Advertisment

ନବୀନ ନିବାସକୁ ଗଲାବେଳେ ଅଟକାଇଲା ପୁଲିସ; ସଂଯୁକ୍ତା କହିଲେ, ମୁଁ ବିଜେଡି ଦଳର ମଧୁମକ୍ଷୀ

ମୋର ସମ୍ମାନ, ଇଜ୍ଜତ, ପରିବାର ସବୁ ଧ୍ୱଂସ ହୋଇଯାଇଛି ବୋଲି ସଂଯୁକ୍ତା କହିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Sanjukta Mahala'

Sanjukta Mahala'

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଯିବା ବେଳେ ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ଗାଡ଼ିକୁ ଆଜି ଅଟକାଇଛି ପୁଲିସ। ଟ୍ରାଫିକ ଛକରେ ପୁଲିସ ତାଙ୍କୁ ଅଟକାଇ ଅଭିଯୋଗ ପ୍ରକୋଷ୍ଠକୁ ନେଇଯାଇଛି। ଏନେଇ ସଂଯୁକ୍ତା ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ନିଜ ମନରେ ଥିବା ବିଷକୁ ଗଣମାଧ୍ୟମ ଆଗରେ ଓଗାଳିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ୧୦ ଦିନ ହେଲା ଦରଖାସ୍ତ ଦେଲେଣି। ମୋତେ ୩ରୁ୪ ଭିତରେ ଡାକାଯିବ ବୋଲି କୁହାଯାଇଥିଲା। ହେଲେ ମୋତେ ଡକାଗଲାନି। ଶେଷରେ ମୁଁ ବାଧ୍ୟ ହୋଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲି। ହେଲେ ମୋ ଗାଡ଼ିକୁ ବାଟରେ ଅଟକାଗଲା। 

Advertisment

ମୁଁ ସାରା ଜୀବନ ଦଳରେ ରହି କାମ କରିଛି। ମୁଁ ବହୁଥର ନବୀନ ନିବାସ ଆସିଛି। କେବେ ମୋତେ ଅଟକାଯାଇ ନାହିଁ। ଆଜି କାହିଁକି ମୋତେ ଅଟକାଗଲା ବୋଲି ସଂଯୁକ୍ତା ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ଏହି ଦଳରେ ୨୨ ବର୍ଷ ହେଲାଣି କାମ କରୁଛି। ମୁଖ୍ୟମନ୍ତ୍ରୀ ମୋ ବାପତୁଲ୍ୟ। ବାପ ଘରକୁ ଝିଅ କ’ଣ ଯାଇପାରିବନି? ମୁଁ ତାଙ୍କୁ କ’ଣ ମୋ ଦୁଃଖ ଜଣାଇପାରିବେନି? ଏଥିପାଇଁ ସମସ୍ତଙ୍କର ଅନୁମତି ନେବାକୁ ପଡ଼ିବ?

ଗୋଟିଏ କୁକୁରକୁ ଟେକା ପକାଇଲେ ସେ ପଳାଇବ। ବିଲେଇକୁ ଟେକା ପକାଇଲେ ସେ ପଳାଇବ। ହେଲେ ମଧୁମକ୍ଷୀ ବସାକୁ ଟେକା ପକାଇଲେ ସେ କ’ଣ ପଳାଇବ? ସେ ପାଲଟା ଆକ୍ରମଣ କରିବ। ମୁଁ ବିଜେଡି ଦଳର ମଧୁମକ୍ଷୀ ବସା ଭିତରେ ଗୋଟିଏ ମଧୁପକ୍ଷୀ। କୌଣସି କାରଣରୁ କେହି ମୋତେ ଆକ୍ରମଣ କରେ ତାହାହେଲେ ଆମ ଦଳର ସଙ୍ଗଠକ ହେଉ ବା ସଙ୍ଗଠିକା ସମସ୍ତ ଦାୟିତ୍ୱ ନେଇ ବୁଝିବା କଥା। କିନ୍ତୁ ଏଠି ଓଲଟା ହେଉଛି ବୋଲି ଅଭିଯୋଗ ଆଣିଛନ୍ତି ସଂଯୁକ୍ତା।

Advertisment

ବିଜେଡି ନେତ୍ରୀ ସଂଯୁକ୍ତା ଆହୁରି କହିଛନ୍ତି, ସାରା ସମାଜରେ ମୋ ଚରିତ୍ରକୁ ଆକ୍ଷେପ କରାଯାଉଛି। ସମାଜରେ ଅନେକ କୁନ୍ତି ଅଛନ୍ତି। ହେଲେ ସମସ୍ତେ ଦ୍ରୌପଦୀଙ୍କୁ ଆକ୍ରମଣ କରୁଛନ୍ତି। ହେଲେ କେହି କୁନ୍ତିଙ୍କୁ ପ୍ରଶ୍ନ କରୁ ନାହାନ୍ତି। ଦ୍ରୌପଦୀ ଅଗ୍ନିରୁ ଜାତ ହୋଇଛି। ତାଙ୍କର ୫ଟି ସ୍ୱାମୀ ଥିଲେ ବି ସେ ସତୀ। ଏଥିପାଇଁ ସମୟକୁ ଅପେକ୍ଷା କରନ୍ତୁ। 

ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୋତେ ମାନସିକ, ଶାରୀରିକ ନିର୍ଯାତନା ଦେଇଥିବା ନେଇ ମୁଁ ୭ ପୃଷ୍ଠାର ଏତଲା ଦେଇଥିଲି। କିନ୍ତୁ ୩ଟି ଦଫା ଲାଗିଛି। ଏଫଆଇଆର୍ ଅନୁସାରେ କେସ୍ ହୋଇନି। ଯେଉଁ ଦଫା ଲାଗିଛି ସେ ପୁଣି ପୂର୍ବତନ ମନ୍ତ୍ରୀଙ୍କ ସହ ଝଗଡ଼ା ହୋଇଛି ବୋଲି ଦଫା ଲାଗିଛି ବୋଲି ସଂଯୁକ୍ତା କହିଛନ୍ତି। 

ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସହ ସଂଯୁକ୍ତା ବିବାଦ ପରେ ଶଙ୍ଖ ଭବନରୁ ସଂଯୁକ୍ତା କାନ୍ଦି କାନ୍ଦି ଫେରିବା, ବିଜେଡି ମହିଳା କାର୍ଯ୍ୟାକାରିଣୀଙ୍କୁ ତାଙ୍କୁ ନ ଡାକିବା ଓ ଏବେ ନବୀନ ନ ଛାଡ଼ିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ପରେ ଜଣାପଡ଼ୁଛି ଯେ ବିଜେଡି ପାଇଁ ସଂଯୁକ୍ତା ଅଲୋଡ଼ା ହୋଇପଡ଼ିଛନ୍ତି। ନହେଲେ ଦଳ ତାଙ୍କୁ ଡରୁଛି। ଦଳ ତାଙ୍କୁ ଡରି ଏପରି କରୁଛି। 

BjD Cmo Naveen Niwas