Advertisment

ସନ୍ତୃପ୍ତ ମିଶ୍ର ହେଲେ ନବୀନଙ୍କ ରାଜନୈତିକ ସଚିବ

ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ଦାୟିତ୍ୱ।

naveen patnaik

naveen patnaik

Advertisment

ହଟିଲେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା। ସମସ୍ତ ରାଜ୍ୟସ୍ତରୀୟ ଦଳୀୟ ପଦାଧିକାରୀଙ୍କୁ ହଟାଇଲା ବିଜେଡି। ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶକ୍ରମେ ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି।

Advertisment

ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କଲା ବିଜେଡି। ଏଥିରେ ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ର ପ୍ରମୁଖଙ୍କୁ ରାଜ୍ୟସ୍ତରୀୟ ମୁଖପାତ୍ର କରାଯାଇଛି। ସେହିପରି ମୋଟ ୧୪ ଜଣ ନେତା ହୋଇଛନ୍ତି ରାଜ୍ୟସ୍ତରୀୟ ମୁଖପାତ୍ର।

ସନ୍ତୃପ୍ତ ମିଶ୍ର ଓ କଳିକେଶ ସିଂଦେଓଙ୍କ ସମେତ ୬ ନେତାଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କିନ୍ତୁ ଜିଲ୍ଲାସ୍ତରୀୟ ପଦ ପଦବୀ ଅପରିବର୍ତ୍ତିତ ରହିଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

Advertisment
BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe