ଶିକ୍ଷକ ଚାକିରି ଛାଡ଼ିଲେ; ହେବେ କି BJD ପ୍ରାର୍ଥୀ?

ଶଙ୍କରଙ୍କ ଏପରି କାର୍ଯ୍ୟକୁ ବିରୋଧୀ ବିରୋଧ କରିଥିଲେ। ଏପରିକି ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ଯେଉଁଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତାଙ୍କର ଦରମା ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି।

Laxmipur PhotoOR

ବାମରୁ ଦ୍ୱିତୀୟରେ ଅଛନ୍ତି ଶଙ୍କର ସାଉଁତା

Manoranjan Sial
  • Published: Friday, 01 March 2024
  • Updated: 01 March 2024, 05:28 PM IST

Sports

Latest News

୨୧ ବର୍ଷର ଶିକ୍ଷକତାକୁ ବାଏ ବାଏ କଲେ ଶଙ୍କର ସାଉଁତା। ଆଜି ସେ ଶିକ୍ଷକତାରୁ ଇସ୍ତଫା ଦେଇଛନ୍ତି। ଏଥର ସେ ସିଧା ସଳଖ ରାଜନୀତିରେ ଅଂଶଗ୍ରହଣ କରିବେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଶୁଣିବାକୁ ମିଳୁଛି ସେ କୁଆଡ଼େ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶା ରଖିଛନ୍ତି। ସେଥିପାଇଁ ସେ ଚାକିରିରୁ ଇସ୍ତଫା ଦେଇଛନ୍ତି।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ ପଡ଼ାପଦର ଗାଁର ଶଙ୍କର ସାଉଁତା। ଗ୍ରାଜୁଏସନ୍‌ ଓ ସିଟି ପାସ୍‌ କରିବା ପରେ ୨୦୦୩ ମସିହାରେ ଶିକ୍ଷକତା ଆରମ୍ଭ କରିଥିଲେ। ବଡ଼ନେର୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ ଚାକିରି କରୁଥିଲେ। ହେଲେ ତାଙ୍କ ପରିବାର ଶାସକ ବିଜେଡିର ସମର୍ଥକ। ବାପା, ମାଆ ଓ ମାଉସୀ ବିଜେଡି ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି। ଶିକ୍ଷକତା କରୁଥିବା ସତ୍ତ୍ୱେ ଶଙ୍କର ରାଜନୀତି ପ୍ରଚାରରେ ପରିବାର ଲୋକଙ୍କୁ ସହଯୋଗ କରୁଥିଲେ। ଯେଉଁଥିପାଇଁ ସେ ବିରୋଧୀ କଂଗ୍ରେସ ଓ ବିଜେପି ଟାର୍ଗେରେ ଥିଲେ।

Also Read

ଶଙ୍କରଙ୍କ ଏପରି କାର୍ଯ୍ୟକୁ ବିରୋଧୀ ବିରୋଧ କରିଥିଲେ। ଏପରିକି ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ଯେଉଁଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତାଙ୍କର ଦରମା ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏହା ସତ୍ତ୍ୱେ ଶଙ୍କର ରାଜନୀତିରେ ସକ୍ରିୟ ଥିଲେ। ସଭା ସମିତି କରୁଥିଲେ। ବିଜେଡି ସପକ୍ଷରେ ପ୍ରଚାର କରୁଥିଲେ। ଆଗକୁ ଅଛି ସାଧାରଣ ନିର୍ବାଚନ। ତା’ପୂର୍ବରୁ ସେ ଶିକ୍ଷକତା ଚାକିରିରୁ ଇସ୍ତଫା ଦେଇଛନ୍ତି। ୨୧ ବର୍ଷ ଧରି ଚାକିରି କରିବା ପରେ ସେ ଆଜି ନିଜର ଇସ୍ତଫାପତ୍ର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇ ଦେଇଛନ୍ତି। ଏଥର ସେ ସିଧା ସଳଖ ରାଜନୀତିରେ ଅଂଶ ଗ୍ରହଣ କରିବେ।

ଶୁଣିବାକୁ ମିଳୁଛି ଶଙ୍କର କୁଆଡ଼େ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ ଉପରେ ଆଖି ପକାଇଛନ୍ତି। ଶିକ୍ଷକତା ଚାକିରି ଛାଡ଼ିଥିବାରୁ ତାଙ୍କ ଉପରେ ଶାସକ ଦଳ ବିଜେଡି ନଜର ରଖିଛି। ସେ ଏଥର ବିଜେଡିରୁ ବିଧାୟକ ପାର୍ଥୀ ହୋଇପାରନ୍ତି। ଏ ନେଇ ପ୍ରଶ୍ନ ହେବାରୁ ଶଙ୍କର ସାଇଁତା ସିଧାସିଧା କିଛି କହିବାକୁ ମନା କରିଦେଇଛନ୍ତି। କିନ୍ତୁ ବୋଲେଇ ବଙ୍କେଇ ବିଧାୟକ ପ୍ରାର୍ଥୀ ହେବାକୁ ଆଗ୍ରହ ଥିବା କହିଛନ୍ତି। ସମାଜ ସେବା ବାହାନାରେ ରାଜନୀତିକୁ ଆସିଥିବା ଶଙ୍କର କହିଛନ୍ତି।

ଅନ୍ୟପକ୍ଷରେ ଲକ୍ଷ୍ମୀପୁର ବ୍ଲକ୍ ଶିକ୍ଷା ଅଧିକାରି କୈଳାସ ଚନ୍ଦ୍ର ବେହେରା କହିଛନ୍ତି, ଶଙ୍କର ବହୁ ମାସଧରି ସଭା ସମିତି କାର୍ଯ୍ୟରେ ସାମିଲ ହେଉଥିଲେ। ଯେଉଁଥିପାଇଁ ତାଙ୍କ ନାଁରେ ଅଭିଯୋଗ ଆସୁଥିଲା। ସେ ଆଜି ଶିକ୍ଷକତାରୁ ଇସ୍ତଫା ଦେଇଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି।

ରିପୋର୍ଟ-ଲକ୍ଷ୍ମୀପୁରରୁ ଗିରିଧର ଖରା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story