Advertisment

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର

୨୮ବର୍ଷ ଧରି ସଂତୃପ୍ତ ମିଶ୍ର ବହୁରାଷ୍ଟ୍ରୀୟ କଂପାନୀରେ କାର୍ଯ୍ୟ କରୁଥିଲେ।

ଅଦ୍ୟତନ ହୋଇଛି
BJD

BJD

Advertisment

ଲାଗିରହିଥିବା ଚର୍ଚ୍ଚାର ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେଡିରେ ଯୋଗ ଦେଇଛନ୍ତି ସଂତୃପ୍ତ ମିଶ୍ର। ନବୀନ ନିବାସରେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବରୁ ସଂତୃପ୍ତ ମିଶ୍ର ବହୁରାଷ୍ଟ୍ରୀୟ କଂପାନୀରେ କାମ କରୁଥିଲେ। ୨୮ବର୍ଷ ଧରି ସେ ଚାକିରି କରୁଥିଲେ। 

Advertisment

କିଛିମାସ ତଳେ ସଂତୃପ୍ତ ମିଶ୍ର ଚାକିରି ଛାଡ଼ି ଦେଇଥିଲେ। ସେ ଚାକିରି ଛାଡ଼ି ଓଡ଼ିଶା ଆସିବା ପରେ ବିଜେଡିରେ ଯୋଗ ଦେବେ ବୋଲି  ଚର୍ଚ୍ଚା ହେଉଥିଲା। ଆଜି ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିରେ ଯୋଗଦେବା ପରେ ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ଚର୍ଚ୍ଚା ହେଉଛି। 

ବିଜେଡିରେ ଯୋଗ ଦେବାପରେ ସଂତୃପ୍ତ ମିଶ୍ର କହିଛନ୍ତି, ବହୁବର୍ଷ ହେଲା ମୁଁ ଓଡ଼ିଶା ବାହାରେ ରହିଥିଲି। ହେଲେ ଓଡ଼ିଶାର ଗୋଏଟି ଭାଗ ମୋ ଭିତରେ ଥିଲା। ଓଡ଼ିଶାକୁ ଫେରିଆସି ଭାଇଭଉଣୀଙ୍କ ପାଇଁ କିଛି କାମ କରିବା ପାଇଁ ମୋର ଇଚ୍ଛା ଥିଲା। ଆମର ମୁଖ୍ୟମନ୍ତ୍ରୀ ଯେପରି ଭାବରେ ଓଡ଼ିଶାକୁ ଆଗକୁ ନେଇଛନ୍ତି, ବିଜୁ ଜନତା ଦଳକୁ ଯେପରି ମୌଳିକ ଆଧାରରେ ଚଲାଇଛନ୍ତି ଓ ପୁରୀ ପରିକ୍ରମା ପ୍ରକଳ୍ପ କରି ଯେଉଁ ଆଧ୍ୟାତ୍ମିକ ଭାବ ଆଣିଛନ୍ତି, ଏହିସବୁ ଦେଖି ତାଙ୍କଠାରୁ କିଛି ପ୍ରେରଣା ପାଇଲି। ମୁଁ ସେଥିପାଇଁ ଓଡ଼ିଶା ଆସି କିଛି କରିବା ପାଇଁ ସ୍ଥିର କରିଥିଲି। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ସମସ୍ତଙ୍କ ଶୁଭେଚ୍ଛା ଓ ଜଗନ୍ନାଥ ମହାପ୍ରଭୁଙ୍କ ଆର୍ଶୀବାଦରେ ଲୋକମାନଙ୍କର ସେବା କରିବି। 

Advertisment

ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭାକୁ ପଠାଯିବ ପ୍ରସଙ୍ଗରେ ସେ କହିଛନ୍ତି, ମୁଁ କିଛି ସମୟ ହେଲା ବିଜେଡିରେ ଯୋଗ ଦେଲି। ମୋତେ ଯାହା କାମ ଦିଆଯିବ ମୁଁ ଶୃଙ୍ଖଳିତ କର୍ମୀ ଭାବେ କରିବି। ପ୍ରଥମେ ଶ୍ରେଣୀରେ ଯୋଗଦେଲେ ଦଶମ ଶ୍ରେଣୀ କଥା ଭାବିବା କଥା ନୁହେଁ। ପରୀକ୍ଷା ପାସ କଲେ ଦଶମ କଥା ଭାବିବା କଥା। ମୁଁ ଆଜି ବିଜେଡିରେ ଯୋଗ ଦେଲି। ମୋତେ ବହୁତ କିଛି ଶିଖିବାର ରହିଛି। 

BjD Santrupt Misra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe