Advertisment

କେମିତି ଅଛନ୍ତି ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଜନସାଧାରଣ ?

ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। ଏହି ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ।

author-image
Manoj Swain
ଅଦ୍ୟତନ ହୋଇଛି

ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ମନ୍ଦାରବସ୍ତ ଗାଁ । ଭୁବନେଶ୍ବର ଠାରୁ ମାତ୍ର 50 କିଲୋମିଟର କିନ୍ତୁ ବିକାଶଠାରୁ ଯେମିତି 50 ବର୍ଷ ପଛରେ ଅଛି। ଅନେକ ନେତାଙ୍କ ପ୍ରତିଶୃତିର ମିଠା ଭାଷଣ ଶୁଶିଛି ଗାଁ। ହେଲେ ସମସ୍ୟା ପୂର୍ବରୁ ଯେମିତି ଥିଲା ଆଜିବି ସେମିତି ଅଛି। ପାଣି ପାଇଁ ଡହଳବିକଳ କେଉଁ ଆଦିମ କାଳରୁ । କିନ୍ତୁ ଆଜି ଯାଏଁ ପିଇବା ପାଇଁ ପାଣି ମୁନ୍ଦାଏ ଲୋକଙ୍କ ପାଖରେ ପହଞ୍ଚିପାରିଲା ନାହିଁ। ଓଡ଼ିଶା ରିପୋର୍ଟରର ସ୍ବତନ୍ତ୍ର କାର୍ଯ୍ୟକ୍ରମ  ଗାଁ ଗାଁର ପଲିଟିକାଲ ଖଟି କାର୍ଯ୍ୟକ୍ରମରେ ଗାଁର ରାଜନୈତିକ ମାହୋଲ କିପରି ଅଛି ଜାଣିବା ପାଇଁ ଆମ ଟିମ ପହଞ୍ଚିଥିଲା ଏହି ଗାଁରେ। କିନ୍ତୁ ସେଠାକାର ଲୋକଙ୍କ ଦୁଃଖ ଦେଖି ପ୍ରତିକ୍ରିୟା ନେଲାବେଳେ କ୍ଷୋଭ ପ୍ରକାଶ କରିଥିଲେ ଗାଁ ଲୋକ ।

Advertisment
2024 General Election Puri Odisha