Advertisment

ନିର୍ବାଚନ କମିଶନଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ: ଇଭିଏମରେ ଅଧିକ ଭୋଟ୍‌ର ଯାଞ୍ଚ କର

କେରଳରେ ମକ୍‌ ପୋଲ୍‌ ବା ଇଭିଏମ ପରୀକ୍ଷା ଚାଲିଥିଲାବେଳେ ଭାରତୀୟ ଜନତା ପାର୍ଟି ସପକ୍ଷରେ ଅଧିକ ଭୋଟ୍‌ ପଡ଼ିବା ନେଇ ଅଭିଯୋଗ ଉଠିଛି। ଏହି ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରିବାକୁ ସୁପ୍ରିମ କୋର୍ଟ ଭାରତର ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Debendra Prusty
EVM With VVPAT

EVM With VVPAT

କେରଳରେ ମକ୍‌ ପୋଲ୍‌ ବା ଇଭିଏମ ପରୀକ୍ଷା ଚାଲିଥିଲାବେଳେ ଭାରତୀୟ ଜନତା ପାର୍ଟି ସପକ୍ଷରେ ଅଧିକ ଭୋଟ୍‌ ପଡ଼ିବା ନେଇ ଅଭିଯୋଗ ଉଠିଛି। ଏହି ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରିବାକୁ ସୁପ୍ରିମ କୋର୍ଟ ଭାରତର ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଇଭିଏମର ସମସ୍ତ ଭିଭିପାଟ୍‌ ଯାଞ୍ଚ ଓ ଗଣତି ନେଇ ଚାଲିଥିବା ମାମଲାର ଶୁଣାଣି ଅବସରରେ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ ରିଫର୍ମ ବା ଏଡିଆର ପକ୍ଷରୁ ଅଧିବକ୍ତା ପ୍ରଶାନ୍ତ ଭୂଷଣ ମାନ୍ୟବର କୋର୍ଟଙ୍କ ଆଗରେ ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ। ସେ ମିଡିଆ ରିପୋର୍ଟ ଉଦ୍ଧାର କରି କେରଳର କସରଗଡ଼ରେ ଇଭିଏମରେ ଗୋଟେ ପାର୍ଟିକୁ ଭୋଟ୍‌ ଦେଲେ ଆଉ ଗୋଟେ ପାର୍ଟିକୁ ପଳାଉଛି ବୋଲି ଉଲ୍ଲେଖ କରିଥିଲେ। ମାମଲାର ଶୁଣାଣି କରୁଥିବା ବିଚାରପତି ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତ ଅଧିବକ୍ତା ଭୂଷଣଙ୍କ ନିବେଦନକୁ ଗ୍ରହଣ କରି ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତର ନିର୍ବାଚନ କମିଶନଙ୍କୁ ମୌଖିକ ନିର୍ଦ୍ଦେଶ ଦେଇଛନ୍ତି।

କେରଳର କସରଗଡ଼ରେ ଇଭିଏମ ପ୍ରଦର୍ଶନ ଯାଞ୍ଚ ଚାଲିଥିଲାବେଳେ ତିନିଟି ଇଭିଏମର ଭିଭିପାଟ୍‌ ବିଜେପି ସପକ୍ଷରେ ଗୋଟିଏ ଲେଖାଏଁ ଅଧିକ ସ୍ଲିପ୍‌ ପ୍ରିଣ୍ଟ କରିଥିଲେ। ମୋଟ ଉପରେ ୧୦ଟି ଭିଭିପାଟ୍‌ ସଂଯୁକ୍ତ ଇଭିଏମ ଥିଲା। ଅଧିକ ବାହାରିଥିବା ଭିଭିପାଟ୍‌ ସ୍ଲିପରେ ପଦ୍ମ ଚିହ୍ନ ଥିଲା ଓ ଏହା ଗଣତି ପାଇଁ ନୁହେଁ ବୋଲି ଲେଖାଯାଇଥିଲା। ସେଠାକାର କଂଗ୍ରେସ ପ୍ରାର୍ଥୀ ରାଜମୋହନ ଉନ୍ନିଥନଙ୍କ ମୁଖ୍ୟ ନିର୍ବାଚନ ପ୍ରତିନିଧି ଅଧିବକ୍ତା ବିଏମ ଜମାଲ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Advertisment

ଅଧିବକ୍ତା ପ୍ରଶାନ୍ତ ଭୂଷଣଙ୍କଠାରୁ ଏଭଳି ଶୁଣିଲା ପରେ ସେଠାରେ ଉପସ୍ଥିତ ଥିବା ନିର୍ବାଚନ କମିଶନଙ୍କ ଅଧିବକ୍ତାଙ୍କୁ ଏ ସମସ୍ୟାର ସମାଧାନ କରିବା ପାଇଁ ବିଚାରପତି ମୌଖିକ ନିର୍ଦ୍ଦେଶ ଦେଇଥିଲେ।

Supreme Court Eci EVM VVPAT