Advertisment

ସଂତୃପ୍ତ ମିଶ୍ରଙ୍କ ‘କ୍ରିକେଟ୍‌ର’ ମନ୍ତବ୍ୟର ଜବାବ ଦେଲେ ଭର୍ତ୍ତୃହରି ମହତାବ

କର୍ମୀଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ଭର୍ତ୍ତୃହରି ମହତାବଙ୍କୁ ଟାର୍ଗେଟ କରିଛନ୍ତି। ଯାହାର ଜବାବ ଦେଇଛନ୍ତି ଭର୍ତ୍ତୃହରି।

ଅଦ୍ୟତନ ହୋଇଛି
BJD

BJD

Advertisment

କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତିର ପ୍ରକୃତ ଖେଳ। ଗଡ଼ ସଜାଡ଼ିବାରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ। ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଆଜି କର୍ମକର୍ତ୍ତାଙ୍କୁ ଭେଟିଛନ୍ତି। କର୍ମୀଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ଭର୍ତ୍ତୃହରି ମହତାବଙ୍କୁ ଟାର୍ଗେଟ କରିଛନ୍ତି। ଯାହାର ଜବାବ ଦେଇଛନ୍ତି ଭର୍ତ୍ତୃହରି।

Advertisment

କଟକ ତୁଳସୀପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସଂତୃପ୍ତ ମିଶ୍ର ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଅନେକ ସମୟରେ ଅଭିଜ୍ଞତା ମଧ୍ୟରେ ନୂତନ ଜିତେ। ଏପରିକି କ୍ରିକେଟର ଉଦାହରଣ ଦେଇ ନୂଆ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ପୁରୁଣା ବୋଲରଙ୍କୁ ଛକା-ଚୌକା ମାରି ଦେଉଛନ୍ତି ବୋଲି କହିଥିଲେ।

ନୂଆଦିଲ୍ଲୀରୁ ଫେରିବା ପରେ ତାହାର ଜବାବ ଦେଛନ୍ତି ଭର୍ତ୍ତୃହରି ମହତାବ। ସେ କହିଛନ୍ତି, ଯିଏ କଟକ ପିଚ୍‌ରେ ଖେଳିଛି, ସିଏ ଜାଣିଛି କିପରି ବୋଲିଂ ଦରକାର। ଏଠି ପ୍ରାର୍ଥୀ ଗୁରୁତ୍ୱ ବହନ କରେନି। ଦଳର ସିମ୍ବଲ ଗୁରୁତ୍ୱ ବହନ କରେ ବୋଲି ଭର୍ତ୍ତୃହରି କହିଛନ୍ତି।

Advertisment

ଭର୍ତ୍ତୃହରି ଆହୁରି କହିଛନ୍ତି, ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି। ଓଡ଼ିଆ ଅସ୍ମିତା ପାଇଁ ଲଢ଼େଇ। ଦୁର୍ନୀତି, ପ୍ରିୟାପ୍ରୀତି, ବ୍ୟଭିଚାର ବିରୋଧରେ ବିଜେଡି ସୃଷ୍ଟି ହୋଇଥିଲା। ମାତ୍ର ବିଜେଡି ଆଜି ସେଥିରୁ କୌଣସି ଗୁଣରେ ମୁକ୍ତ ନୁହେଁ ବୋଲି ମହତାବ କହିଥିଲେ।

BjD Bjp Cuttack 2024 Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe