Advertisment

ପ୍ରତାପଙ୍କୁ କାଉଁଣ୍ଟର କଲେ ସାରଦା; କହିଲେ- ମହାଙ୍ଗାରେ ପାଗଳା ବିଲୁଆ ମାତିଛି

ଆଜି ମାହାଙ୍ଗା ବ୍ଲକ୍‌ ଭଦ୍ରେଶ୍ୱର ପଞ୍ଚାୟତରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସାରଦା ପ୍ରଧାନ କହିଛନ୍ତି, ମହାଙ୍ଗାରେ ଦୁଇଟି ପଶୁ ବୁଲୁଛନ୍ତି। ସେହି ପଶୁ ଦୁଇଟା ପାଗଳ ହୋଇଯାଇଛନ୍ତି। ଗୋଟିଏ ହେଉଛି କୁକୁର ଓ ଅନ୍ୟଟି ହେଉଛି ବିଲୁଆ।

ଅଦ୍ୟତନ ହୋଇଛି
BJD

BJD

Advertisment

ମହାଙ୍ଗାରେ ପାଗଳା ବିଲୁଆ ମାତିଛି...। ଆଜି ଏପରି କହିଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ। ବିଜେଡି ପଦଯାତ୍ରା ବେଳେ ପୂର୍ବତନ ବିଧାୟକ ପ୍ରତାପ ଜେନା ଦେଇଥିବା ବୟାନକୁ କାଉଣ୍ଟରର କରି ଆଜି ସିଏ ଏପରି ଆକ୍ଷେପ କରିଛନ୍ତି। ଖାଲି ସେତିକି ନୁହେଁ ପ୍ରତାପ ଜେନାଙ୍କ ଗୋହି ଖୋଳିଛନ୍ତି।

Advertisment

ଆଜି ମାହାଙ୍ଗା ବ୍ଲକ୍‌ ଭଦ୍ରେଶ୍ୱର ପଞ୍ଚାୟତରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସାରଦା ପ୍ରଧାନ କହିଛନ୍ତି, ମହାଙ୍ଗାରେ ଦୁଇଟି ପଶୁ ବୁଲୁଛନ୍ତି। ସେହି ପଶୁ ଦୁଇଟା ପାଗଳ ହୋଇଯାଇଛନ୍ତି। ଗୋଟିଏ ହେଉଛି କୁକୁର ଓ ଅନ୍ୟଟି ହେଉଛି ବିଲୁଆ। କୁକୁର ପାଗଳା ହେଲେ କାମୁବ ଓ ବିଲୁଆ ପାଗଳା ହେଲେ ଭୋକିବ। ହେଲେ ଏଠି ଗୋଟିଏ ପାଗଳା ବିଲୁଆ ମାତିଛି। ତା’ ନାଁ ହେଉଛି ପ୍ରତାପ ଜେନା। ସିଏ ଖାଲି ଭୋକୁଛି। ମାହାଙ୍ଗାରେ ପାଗଳା ବିଲୁଆ ମାତିଛି। ହାରିବାକୁ ୪ ମାସ ବିତିଲାଣି। ହେଲେ ପ୍ରଳାପ ଛାଡ଼ୁନି। ଗୁରୁବାର ପାଗଳା ବିଲୁଆ(ପୂର୍ବତନ ବିଧାୟକ)ଙ୍କ ଗୋଟିଏ ଭିଡିଓ ଶୁଣିବାକୁ ପାଇଲି। ସେଥିରେ ସିଏ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ଯଦି ଆପଣ ସେହି ଭିଡିଓ ଶୁଣିବେ, ତାହାହେଲେ ଆପଣଙ୍କ ଧୌର୍ଯ୍ୟ ଧରିପାରିବେନି। ଲୋକେ ପ୍ରତ୍ୟାକ୍ଷାନ କରିବାକୁ ୪ ମାସ ନପୁରୁଣୁ ବିଲୁଆ ଭୋକିଲାଣି। ଏହାର ଅର୍ଥ ବିଲିଆ ପାଗଳ ହୋଇଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେ ଆହୁରି କହିଛନ୍ତି, ପୂର୍ବତନ ଉନ୍ନୟନ ସଚିବ ଉପେନ୍ଦ୍ର ବେହେରା ହେଉଛନ୍ତି ମାହାଙ୍ଗା ଅଞ୍ଚଳର ଲୋକ। ତାଙ୍କ ପ୍ରଚେଷ୍ଟାରେ ଦୁଇଟି ମୁଖ୍ୟ ରାସ୍ତା (ନିଶ୍ଚିନ୍ତଗିରି-ଲଳିତଗିରି ଓ ମାହାଙ୍ଗା-କଟିକଟା) ହୋଇଥିଲା। ସେଥିରେ ପୂର୍ବତନ ବିଧାୟକଙ୍କର କୌଣସି ଭୂମିକା ନଥିଲା। ଏହି ଦୁଇ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗଠାରୁ ପୂର୍ତ୍ତ ବିଭାଗକୁ ଗଲା ପରଠାରୁ ଶହେ ଥର ଫଳକ ଲେଖାଗଲାଣି। ହେଲେ ଦୁଃଖର କଥା କାମ ହେଲାଠାରୁ ରାସ୍ତା ଫାଟିଛି। ଆଜି ପର୍ଯ୍ୟନ୍ତ ରାସ୍ତା କାମ ସରିପାରୁନି। ଠିକ୍‌ ସେହିପରି ଗୋପିନାଥପୁର-କୁଆଁପାଳ ରାସ୍ତା ଜଳ ସମ୍ପଦ ବିଭାଗରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଗଲା। ପରବର୍ତ୍ତୀ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗଠାରୁ ପୂର୍ତ୍ତ ବିଭାଗକୁ ରାସ୍ତା ଯାଇଥିଲା। ହେଲେ କାମ ସରିବାର ବର୍ଷେ ପରେ ରାସ୍ତା ଦବିଲା। ପୂର୍ବତନ ବିଧାୟକ କହିଲେ ମୂଷା ଘଳିଆ କରିଦେଇଥିବାରୁ ରାସ୍ତା ଦବିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ବିଲୁଆ(ପୂର୍ବତନ ବିଧାୟକ) କହୁଛନ୍ତି ମହାଙ୍ଗାରେ ବିକାଶ ମୂଳକ କାର୍ଯ୍ୟ ଠପ୍‌ ହୋଇଯାଇଛି। ସିଏ ବର୍ତ୍ତମାନ ଅନ୍ଧ ଧୃତରାଷ୍ଟ୍ର। ତାଙ୍କର ଯେଉଁ ଚେଲା ଚାମୁଣ୍ଡା ଅଛନ୍ତି, ସେମାନଙ୍କ କଥା କହିପାରିବି ନାହିଁ। ଜନସାଧାରଣଙ୍କ ଆଶୀର୍ବାଦରୁ ଏବେ ୨୮ କୋଟି ପାଖାପାଖି ପୂର୍ତ୍ତ ବିଭାଗ ରାସ୍ତା କାମ ଶୁଭ ଦିଆଯାଇଛି। ପାଖାପାଖି ୩୦ କୋଟି ଟଙ୍କାର କାମର ଟେଣ୍ଡର ହୋଇଛି। ୧୦୦ କୋଟିରୁ ଅଧିକ କାମ ଟେଣ୍ଡର ପ୍ରକ୍ରିୟାରେ ରହିଛି ବୋଲି ସେ କହିଛନ୍ତି।

