Advertisment

BJDରେ ବଢ଼ୁଛି ବଡ଼ଚଣା ଓ ସମ୍ୱଲପୁର ଟେନ୍‌ସନ୍‌

ଉପକୂଳ ଓଡ଼ିଶାର ଯାଜପୁର ଜିଲ୍ଲାର ବଡ଼ଚଣା ଓ ପଶ୍ଚିମ ଓଡ଼ିଶାର ସମ୍ୱଲପୁରକୁ ନେଇ BJD ମୁଖିଆ ଟେନ୍‌ସନ୍‌ରେ। ପ୍ରାର୍ଥୀ ଘୋଷଣା ପରେ ଉଠିଥିବା ଅସନ୍ତୋଷ ନିଆଁକୁ ପ୍ରଶମିତ କରିବା ପାଇଁ ଆଜି ଦିନ ତମାମ ଶଙ୍ଖ ଭବନରେ କସରତ ହେଲା।

BJD

BJD

Advertisment

ଚର୍ଚ୍ଚାରେ ବଡ଼ଚଣା ଓ ସମ୍ୱଲପୁର। ଗତ ଦୁଇ ଦିନ ହେଲା ଚର୍ଚ୍ଚାରେ ଏହି ଦୁଇ ନିର୍ବାଚନମଣ୍ଡଳୀ। ଉପକୂଳ ଓଡ଼ିଶାର ଯାଜପୁର ଜିଲ୍ଲାର ବଡ଼ଚଣା ଓ ପଶ୍ଚିମ ଓଡ଼ିଶାର ସମ୍ୱଲପୁରକୁ ନେଇ BJD ମୁଖିଆ ଟେନ୍‌ସନ୍‌ରେ। ପ୍ରାର୍ଥୀ ଘୋଷଣା ପରେ ଉଠିଥିବା ଅସନ୍ତୋଷ ନିଆଁକୁ ପ୍ରଶମିତ କରିବା ପାଇଁ ଆଜି ଦିନ ତମାମ ଶଙ୍ଖ ଭବନରେ କସରତ ହେଲା। ହେଲେ ସମାଧାନର ରାସ୍ତା ବାହାରିନଥିବା ଚର୍ଚ୍ଚା ହେଉଛି। କାରଣ ଏପଟେ ବୈଠକରେ ନଥିଲେ ବଡ଼ଚଣା ବିଧାୟକ ଓ ସେପଟେ ସମ୍ୱଲପୁର ପୂର୍ବତନ ବିଧାୟିକା ଦେଇଥିଲେ ଇସ୍ତଫା। ଯାହାଫଳରେ ପୂରା ଟେନ୍‌ସନରେ ଶଙ୍ଖ ଶିବିର।

Advertisment

ବଡ଼ଚଣା ବିଧାୟକ ହେଉଛନ୍ତି ଅମର ପ୍ରସାଦ ଶତପଥୀ। ଏଥର ସେ ଆଶାୟୀ ଥିଲେ। ସେଥିପାଇଁ ସେ ଗଡ଼ ସଜାଡିବାରେ ଲାଗି ପଡ଼ିଥିଲେ। ଗୋଟିଏ ପରେ ଗୋଟିଏ ସଭା ସମିତି କରି ଦମ୍‌ ଦେଖାଉଥିଲେ। ହେଲେ ଦଳପତି ତାଙ୍କୁ ନିରାଶ କରିଥିଲେ। ସପ୍ରାଜ୍‌ କାର୍ଡ ଖେଳି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଏହି ଘୋଷଣା ପରେ ଅମରଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା। ବିଭିନ୍ନ ପ୍ଲାଟ୍‌ଫର୍ମରେ ବର୍ଷାଙ୍କୁ ବିରୋଧ କରିଥିଲେ।

ସ୍ଥିତି ଭୟଙ୍କର ହେଉଥିବା ଆଶଙ୍କୁ କରି ବଡ଼ଚଣା ସମୀକରଣ ସଜାଡ଼ିବାକୁ ଶଙ୍ଖ ଭବନରେ ଆରମ୍ଭ ହେଲା ବଡ଼ ଧରଣର କସରତ। ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଯାଜପୁର ସାଂସଦଙ୍କ ଉପସ୍ଥିତିରେ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ଦାବିଦାର ଥିବା ଆଶାୟୀ ରାଜନାରାୟଣ ମହାପାତ୍ର, ଜନ୍ମେଜୟ ଲେଙ୍କାଙ୍କୁ ଗୋଟିଏ ମଂଚରେ ବସାଇ ଆଲୋଚନା କରାଯାଇଥିଲା। ବିବାଦର ସମାଧାନ କରି ବର୍ଷାଙ୍କ ପ୍ରାର୍ଥିତ୍ୱକୁ ଯେପରି ସବୁ ଗୋଷ୍ଠୀ ଗ୍ରହଣ କରିବେ ସେ ନେଇ ଚେଷ୍ଟା କରାଯାଇଥିଲା। ହେଲେ ସବୁଠୁ ବଡ଼ କଥା ହେଲା, ଦେଖିବାକୁ ମିଳିନଥିଲା ବଡ଼ଚଣା ପାଇଁ ସବୁଠୁ ବଡ଼ ଦାବିଦାର ଥିବା ବିଧାୟକ ଅମର ଶତପଥୀଙ୍କୁ।

Advertisment

ପ୍ରାର୍ଥୀତ୍ୱକୁ ନେଇ ଅମର ଶତପଥୀ କହିଛନ୍ତି, ଟିକେଟ୍ କଟିବାକୁ ନେଇ ବଡ଼ଚଣାରେ ଦଳୀୟ ନେତା ଓ କର୍ମୀଙ୍କୁ ଆଘାତ ଲାଗିଛି। ଟିକେଟ କାହିଁକି କଟିଲା ଜାଣିନି, କିନ୍ତୁ ଲୋକଙ୍କ ସହ ଆଲୋଚନା କରିବା ପରେ ଯାହା ନିଷ୍ପତ୍ତି ନେବି ବୋଲି ଅମର ଦୋହରାଇଛନ୍ତି।

ସେପଟେ ସମ୍ବଲପୁରରେ ଦଳକୁ ଲାଗିଛି ଶକ୍ତ ଧକ୍କା। ଟିକେଟକୁ ନେଇ ଅସନ୍ତୋଷ ଭିତରେ ଶଙ୍ଖକୁ ବାଏ ବାଏ କରି ଆଜି ଦଳ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ସେ କହିଛନ୍ତି, ସମ୍ବଲପୁର ବିଧାନସଭା ଆସନ ପାଇଁ ଅଯୋଗ୍ୟ ବ୍ୟକ୍ତିଙ୍କୁ ଦଳ ଟିକେଟ ଦେବାରୁ ଏହା ସମ୍ବଲପୁରର ଗରିମାକୁ ନଷ୍ଟ କରିଛି। ସମ୍ବଲପୁରରେ କ’ଣ ନେତା ନଥିଲେ ଯେ, ଯାହାକୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ ଦେଲେ ବୋଲି ପ୍ରଶ୍ନ କରିବା ସହ ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଇସ୍ତଫା ଦେଲି ବୋଲି କହିଛନ୍ତି ରାସେଶ୍ୱରୀ।

ସମ୍ବଲପୁର ବିଧାନସଭା ସିଟ୍ ପାଇଁ ବିଜେଡି ପ୍ରଥମେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍ ଦେଇଥିଲା। ପରେ ପ୍ରସନ୍ନଙ୍କୁ ବଦଳାଇ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଓହ୍ଲାଇଛି। ତେବେ ସେବେଠୁ ଅସନ୍ତୁଷ୍ଟ ଥିବା ରାସେଶ୍ୱରୀ ଆଜି ଦଳତ୍ୟାଗ କରିବା ପରେ ଏଠି ଅଡୁଆରେ ପଡ଼ିଛନ୍ତି ପ୍ରାର୍ଥୀ ରୋହିତ ପୂଜାରୀ। ତେବେ ତାଙ୍କ ପ୍ରାର୍ଥିତ୍ୱ ପ୍ରତି ରାସେଶ୍ୱରୀଙ୍କ ମନ୍ତବ୍ୟରେ, ମାଆ ଯଦି ପୁଅକୁ ଅଯୋଗ୍ୟ କରିବ ତାହେଲେ ତାକୁ ଧରିବା କଥା ନୁହେଁ ବୋଲି କହି ସ୍ଥିତିକୁ ସାମାନ୍ୟ କରିବାକୁ ଉଦ୍ୟମ କରିଛନ୍ତି ରୋହିତ।

BjD Sambalpur Jajpur Loksabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe