Advertisment

ଲେଖା ପଢା ନ ଜାଣିବା ମହଙ୍ଗା ପଡ଼ିଲା, ହାତରୁ ଖସିଗଲା ସରପଞ୍ଚ ପଦ

ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଭାରତୀ ବେହେରାଙ୍କୁ ହରାଇ ସରପଞ୍ଚ ହୋଇଥିଲେ କୁନ୍ତଳା। ଜଣେ ସରପଞ୍ଚଙ୍କ ଯୋଗ୍ୟତା ହିସାବରେ ସେ ଓଡିଆ ପଢ଼ି ଲେଖିପାରୁଥିବା ଦରକାର।

Sarapancha Issue

Sarapancha Issue

Advertisment

ଲେଖାପଢା ଜାଣି ନ ଥିବାରୁ ପଦ ହରାଇଲେ ସରପଞ୍ଚ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚାୟତ ସରପଞ୍ଚ କୁନ୍ତଳା ମଳିକ ପଦ ହରାଇଥିବା ଜଣାପଡ଼ିଛି।

Advertisment

ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଭାରତୀ ବେହେରାଙ୍କୁ ହରାଇ ସରପଞ୍ଚ ହୋଇଥିଲେ କୁନ୍ତଳା। ଜଣେ ସରପଞ୍ଚଙ୍କ ଯୋଗ୍ୟତା ହିସାବରେ ସେ ଓଡିଆ ପଢ଼ି ଲେଖିପାରୁଥିବା ଦରକାର। କିନ୍ତୁ କୁନ୍ତଳା ଓଡିଆ ପଢ଼ି ଲେଖି ପାରୁନଥିବା ନେଇ ଧାମନଗର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଭାରତୀ। ଏହାର ବିଚାର କରି କୋର୍ଟ କୁନ୍ତଳାଙ୍କ ସରପଞ୍ଚ ପଦକୁ ରଦ୍ଦ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କୁନ୍ତଳା ହାଇକୋର୍ଟରେ ପହଞ୍ଚିଥିଲେ ବି ନିଜକୁ ପାଠ ପଢୁଆ ବୋଲି ସାବ୍ୟସ୍ତ କରିପାରିନଥିଲେ। ଏହାପରେ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ଚିଠି ଅନୁସାରେ ପଞ୍ଚାୟତର PEOଙ୍କ ଉପସ୍ଥିତିରେ ନାଏବ ସରପଞ୍ଚ ପ୍ରଦୀପ ବାରିକ ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିଜେ PEO ସରପଞ୍ଚ ଭାବେ ପ୍ରଦୀପ ବାରିକଙ୍କୁ ଶପଥ ପାଠ କରାଇଥିଲେ। ଏହାପରେ ବି ପଦ ଛାଡୁନଥିଲେ କୁନ୍ତଳା।

Advertisment

ଶେଷରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଧାମନଗର BDO କୁନ୍ତଳାଙ୍କ ବାସଭବନ ଆଗରେ ନୋଟିସ ଲଗାଇବା ସହ ନାଏବ ସରପଞ୍ଚ ପ୍ରଦୀପ ବାରିକଙ୍କୁ ସରପଞ୍ଚ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ତେବେ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ କୁନ୍ତଳା ମଳିକ।

ଏନେଇ ପ୍ରଦୀପ ବାରିକ କହିଛନ୍ତି, ପୂର୍ବତନ ସରପଞ୍ଚଙ୍କ ଶିକ୍ଷରଗତ ଯୋଗ୍ୟତା କମ୍‌ ଥିଲା। ଏନେଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ପଦ ରଦ୍ଦ କରାଯାଇଛି। ଏହାପରେ ସବ୍‌ କଲେକ୍ଟର ଚିଠି ଅନୁସାରେ ମୁଁ ସରପଞ୍ଚ ଭାବେ ଦାୟିତ୍ୱ ନେଇଛି।  

Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe