Advertisment

ପୂରା ଟଙ୍କା ମିଳିଲାନି, ଆମ ଓଡ଼ିଶା ନବୀନ ଓଡ଼ିଶାକୁ ବାତିଲ କଲେ ସରପଞ୍ଚ

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂରା ଟଙ୍କା ଦେବା ବଦଳରେ ମାତ୍ର ଦେଢ଼ ଲକ୍ଷ ଟଙ୍କା ଦେଲେ। ସେହି ଟଙ୍କାରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ସରପଞ୍ଚ। ଟେଣ୍ଟ ଓ କ୍ୟାଟ୍ରିଂକୁ ଆଡଭାନ୍ସ ଆକାରରେ ଦେଇଥିଲେ।

ଅଦ୍ୟତନ ହୋଇଛି
BJD

BJD

Advertisment

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ତିଆରି ହୋଇଛି ଷ୍ଟେଜ୍‌। ବନ୍ଧା ଯାଇଛି ଟେଣ୍ଟ। ଷ୍ଟେଜ୍‌ ଆଗରେ ପଡ଼ିଛି ନାଳି ଓ ସବୁଜ ରଙ୍ଗର ଚେୟାର୍‌। ଲାଗିଛି ଆମ ଓଡ଼ିଶା, ନବୀନ ଓଡ଼ିଶା ବ୍ୟାନର।। ଭବ୍ୟ ଆୟୋଜନ ସତ୍ତ୍ୱେ ହେଲାନି ‘ଆମ ଓଡ଼ିଶା, ନବୀନ ଓଡ଼ିଶା’। ପୂରା ଟଙ୍କା ମିଳିନଥିବାରୁ ସରପଞ୍ଚ କାର୍ଯ୍ୟକ୍ରମ ବାତିଲ କରିଥିବା ଅଭିଯୋଗ ହେଉଛି। ଏପରି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ପଞ୍ଚାୟତ।

Advertisment

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ କରିବା ପାଇଁ ପ୍ରତି ପଞ୍ଚାୟତକୁ ରାଜ୍ୟ ସରକାର ୩ ଲକ୍ଷ ଟଙ୍କା ଦେଉଛନ୍ତି। ରାଜ୍ୟର ସବୁ ପଞ୍ଚାୟତ ପରି ନେହେନା ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ଦିଆଯିବା କଥା। ହେଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂରା ଟଙ୍କା ଦେବା ବଦଳରେ ମାତ୍ର ଦେଢ଼ ଲକ୍ଷ ଟଙ୍କା ଦେଲେ। ସେହି ଟଙ୍କାରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ସରପଞ୍ଚ। ଟେଣ୍ଟ ଓ କ୍ୟାଟ୍ରିଂକୁ ଆଡଭାନ୍ସ ଆକାରରେ ଦେଇଥିଲେ।

ଆଡ୍‌ଭାନ୍ସ ପାଇବା ପରେ ଟେଣ୍ଟବାଲା ପଡ଼ିଆରେ ଟେଣ୍ଟ ବାନ୍ଧିଥିଲା। ଗେଟ୍‌ ଓ ଷ୍ଟେଜ୍‌ ତିଆରି କରାଯାଇଥିଲା। ଷ୍ଟେଜ୍‌ ଆଗରେ ଚେୟାର ପଡ଼ିଥିଲା। ଆଜି କାର୍ଯ୍ୟକ୍ରମ ହେବ ବୋଲି ପଞ୍ଚାୟତରେ ପ୍ରଚାର ମଧ୍ୟ କରାଯାଇଥିଲା। ହେଲେ ପୂରା ୩ ଲକ୍ଷ ଟଙ୍କା ମିଳିନଥିବାରୁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ ସରପଞ୍ଚ। ହେଲେ ପଞ୍ଚାୟତର ଲୋକଙ୍କୁ ଏନେଇ ଅବଗତ କରାଯାଇ ନାହିଁ। ଯେଉଁଥିପାଇଁ ଲୋକମାନେ ଆସି ନିରାଶ ହୋଇ ଫେରିଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ନେହେନା ସରପଞ୍ଚ ଅଶୋକା ଦଣ୍ଡସେନା କହିଛନ୍ତି, ଏହି କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ତିନି ଲକ୍ଷ ଟଙ୍କା ଦିଆଯାଉଛି। କିନ୍ତୁ ନେହେନା ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେଢ଼ ଲକ୍ଷ ଟଙ୍କା ଦେଇଛନ୍ତି। ଏ ସମ୍ପର୍କରେ ଖଡ଼ିଆଳ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଥିଲି। ସମ୍ପୂର୍ଣ୍ଣ ଟଙ୍କା ମିଳିଲେ ପୁଣିଥରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେ କହିଛନ୍ତି।

ତେବେ ଖଡ଼ିଆଳ ବିଡ଼ିଓ ବୀରସେନ ବେହେରା କିନ୍ତୁ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସରପଞ୍ଚଙ୍କ ଆକାଉଣ୍ଟରେ ୩ ଲକ୍ଷ ଦିଆ ଯାଇଥିବା ସେ କହିଛନ୍ତି।

ରିପୋର୍ଟ-ଖରିଆଳରୁ କୁନାଲ

BjD Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe