Advertisment

ସୁକାନ୍ତଙ୍କୁ ଚେକ୍‌ ଦେବା ପାଇଁ ଶତାଧିକ ସମର୍ଥକଙ୍କୁ ଧରି BJD ଛାଡ଼ିଲେ ସନ୍ତୋଷ

ସନ୍ତୋଷ ଖଟୁଆ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଶ୍ରୀ ଖଟୁଆଙ୍କ ସହ ଶତାଧିକ କର୍ମୀ ଓ କାର୍ଯ୍ୟକର୍ତ୍ତା ବିଜେଡିରୁ ଇସ୍ତଫା ଦେଇଛନ୍ତି।

author-image
Manoranjan Sial
Santosh

Santosh

ସବୁ ଅପେକ୍ଷାର ଅନ୍ତ ଘଟାଇ ଆଜି ବିଜେଡି ନୀଳଗିରି ବିଧାୟକ ପାର୍ଥୀ ଘୋଷଣା କରିଛି। ହେଲେ ନିରାଶ ହୋଇଛନ୍ତି ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲ୍ଲା ବିଜେଡି ଉପ-ସଭାପତି ସନ୍ତୋଷ ଖଟୁଆ। ତେଣୁ ସେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସମର୍ଥକଙ୍କ ସହ ଆଲୋଚନା କରି ଅନ୍ୟ ରାଜନୈତିକ ଦଳରେ ମିଶି ନିର୍ବାଚନ ଲଢ଼ିବେ ବୋଲି ଶ୍ରୀ ଖଟୁଆ କହିଛନ୍ତି।

Advertisment

ସନ୍ତୋଷ ଖଟୁଆ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଶ୍ରୀ ଖଟୁଆଙ୍କ ସହ ଶତାଧିକ କର୍ମୀ ଓ କାର୍ଯ୍ୟକର୍ତ୍ତା ବିଜେଡିରୁ ଇସ୍ତଫା ଦେଇଛନ୍ତି। ସମର୍ଥଙ୍କ ସହ ଆଲୋଚନା କରି ଅନ୍ୟଦଳରେ ମିଶି ନିର୍ବାଚନ ଲଢ଼ିବେ ବୋଲି ଶ୍ରୀ ଖଟୁଆ କହିଛନ୍ତି। ସେପଟେ ଦେଖିବାକୁ ଗଲେ ନୀଳଗିରି ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନି। ଏଥିରୁ ଜଣାପଡ଼ୁଛି ଶ୍ରୀ ଖଟୁଆ ବିଜେପିରେ ମିଶି ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

୨୦୧୯ ନିର୍ବାଚନରେ ସନ୍ତୋଷ ଖଟୁଆ ବିଜେଡି ପ୍ରାର୍ଥୀ ହୋଇଥିଲେ। ହେଲେ ବିଜେଡିରୁ ଯାଇ ବିଜେପିରେ ମିଶିଥିବା ବିଧାୟକ ସୁକାନ୍ତ କୁମାର ନାୟକଙ୍କଠାରୁ ସେ ୧୫୭୭ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ। ନିର୍ବାଚନରେ ପରାସ୍ତ ହୋଇଥିଲେ ମଧ୍ୟ ବିଜେଡି ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗି ପଡ଼ିଥିଲେ। ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଶାୟୀ ଥିଲେ। ହେଲେ ସୁକାନ୍ତ ନାୟକ ବିଜେପି ଛାଡ଼ି ବିଜେଡିରେ ମିଶିବା ପରେ ଶ୍ରୀ ଖଟୁଆଙ୍କ ସବୁ ଆଶା ଓ ଭରସା ପାଣି ଫୋଟକା ପରି ମିଳେଇ ଯାଇଥିଲା। କିନ୍ତୁ ଆଶା ଛାଡ଼ିନଥିଲେ। ନିୟମିତ ବ୍ୟବଧାନରେ ସଭା ସମିତି କରି ଦମ୍‌ ଦେଖାଉଥିଲେ। ସୁକାନ୍ତଙ୍କୁ ଚେକ୍‌ ଦେବା ପାଇଁ ନିଜ ସମର୍ଥକଙ୍କୁ ଧରି ରଣନୀତି ପ୍ରସ୍ତୁତ କରୁଥିଲେ। ହେଲେ ଆଜି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କୁ ଅଣଦେଖା କରି ବିଜେଡି ସୁକାନ୍ତ କୁମାର ନାୟକଙ୍କୁ ପ୍ରାର୍ଥୀ କରିଛି। ତେଣୁ ସେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି।

Advertisment

ରିପୋର୍ଟ-ନୀଳଗିରିରୁ ବିଶ୍ୱମ୍ଭର ଦାସ

BjD Balasore Balasore Bjd