Advertisment

ପିଛା ଛାଡୁନାହାନ୍ତି ସୋମାଲିକା !

ପୁଲିସ ବିଧାୟକଙ୍କ ଚାପରେ ତାଙ୍କ କଥା ଶୁଣୁନଥିବା ଅଭିଯୋଗ କରିଥିଲେ ସୋମାଲିକା।

author-image
Manoj Swain

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ବଢୁଛି ଅଡୁଆ। ବାନ୍ଧବୀ ସୋମାଲିକା ଯେମିତି ତାଙ୍କ ପିଛା ଛାଡୁ ନାହାନ୍ତି। ନିକଟରେ ଜଗତସିଂହପୁର SDJM କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ। ଏବେ ଜାତୀୟ ମହିଳା କମିଶନ ସୋମାଲିକାଙ୍କୁ ଚିଠି କରିଛନ୍ତି। 5 ତାରିଖରେ ଜନ ସୁନଓ୍ୱାଇରେ ହାଜର ହୋଇ ରଖିବେ ପକ୍ଷ। ପୁଲିସ ବିଧାୟକଙ୍କ ଚାପରେ ତାଙ୍କ କଥା ଶୁଣୁନଥିବା ଅଭିଯୋଗ କରିଥିଲେ ସୋମାଲିକା। କମିଶନ ଏନେଇ କଣ ରାୟ ଶୁଣାଉଛନ୍ତି ତାକୁ ରହିବ ଅପେକ୍ଷା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Tirtol Mla