ସାରଦା ଆହୁରି କହିଛନ୍ତି, ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତି ପଞ୍ଚାୟତ ୫୦ ଲକ୍ଷ ଟଙ୍କା ଦେଇଥିଲେ। ସେହି ଅର୍ଥରେ ମାହାଙ୍ଗା ବ୍ଲକରେ ୧୭୨ଟି ପ୍ରକଳ୍ପ କାମ ହୋଇପାରିଲା ନାହିଁ। ସେଥିରୁ କେତୋଟି ପ୍ରକଳ୍ପରେ କାମ ହୋଇନଥିବା ବେଳେ ଟଙ୍କା ଉଠାଇ ନେଇଛନ୍ତି। ଆଉ ପାଖାପାଖି ୩୦ଟି ପ୍ରକଳ୍ପର କାମ ସରିଛି। କିନ୍ତୁ ବିଲ୍‌ ହୋଇନାହିଁ। ଏହା ଉପରେ ପିଡି ଡିଆର୍‌ଡିଏ ତଦନ୍ତ କରୁଛନ୍ତି। ତା’ପରେ ବିଲ୍‌ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ମହାତ୍ମା ଗାନ୍ଧି ଜୟନ୍ତୀରେ ପ୍ରତାପ ଜେନା ବିଜେଡି ଜନ ସମ୍ପର୍କ ଆଳରେ ଶକ୍ତି ପ୍ରଦର୍ଶନ କରିଥିଲେ। କଇଥା ପଞ୍ଚାୟତରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ମାହାଙ୍ଗାର ସ୍ୱାଧୀନ ବିଧାୟକଙ୍କୁ ପିସି ଖିଆ ନେତା, ପୁରୁଣା କାମକୁ ଶିଳାନ୍ୟାସ କରୁଥିବା ଓ ଉନ୍ନୟନ କାର୍ଯ୍ୟକୁ ବନ୍ଦ କରୁଥିବା କହିଥିଲେ। ଯାହାକୁ ନେଇ ଦୁଇ ନେତା ମୁହାଁମୁହିଁ ହୋଇଥିଲେ।

BjD Bjp Mahanga
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe