Advertisment

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି; ପୁଲିସ- କଂଗ୍ରେସ କର୍ମୀ ଧସ୍ତାଧସ୍ତି

୨୪ ବର୍ଷର ବିଫଳ ସରକାର ବିରୋଧରେ ଲୋୟର ପିଏମଜିରେ ଆଜି ଗର୍ଜିଛି ରାଜ୍ୟ କଂଗ୍ରେସ।

Congress

Congress

Advertisment

୨୪ ବର୍ଷର ବିଫଳ ସରକାର ବିରୋଧରେ ଲୋୟର ପିଏମଜିରେ ଆଜି ଗର୍ଜିଛି ରାଜ୍ୟ କଂଗ୍ରେସ। ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲେ କଂଗ୍ରେସର ଶତାଧିକ କର୍ମୀ। କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ପ୍ରଭାରୀ ଅଜୟ କୁମାରଙ୍କ ସମେତ ଦଳର ବିଧାୟକ, ଜିଲ୍ଲା ସଭାପତି ଓ ଶତାଧିକ କଂଗ୍ରେସ କର୍ମୀ  କଂଗ୍ରେସ ଭବନରୁ ରାଲିରେ ବାହାରି ଲୋୟର ପିଏମଜିରେ ପହଞ୍ଚିଥିଲେ।

Advertisment

ପରେ ସେମାନେ ଲୋକସଭା ଭବନ ଆଡକୁ ଯିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୁଲିସ ଓ କଗ୍ରେଂସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି। ପୁଲିସ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଛି।

ଜୟପୁର ବିଧାୟକ ତାରା ବାହିନୀ ପତି କହିଛନ୍ତି, ଓଡ଼ିଶାରେ ଶହଶହ ଚାଷୀ ଆତ୍ମହତ୍ୟା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ସରକାର ଏହାକୁ ରୋକି ପାରୁ ନାହାନ୍ତି। ଯୁବକମାନେ ବେକାରୀ ହୋଇ ବୁଲୁଛନ୍ତି । ଦରଦାମ ହୁ ହୁ ହୋଇ ବଢ଼ୁଛି। ହେଲେ ସରକାର ସବୁ ଦେଖି ଚୁପ ହୋଇ ବସିଛନ୍ତି।

Advertisment
Congress Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe