Advertisment

ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମ୍ମିଳନୀ ଭୁବନେଶ୍ୱରରେ ଉଦଘାଟିତ: ସମାବେଶୀ ସମାଜ ଗଠନ ଉପରେ ବାଚସ୍ପତିଙ୍କ ଗୁରୁତ୍ୱ

ଓଡିଶାର ୪୦% ଜନସାଧାରଣ ଦଳିତ ଓ ଜନଜାତି । ରାଜ୍ୟ ସରକାର ଆଦିବାସୀ ସଂସ୍କୃତି ସୁରକ୍ଷା ପାଇଁ ଆଦିବାସୀ ଭବନ ଓ ଭାଷା ପ୍ରତିଷ୍ଠାନ ନିର୍ମାଣ କରୁଛନ୍ତି । ଜନଜାତି ଭାଷାରେ ଶିକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ।

author-image
Ordigital Desk
SC ST

SC ST

ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମ୍ବନ୍ଧିତ ସଂସଦୀୟ ଓ ରାଜ୍ୟ-କେନ୍ଦ୍ର ଶାସିତ ଅଂଚଳର କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଦୁଇ ଦିନିଆ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ୨୫ ବର୍ଷ ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ତଥା ଓଡ଼ିଶାରେ ଏହା ଅନୁଷ୍ଠିତ ହେଉଥିବାରୁ ଶ୍ରୀ ବିର୍ଲାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି ।

Advertisment

ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ଦଳମତରୁ ଉର୍ଦ୍ଧ୍ୱରେ ରହି ଏହି ବର୍ଗର ଉନ୍ନତି ପାଇଁ ନିଷ୍ପତ୍ତିନିଅନ୍ତି । ଏହି କମିଟିର ପ୍ରସ୍ତାବ ଓ ତଦାରଖ ଯୋଗୁଁ ଦେଶରେ ଏହି ବର୍ଗର ଅଗ୍ରଗତି ସମ୍ଭବ ହୋଇଛି । ଏବେ ବଦଳୁଥିବା ପରିସ୍ଥିତି ଅନୁଯାୟୀ ଏହି ସମ୍ମିଳନୀରେ ଆଗତ ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ କରାଯାଇ ସମତା ଭିତ୍ତିକ ବା ସମାବେଶୀ ସମାଜ ଓ ବିକଶିତ ଭାରତ ଗଠନ କରାଯିବ । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡିଶାରେ ଏହି ସମ୍ମିଳନୀ ରାଜ୍ୟର ଜାତୀୟ ଗୁରୁତ୍ୱ ବୃଦ୍ଧି କରିଛି । ଏହା ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସମୃଦ୍ଧ ଭବିଷ୍ୟତର ରାସ୍ତା ନିର୍ମାଣ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପିଏମ ଜନମନ ଓ ଧର୍ରତି ଆବା ଯୋଜନା ଏହି ବର୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରୁଛି ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଯେ, ପିଏମ ଜନମନ ଓ ଧରତି ଆବା ଯୋଜନା ଆଦିବାସୀଙ୍କ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ । ଏକଲବ୍ୟ ମଡେଲ ସ୍କୁଲ ଓ ଆଶ୍ରମ ସ୍କୁଲ ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ନୂଆ ପଦକ୍ଷେପ । 

Advertisment

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ କହିଛନ୍ତି, ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ । ବିଗତ ୧୦ ବର୍ଷରେ ଏସସି-ଏସଟି ବଜେଟ ୪ ଗୁଣା ବୃଦ୍ଧି ପାଇଛି, ଯାହା ନକ୍ସଲବାଦ ନିୟନ୍ତ୍ରଣରେ ସହାୟକ ।  ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ବିଧାନସଭା ଗଣତନ୍ତ୍ରର କେନ୍ଦ୍ର । ଏହି ସମ୍ମିଳନୀ ନୀତି ନର୍ଦ୍ଧାରଣ ଓ ଦୁଗର୍ମ ଅଂଚଳରେ କାର୍ଯ୍ୟକାରୀ ପାଇଁ ମାର୍ଗଦର୍ଶନ କରିବ ।

ଓଡିଶାର ୪୦% ଜନସାଧାରଣ ଦଳିତ ଓ ଜନଜାତି । ରାଜ୍ୟ ସରକାର ଆଦିବାସୀ ସଂସ୍କୃତି ସୁରକ୍ଷା ପାଇଁ ଆଦିବାସୀ ଭବନ ଓ ଭାଷା ପ୍ରତିଷ୍ଠାନ ନିର୍ମାଣ କରୁଛନ୍ତି । ଜନଜାତି ଭାଷାରେ ଶିକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ।ଏହି ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଏସସି-ଏସଟି କଲ୍ୟାଣ କମିଟି ଅଧ୍ୟକ୍ଷ ଫଗନ ସିଂ କୁଲସ୍ତେ, ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଓ ୧୯ଟି ରାଜ୍ୟରୁ ପ୍ରାୟ ୨୦୦ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି ।