Advertisment

ସତୀଶ ଚନ୍ଦ୍ର ସାମଲ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ

ଗୃହ ବିଭାଗ କ୍ୟାଡ଼ରର ବରିଷ୍ଠ ବ୍ୟକ୍ତିଗତ ସଚିବ ସତୀଶ ଚନ୍ଦ୍ର ସାମଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ତତ୍କାଳ ପ୍ରଭାବରୁ ବଦଳି ହୋଇଛି ।

undefined

Loka Seva Bhavan

Advertisment

ରାଜ୍ୟର ପ୍ରଥମ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ଅବସ୍ଥାପିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କିଏ ହେବ ତାହା  ଜଣାପଡ଼ିନଥିଲେ ମଧ୍ୟ ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାପରେ ଏପର୍ଯ୍ୟନ୍ତ ୩ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । ପୂର୍ବରୁ କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଓ ବିନୋଦ ବିହାରୀ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁସଚିବ ଭାବେ ଅବସ୍ଥାପିତ କରାଯାଇସାରିଛି।

Advertisment

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗୃହ ବିଭାଗ କ୍ୟାଡ଼ରର ବରିଷ୍ଠ ବ୍ୟକ୍ତିଗତ ସଚିବ ସତୀଶ ଚନ୍ଦ୍ର ସାମଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ତତ୍କାଳ ପ୍ରଭାବରୁ ବଦଳି ହୋଇଛି ।

ସେହିପରି ରାଜ୍ୟ ଯୋଜନା ବୋର୍ଡ ସଦସ୍ୟଙ୍କ ଓଏସଡି ସଞ୍ଜୟ କୁମାର ବୈରୀଗଞ୍ଜନଙ୍କୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଓଏସଡି ଭାବେ ବଦଳି ହୋଇଛି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ପ୍ରକାଶ କୁମାର ମହାନ୍ତି ଓ ଲକ୍ଷ୍ମୀଧର ହୋତା, ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅତିରିକ୍ତ ସଚିବ ଭାବେ ନିତ୍ୟାନନ୍ଦ ସାହୁ ବଦଳି ହୋଇଛି ।

Advertisment

ସେହିପରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ରାଜରାଜ ସାମନ୍ତରାୟ ଓ ମହେନ୍ଦ୍ର କୁମାର ସାହୁ ,ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଓଏସଡି ଭାବେ ଶାରଦା କୁମାର ରଥଙ୍କୁ ଅବସ୍ଥାପିତ କରାଯାଇଛି ।
ଏହି ସମସ୍ତ ଅଫିସର ଗୃହ ବିଭାଗ କ୍ୟାଡ଼ରରେ ବିଭିନ୍ନ ସଚିବ ଓ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିଲେ ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe