Advertisment

ସ୍କୁଲରେ ପାଠ ପଢ଼ାଉଥିଲେ ସ୍ତ୍ରୀ, ପହଞ୍ଚିଗଲେ ମନ୍ତ୍ରୀ

ପତ୍ନୀ କାର୍ଯ୍ୟରତ ସ୍କୁଲକୁ ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌ ।

author-image
Manoj Swain

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଚାନକ ଉମରକୋଟ ସହରରେ ଥିବା ଡଙ୍ଗରି ଗୁଡା ୟୁଭି ୩ ଠାରେ ଥିବା ପ୍ରାଥମିକ ସ୍କୁଲକୁ ସରପ୍ରାଇଜ୍‌ ଭିଜିଟ୍‌ କରିଥିଲେ । ଯେଉଁ ସ୍କୁଲରେ ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ତ୍ରୀ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି । ମନ୍ତ୍ରୀଙ୍କୁ ଦେଖି ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଓ ପିଲା ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏପରିକି ମନ୍ତ୍ରୀଙ୍କୁ ଦେଖି ସ୍ତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

Advertisment
Odisha Odisha Minister Department Of School And Mass Education