Advertisment

ସ୍ୱାମୀଙ୍କ ପାଇଁ ଘରକୁ ଘର ବୁଲି ଭୋଟ୍‌ ମାଗୁଛନ୍ତି ପତ୍ନୀ

ଆଜି ଶ୍ରୀମତୀ ପ୍ରଧାନ କରଡ଼ି ସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱର ମନ୍ଦିରକୁ ଯାଇଥିଲେ। ସ୍ୱାମୀଙ୍କ ବିଜୟ କାମନା କରି ପୂଜାର୍ଚ୍ଚନା କରିଥିଲେ। ବାବାଙ୍କ ଆଶୀର୍ବାଦ ନେଇ ସମର୍ଥକଙ୍କ ସହ ଭୋଟ୍‌ ଭିକ୍ଷା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି।

author-image
Manoranjan Sial
BJP

BJP

ଅସହ୍ୟ ତାତି। ପ୍ରାୟତଃ ପ୍ରତିଦିନ ବୌଦ୍ଧର ତାପମାତ୍ର ୪୦ ଡିଗ୍ରୀ ଉପରେ ରହୁଛି। ତାହା ସତ୍ତ୍ୱେ ଖରାକୁ ଖାତିର ନକରି ଘରକୁ ଘର ବୁଲି ସ୍ୱାମୀଙ୍କ ପାଇଁ ଭୋଟ୍‌ ମାଗୁଛନ୍ତି ସ୍ନେହଲତା ପ୍ରଧାନ। ଆଉ ସ୍ୱାମୀଙ୍କ ପ୍ରଚାର ରଥର ସାରଥୀ ସାଜିଛନ୍ତି। ସ୍ନେହଲତା ହେଉଛନ୍ତି ବୌଦ୍ଧ ବିଜେପି ବିଧାୟକ ପ୍ରାର୍ଥୀ ସରୋଜ ପ୍ରଧାନଙ୍କ ପତ୍ନୀ।

Advertisment

ବୌଦ୍ଧ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପାର୍ଥୀ ହୋଇଛନ୍ତି ସରୋଜ ପ୍ରଧାନ। ତାଙ୍କ ପତ୍ନୀ ହେଉଛନ୍ତି ସ୍ନେହଲତା ପ୍ରଧାନ। ସେ ଏବେ ହରଭଙ୍ଗା ବ୍ଲକ୍‌ ଅଧ୍ୟକ୍ଷା ଅଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ଶ୍ରୀମତୀ ପ୍ରଧାନ ତାଙ୍କ ସ୍ୱାମୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି। ଖରାକୁ ଖାତିର ନକରି ନିଜର ସମର୍ଥକଙ୍କ ସହ ଘରକୁ ଘର ବୁଲି ପଦ୍ମ ଫୁଲରେ ଭୋଟ୍‌ ଦେବାକୁ ଲୋକଙ୍କୁ କହୁଛନ୍ତି। ଆଉ ଲୋକଙ୍କ ସମସ୍ୟା ଶୁଣୁଛନ୍ତି। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି।

ଆଜି ଶ୍ରୀମତୀ ପ୍ରଧାନ କରଡ଼ି ସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱର ମନ୍ଦିରକୁ ଯାଇଥିଲେ। ସ୍ୱାମୀଙ୍କ ବିଜୟ କାମନା କରି ପୂଜାର୍ଚ୍ଚନା କରିଥିଲେ। ବାବାଙ୍କ ଆଶୀର୍ବାଦ ନେଇ ସମର୍ଥକଙ୍କ ସହ ଭୋଟ୍‌ ଭିକ୍ଷା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ପଞ୍ଚ ପାଞ୍ଚର ଥରର ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ବିଜୟ ରଥକୁ ଅଟକାଇବା ପାଇଁ ସ୍ୱାମୀ ସରୋଜ ପ୍ରଧାନଙ୍କ ରଥର ସାରଥୀ ସାଜିଛନ୍ତି ସ୍ନେହଲତା। ଏଥିର ବୌଦ୍ଧରେ ବିଜେପି ଜିତିବ ବୋଲି ନିର୍ବାଚନ ପ୍ରଚାର ବେଳେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ସ୍ନେହଲତା।

Advertisment

ନିର୍ବାଚନ ପ୍ରଚାରକୁ ନେଇ ସ୍ନେହଲତା କହିଛନ୍ତି, ବୌଦ୍ଧ ଜିଲ୍ଲାରେ ବିକାଶର ପଦ ଚିହ୍ନ ପହଞ୍ଚି ପାରିନାହିଁ। ରାସ୍ତାଘାଟର ଅବସ୍ଥା ଦୟନୀୟ। ପାନୀୟ ଜଳ ପାଇଁ ଲୋକମାନେ ଡହଳ ବିକଳ ହେଉଛନ୍ତି। ମେଡ଼ିକାଲ୍‌ରେ ଡାକ୍ତର ନାହାନ୍ତି। ଏସବୁର ବିକାଶ କରିବାକୁ ହେଲେ ବିଜେପି କ୍ଷମତାକୁ ଆସିବା ଦରକାର। ସେଥିପାଇଁ ଗାଁକୁ ଗାଁ ବୁଲି ମୋ’ ସ୍ୱାମୀଙ୍କୁ ଭୋଟ୍‌ ଦେଇ ବିଜୟୀ କରିବାକୁ ଲୋକଙ୍କୁ କହୁଛନ୍ତି ସ୍ନେହଲତା।

ସୂଚନାରୁ ପ୍ରକାଶ, ବୌଦ୍ଧ ନିର୍ବାଚନମଣ୍ଡଳୀରେ ବିଜେପିରୁ ସରୋଜ ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ପ୍ରଦୀପ ଅମାତ ମୈଦାନରେ ଅଛନ୍ତି। ୨୦୦୦ ମସିହାରୁ ଲଗାତାର ଜିତି ଆସୁଛନ୍ତି ପ୍ରଦୀପ। ବିଜେପି ତାଙ୍କୁ ଚେକ୍‌ ଦେବା ପାଇଁ ମୈଦାନକୁ ଛାଡ଼ିଛି ସରୋଜଙ୍କୁ। ସରୋଜ ମଧ୍ୟ ଜିଜାନ୍‌ ଲଗାଇ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯାଉଛନ୍ତି ଓ ଭୋଟ୍‌ ମାଗୁଛନ୍ତି। ଦେଖିବା ଏଥର ବୌଦ୍ଧର ଜନସାଧାରଣ କାହା ମୁଣ୍ଡରେ ସୁନା କଳସ ଢ଼ାଳୁଛନ୍ତି?

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

Bjp General Election Boudh 2024 General Election