Advertisment

ଟିକେଟ ମିଳିଲାନି; ବିଜେଡିରୁ ସତୀଶଙ୍କ ଇସ୍ତଫା, ହେବେ ସ୍ୱାଧୀନ ପ୍ରାର୍ଥୀ

ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ପ୍ରାର୍ଥୀ କରାଯିବା ପରେ ଖପ୍ପା ହୋଇଛନ୍ତି ସତୀଶ।

author-image
Jitendra Garnayak
ଅଦ୍ୟତନ ହୋଇଛି
Satish Biswal

Satish Biswal

ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତୀଶ ବିଶ୍ୱାଳ। ସେ ଚଳିତ ନିର୍ବାଚନରେ ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା ଆସନରୁ ଦଳରୁ ଟିକେଟ ପାଇବାକୁ ଆଶା ରଖିଥିଲେ। ଗତକାଲି ବିଜେଡି ଏହି ଆସନ ପାଇଁ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ପ୍ରାର୍ଥୀ କରିବା ପରେ ଆଜି ସତୀଶ ଜାରକାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳରୁ ଇସ୍ତଫା ଦେଇଛନ୍ତି।

Advertisment

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଥିବା ସୂଚନା ଦେଇଛନ୍ତି। ସେ ଧର୍ମଶାଳା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।

ଦୀର୍ଘ ବର୍ଷ ଧରି ସେ ବିଜେଡିରେ ରହିଥିବା ବେଳେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି ସତୀଶ। ତେବେ ଧର୍ମଶାଳା ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି କହିଛନ୍ତି, ସତୀଶ କେବେ ଦଳରେ ନଥିଲେ କି ଦଳର କୌଣସି କାର୍ଯ୍ୟକ୍ରମରେ ସାମିଲ ହେଉ ନଥିଲେ। ଏଣୁ ତାଙ୍କର ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଧର୍ମଶାଳାରେ ବିଜୁ ଜନତା ଦଳର ପ୍ରାର୍ଥୀ ବହୁ ଭୋଟରେ ବିଜୟୀ ହେବେ।

Advertisment
BjD 2024 General Election Odisha Assembly Election 2024