Advertisment

ସନ୍ତୋଷ ଖଟୁଆଙ୍କୁ ନୀଳଗିରିରୁ ଟିକେଟ ଦେଲା ବିଜେପି, କାଲି ବିଜେଡି ଛାଡ଼ିଥିଲେ

ଗତକାଲି ବିଜେଡି ସୁକାନ୍ତ ନାୟକଙ୍କୁ ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଅସନ୍ତୋଷ ହୋଇ ଦଳ ଛାଡ଼ିଥିଲେ ତୁଙ୍ଗ ନେତା ସନ୍ତୋଷ ଖଟୁଆ । ବିଜେଡି ଛାଡ଼ିବା ପରେ ସନ୍ତୋଷଙ୍କୁ ମିଳିଛି ବିଗ୍‌ ସରପ୍ରାଇଜ।

ଅଦ୍ୟତନ ହୋଇଛି
Santosh Khatua

Santosh Khatua

Advertisment

ଶେଷରେ ଛିଣ୍ଡିଲା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଙ୍କ । ଗତକାଲି ବିଜେଡି ସୁକାନ୍ତ ନାୟକଙ୍କୁ ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଅସନ୍ତୋଷ ହୋଇ ଦଳ ଛାଡ଼ିଥିଲେ ତୁଙ୍ଗ ନେତା ସନ୍ତୋଷ ଖଟୁଆ । ବିଜେଡି ଛାଡ଼ିବା ପରେ ସନ୍ତୋଷଙ୍କୁ ମିଳିଛି ବିଗ୍‌ ସରପ୍ରାଇଜ। ନୀଳଗିରି ବିଧାନସଭା ପାଇଁ ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଆଜି ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଘୋଷଣା କରାଯାଇଛି ।

Advertisment

୨୦୧୯ରେ ବିଜେଡିର ନୀଳଗିରି ଆସନ ପାଇଁ ପ୍ରାର୍ଥୀ ହୋଇଥିବା ସନ୍ତୋଷ ଖଟୁଆଙ୍କୁ ଦଳ ଅଣଦେଖା କରିଥିବା ଅଭିଯୋଗ ହୋଇଥିଲା। ଗତକାଲି ଦଳ ଏହି ଆସନ ପାଇଁ ନିଜ ନାମ ଘୋଷଣା କରିଥିବା ବେଳେ ଏଥିରୁ ବାଦ ପଡ଼ିଥିଲେ ସନ୍ତୋଷ। ଫଳରେ ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଗତକାଲି ପଠାଇ ଦେଇଥିଲେ। 

ବିଜେପି ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ସନ୍ତୋଷ ଖଟୁଆଙ୍କୁ ହିଁ ଏଠାରୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଶେଷରେ ଏହି ଆସନ ପାଇଁ ସନ୍ତୋଷଙ୍କ ନାଁ ଘୋଷଣା କରିଛି ବିଜେପି।

Advertisment

ସନ୍ତୋଷ ଖଟୁଆଙ୍କୁ ବିଜେପି ଟିକଟ ମିଳିବା ପରେ ଶଙ୍ଖ ଚିହ୍ନ ପୋଷ୍ଟର ଓ ନବୀନ ପଟ୍ଟନାୟକଙ୍କ ଫଟୋକୁ ତାଙ୍କ କର୍ମୀମାନେ ଜାଳି ଦେଇଛନ୍ତି। ସନ୍ତୋଷଙ୍କ ସମର୍ଥକମାନେ ନବୀନ ପଟ୍ଟନାୟକ ମୁର୍ଦ୍ଦାବାଦ, ଶଙ୍ଖ ଚିହ୍ନ ମୁର୍ଦ୍ଦାବାଦ ନାରା ଦେଇଥିଲେ । ଆଗାମୀ ଦିନରେ ନୀଳଗିରିରୁ ବିଜେଡିକୁ ନିଶ୍ଚିହ୍ନ କରିବେ ବୋଲି ସନ୍ତୋଷ ଦୃଢତାର ସହ କହିଛନ୍ତି।

ବିଜେପି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କର ସିଧାସଳଖ ବିଜେଡି ପ୍ରାର୍ଥୀ ସୁକାନ୍ତ ନାୟକଙ୍କ ସହ ଲଢ଼େଇ ହେବ । ଉଭୟ ସୁକାନ୍ତ ଓ ସନ୍ତୋଷଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି ଆକଳନ କରାଯାଉଛି। ତେବେ ଏପର୍ଯ୍ୟନ୍ତ କଂଗ୍ରେସ ନୀଳଗିରି ପାଇଁ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି। କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଏଠାରେ ତ୍ରିମୁଖି ଲଢ଼େଇ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ବିଜେପି ପ୍ରାର୍ଥୀ ହେବା ପରେ ସନ୍ତୋଷ ଖଟୁଆ କହିଛନ୍ତି, ବିଜେଡି ଆଉ ଦଳ ନୁହେଁ କର୍ପୋରେଟ ହାଉସ ହୋଇଯାଇଛି । ଦଳ ଡେଇଁ ଆସିଥିବା ଲୋକଙ୍କୁ ଏଠାରେ ପ୍ରାଥମିକତା ଭିତ୍ତିରେ ଟିକେଟ ଦିଆଯାଉଛି ।

୨୦୧୯ ନିର୍ବାଚନରେ ସନ୍ତୋଷ ଖଟୁଆ ବିଜେଡି ପ୍ରାର୍ଥୀ ହୋଇଥିଲେ। ହେଲେ ବିଜେଡିରୁ ଯାଇ ବିଜେପିରେ ମିଶିଥିବା ବିଧାୟକ ସୁକାନ୍ତ କୁମାର ନାୟକଙ୍କଠାରୁ ସେ ୧୫୭୭ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ।  ଏହାପରେ ବି ସେ ବିଜେଡି ସଙ୍ଗଠନକୁ ସୁଦୃଢ଼ କରିବା ସହ  ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଶାୟୀ ଥିଲେ।

ହେଲେ ସୁକାନ୍ତ ନାୟକ ବିଜେପି ଛାଡ଼ି ବିଜେଡିରେ ମିଶିବା ପରେ ଶ୍ରୀ ଖଟୁଆଙ୍କ ସବୁ ଆଶା ଓ ଭରସା ପାଣି ଫୋଟକା ପରି ମିଳେଇ ଯାଇଥିଲା।  ହେଲେ ଗତକାଲି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କୁ ଅଣଦେଖା କରି ବିଜେଡି ସୁକାନ୍ତ କୁମାର ନାୟକଙ୍କୁ ପ୍ରାର୍ଥୀ କରିବା ପରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe