ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଂଚ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ଟି ଲୋକସଭା ଆସନରେ ମୋଟ ୩୮ଟି ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୨ଜଣ ପ୍ରାର୍ଥୀ ରହିଛନ୍ତି। ଆଜି ପ୍ରାର୍ଥୀପତ୍ର ଯାଂଚ ପରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଂଚ ଆଜି ଶେଷ ହୋଇଛି। ମୋଟ ୩୯ଜଣ ପ୍ରାର୍ଥୀ ୭୫ଟି ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମାତ୍ର ଆଜି ଯାଂଚବେଳେ କୋରାପୁଟ ସଂରକ୍ଷିତ ସଂସଦୀୟ ଆସନରେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଛି। ଅନ୍ୟ ୧୨ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ସେହିପରି ନବରଙ୍ଗପୁର ସଂରକ୍ଷିତ ସଂସଦୀୟ ଆସନରେ ସବୁଠୁ କମ୍ ମାତ୍ର ୪ଜଣ ପ୍ରାର୍ଥୀ ଅଛନ୍ତି। ସେଠାରେ ୪ଜଣ ପ୍ରାର୍ଥୀ ହିଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ସବୁ କାଏମ ରହିଛି। ସେହିପରି ବ୍ରହ୍ମପୁର ସଂସଦୀୟ ଆସନ ଓ କଳାହାଣ୍ଡି ସଂସଦୀୟ ଆସନରେ ୧୧ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି।
ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଆସନ୍ତା ୨୯ତାରିଖ ରହିଛି। ଏହି ଆସନଗୁଡ଼ିକରେ ମେ’ ୧୩ତାରିଖରେ ମତଦାନ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।