Advertisment

ବିଜେପି ପ୍ରାର୍ଥୀଙ୍କୁ ମାତ ଦେଲେ ଭାରତର ୧ନଂ ଧନୀ ମହିଳା

୭୪ ବର୍ଷୀୟ ସାବିତ୍ରୀ ତୃତୀୟ ଥର ପାଇଁ ହିସ୍ରା ଆସନରୁ ବିଜୟୀ ହୋଇଛନ୍ତି। ସେ ୨୦୦୫ ଓ ୨୦୦୯ରେ କଂଗ୍ରେସ ବିଧାୟିକା ଭାବେ ହରିୟାଣା ବିଧାନସଭାକୁ ଏହି ଆସନରୁ ଯାଇଥିଲେ।

ଅଦ୍ୟତନ ହୋଇଛି
Savitri Jindal

Savitri Jindal

Advertisment

ସ୍ୱାଧୀନ ପ୍ରାର୍ଥୀ ଭାବେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ୁଥିବା ଭାରତର ୧ନଂ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ଦମଦାର ବିଜୟ ହାସଲ କରିଛନ୍ତି। ସେ ହରିୟାଣାର ହିସ୍ରା ଆସନରୁ ନିର୍ବାଚନ ଲଢ଼ୁଥିଲେ।

Advertisment

ଏଠାରେ ସେ ୧୮,୯୪୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସାବିତ୍ରୀ ଜିନ୍ଦଲ ବିଜେପିର କମଳ ଗୁପ୍ତା ଓ କଂଗ୍ରେସର ରାମ ନିବାସ ରାରାଙ୍କ ବିରୋଧରେ ଛିଡ଼ା ହୋଇଥିଲେ। ଉଭୟ ଜାତୀୟ ଦଳର ପ୍ରାର୍ଥୀଙ୍କୁ ସେ ମାତ ଦେଇଛନ୍ତି। ହିସ୍ରାରେ ସାବିତ୍ରୀ ଜିନ୍ଦଲ ବିଜୟୀ ହୋଇଥିବା ବେଳେ ବିଜେପିର ଗୁପ୍ତା ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ବିଜୟ ପରେ ହିସ୍ରାବାସୀଙ୍କୁ ସାବିତ୍ରୀ ଜିନ୍ଦଲ କୃତଜ୍ଞତା ଜଣାଇଛନ୍ତି। ୭୪ ବର୍ଷୀୟ ସାବିତ୍ରୀ ତୃତୀୟ ଥର ପାଇଁ ହିସ୍ରା ଆସନରୁ ବିଜୟୀ ହୋଇଛନ୍ତି। ସେ ୨୦୦୫ ଓ ୨୦୦୯ରେ କଂଗ୍ରେସ ବିଧାୟିକା ଭାବେ ହରିୟାଣା ବିଧାନସଭାକୁ ଏହି ଆସନରୁ ଯାଇଥିଲେ।

Advertisment

୨୦୦୫ରେ ସ୍ୱାମୀ ଓପି ଜିନ୍ଦଲଙ୍କ ଦେହାନ୍ତ ପରେ ସାବିତ୍ରୀ ବ୍ୟବସାୟୀ ଓ ରାଜନୀତି ଦୁନିଆରେ ପାଦ ଦେଇଥିଲେ। ଜିନ୍ଦଲ ଗ୍ରୁପର ମୁଖ୍ୟ ଭାବେ ସେ କମ୍ପାନୀର ଷ୍ଟିଲ, ପାୱାର, ମାଇନିଂ ଓ ଭିତ୍ତିଭୂମି ଆଦି କ୍ଷେତ୍ର କଥା ବୁଝିଥିଲେ। ତାଙ୍କ ନେତୃତ୍ୱକୁ ଅନ୍ତର୍ଜାତୀୟ ସ୍ୱୀକୃତି ମିଳିଥିଲା। ଭାରତ ସରକାର ମଧ୍ୟ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରିଛନ୍ତି।

୨୦୦୫ରେ ସେ ପ୍ରଥମ ଥର କଂଗ୍ରେସ ଟିକେଟରୁ ହିସ୍ରାରେ ଜିତିଥିଲେ। ୨୦୦୯ରେ ସେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୩ରେ ସେ ହରିୟାଣା ସରକାରରେ ମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୧୪ ବିଧାନସଭା ନିର୍ବାଚନରେ ସେ କମଳ ଗୁପ୍ତାଙ୍କ ଠାରୁ ହାରି ଯାଇଥିଲେ। ପରାଜୟ ପରେ ସେ କଂଗ୍ରେସ ଓ ରାଜନୀତିରୁ ଦୂରେଇ ଯାଇଥିଲେ।

୨୦୨୪ରେ ସେ ପୁଣି ରାଜନୀତିକୁ ଫେରିବା ସହ ହିସ୍ରାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ତାଙ୍କ ପାଇଁ ପୁଅ ନୀବନ ଜିନ୍ଦଲ ମଧ୍ୟ ପ୍ରଚାର କରିଥିଲେ। ନବୀନ ହେଉଛନ୍ତି ବିଜେପିର ଲୋକସଭା ସାଂସଦ। ଉଭୟ ମା’ ଓ ପୁଅ ଚଳିତ ବର୍ଷ ମାର୍ଚ୍ଚ ମାସରେ ବିଜେପିରେ ମିଶିଥିଲେ। କିନ୍ତୁ ସାବିତ୍ରୀ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି।

ପୋର୍ବସ ଅନୁଯାୟୀ, ସାବିତ୍ରୀ ଜିନ୍ଦଲଙ୍କ ପାଖରେ ୩.୬୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେ ଭାରତର ୧ନଂ ଧନୀ ମହିଳା। ସେହିପରି ଦେଶର ୫ମ ଧନୀ ଭାବେ ସାବିତ୍ରୀ ବେଶ ପରିଚିତ।

ହିସ୍ରାରେ ସାବିତ୍ରୀଙ୍କ ବିରୋଧରେ ବିଜେପି କମଳ ଗୁପ୍ତାଙ୍କୁ ପ୍ରାର୍ଥୀ କରିଥିଲେ। ସେ ୨୦୨୧ ଡିସେମ୍ବର ମାସରୁ ନଗର ଉନ୍ନୟନ ମନ୍ତ୍ରୀ ଭାବେ କାମ କରୁଥିଲେ। ୨୦୧୪ ଓ ୨୦୧୯ରେ ସେ ହିସ୍ରାରୁ ଜିତିଥିଲେ।

Haryana Election Result Savitri Jindal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe