିତିଥିବା ଚନ୍ଦ୍ରପୁର ଆସନ ଉପରେ ମଧ୍ୟ ଆଲୋଚନାର ଆବଶ୍ୟକ ନାହିଁ।

ଆମେ ସମ୍ବାଜୀ ନଗର ଓ ଶିରୁର ଆସନରେ ବହୁ କମ ବ୍ୟବଧାନରେ ହାରିଥିଲୁ। କିନ୍ତୁ ଆମେ ସେହି ସବୁ ଆସନ ପାଇଁ ଦାବି କରୁ ନାହିଁ। କୌଣସି ଆସନରେ ଏନସିପି ସହ ଆମର ତିକ୍ତତା ନାହିଁ। ଆମେ ସବୁ କିଛି କଂଗ୍ରେସ ସହ ଆଲୋଚନା କରି ଚୂଡ଼ାନ୍ତ କରିବୁ। ସାଂସଦ ବିନାୟକ ରାଉତ ଓ ମୁଁ ସେମାନଙ୍କ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରିବୁ। ଚୂଡ଼ାନ୍ତ ନିଷ୍ପତ୍ତି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଏନସିପି ସୁପ୍ରିମୋ ଶରଦ ପାୱାର ଓ ଶିବସେନା(ୟୁବିଟି) ସଭାପତି ଉଦ୍ଧବ ଠାକରେ ହିଁ ନେବେ।”

ସଞ୍ଜୟ ରାଉତଙ୍କୁ ଦଳର ନାଗପୁର ଜିଲ୍ଲା ମୁଖ୍ୟ ପ୍ରକାଶ ଯାଦବ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ଆମେ ବିଜେପି ପରେ ସବୁଠାରୁ ଅଧିକ ଆସନ ଜିତିଥିଲୁ। ଅନ୍ୟ ଦଳଗୁଡ଼ିକ ମିଳିତ ଭାବେ ପ୍ରାୟ ୫ଟି ଆସନ ଜିତିଛନ୍ତି। ଆମର ବିଜୟ ସମ୍ଭାବନା ଅଧିକ ଥିବାରୁ ଆମେ ଅଧିକ ଆସନ ପାଇବାକୁ ହକଦାର। ରାମଟେକ ଓ ବିର୍ଦ୍ଦଭାରେ ଆମେ ୨୦୧୯ ଯେଉଁ ସବୁ ଆସନର ଲଢ଼ିଥିଲୁ ଏଥର ମଧ୍ୟ ସମାନ ସ୍ଥାନରେ ଲଢ଼ିବୁ।”

ସିଟ ଶେୟାରିଂକୁ ନେଇ MVAରେ ବିବାଦ ଚାଲିଥିବା ଖବର କିଛି ଦିନ ତଳେ ପ୍ରକାଶ ପାଇଥିଲା। କିନ୍ତୁ ଏହାକୁ ନିଜେ ସଞ୍ଜୟ ରାଉତ ଖଣ୍ଡନ କରିଥିଲେ। ଏବେ ସେ ନିଜେ ୨୩ଟି ଆସନ ଦଳ ପାଇଁ ମାଗିଥିବାରୁ ନୂଆ ବିବାଦ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ କଂଗ୍ରେସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଜାନୁଆରୀ ୧୩ ଓ ୧୪ରେ ସୋନିଆ ଗାନ୍ଧି, ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କ ମଧ୍ୟରେ ଦିଲ୍ଲୀରେ ବୈଠକ ବସିବ। ଏହି ସମୟରେ ସିଟ ଶେୟାରିଂ ଉପରେ ଚୂଡ଼ାନ୍ତ ଫୈସଲା ହେବ।

Sanjay Rout Shiv Sena