Advertisment

ବିରୋଧୀ ମେଣ୍ଟରେ ସାମିଲ ହେଲେ ଆଉ ଦୁଇ ଦଳ: ସିଟ ଶେୟାରିଂ ଫର୍ମୁଲାକୁ ନେଇ ଦ୍ୱନ୍ଦ୍ୱ

ବିରୋଧୀ ମେଣ୍ଟରେ ୬ଟି ଦଳ- ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ, ସିପିଆଇ-ଏମଏଲ, ସିପିଆଇ, ସିପିଏମ ଓ ଭିଆଇପି ରହିଥିଲେ। ଏବେ ଜେଏମଏମ ଓ ଏଲଜେପି (ପାରସ) ଏଥିରେ ସାମିଲ ହୋଇଛନ୍ତି।

author-image
Hemant Lenka
RJD

RJD

ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ। ନିର୍ବାଚନ ଉଷ୍ଣତା ବଢ଼ୁଥିବା ବେଳେ ଉଭୟ ଏନଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ସିଟ୍‌ ଶେୟାରିଂ ଫର୍ମୁଲାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଶାସକ ମେଣ୍ଟରେ ଚିରାଗ ପାଶୱାନ, ଜିତେନ ରାମ ମାଞ୍ଝୀ ଓ ଉପେନ୍ଦ୍ର କୁଶୱା ଅଧିକ ସିଟ ମାଗୁଥିବାରୁ ସିଟ ଶେୟାରିଂ ଅଙ୍କ ଛିଡ଼ୁ ନାହିଁ।

Advertisment

ଏସବୁ ଭିତରେ ବିରୋଧୀ ମେଣ୍ଟରେ ଆଉ ଦୁଇ ଦଳ- ହେମନ୍ତ ସୋରେନଙ୍କ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ପଶୁପତି ପାରସଙ୍କ ନେତୃତ୍ୱାଧୀନ ଏଲଜେପି ସାମିଲ ହୋଇଛନ୍ତି। କଂଗ୍ରେସ ଓ ସିପିଆଇ-ଏମଏଲ ପକ୍ଷରୁ ଅଧିକ ସିଟ ଦାବି କରାଯାଉଥିବା ବେଳେ ଆଉ ଦୁଇ ଦଳ ସାମିଲ ହେବା ସ୍ଥିତିକୁ ଆହୁରି ରୋଚକ କରିଛି। ଏମାନେ କେମିତି ସିଟ ଶେୟାରିଂ ଫର୍ମୁଲା ପ୍ରସ୍ତୁତ କରି ସମସ୍ତଙ୍କୁ ସନ୍ତୁଷ୍ଟ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ବିହାର ଗ୍ରାଣ୍ଡ ଆଲିଆନ୍ସ ବା ବିରୋଧୀ ମେଣ୍ଟରେ ୬ଟି ଦଳ- ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ, ସିପିଆଇ-ଏମଏଲ, ସିପିଆଇ, ସିପିଏମ ଓ ଭିଆଇପି ରହିଥିଲେ। ଏବେ ଜେଏମଏମ ଓ ଏଲଜେପି (ପାରସ) ଏଥିରେ ସାମିଲ ହୋଇଛନ୍ତି। ଏହାର ଅର୍ଥ ବିହାର ବିଧାନସଭାର ୨୪୩ ଆସନରେ କିଏ କେଉଁଠି ଲଢ଼ିବେ, ସେକଥା ୮ ଦଳ ନିଷ୍ପତ୍ତି ନେବେ। ୮ ଦଳ ମଧ୍ୟରୁ କାହାକୁ କେତେ ଆସନ ମିଳୁଛି, ତାହା ମଧ୍ୟ ବଡ଼ ପ୍ରଶ୍ନ।

Advertisment

ପଶୁପତି ପାରସଙ୍କ ଜରିଆରେ ବିରୋଧୀ ମେଣ୍ଟ ପାଶୱାନ ଭୋଟକୁ ଭାଗ କରିବାକୁ ଲକ୍ଷ୍ୟ ରଖିଛି। ବିଶେଷ କରି ପାଶୱାନ ପରିବାର ଆସୁଥିବା ଖାଗାରିଆରେ ଭୋଟ ଭାଗ ହେବା ନିଶ୍ଚିତ। ପାରସ ଦୀର୍ଘ ବର୍ଷ ହେଲାଣି ଖାଗାରିଆର ଅଲୌଲି ଆସନରୁ ବିଧାୟକ ରହିଛନ୍ତି। କୁହାଯାଉଛି ଯେ ବିରୋଧୀ ମେଣ୍ଟରେ ଏଲଜେପି ପାରସ ମେଣ୍ଟ ୨ରୁ ୩ଟି ଆସନ ପାଇବ। ଏହାଦ୍ୱାରା ପାରସ ଓ ତାଙ୍କ ପୁଅ ନିର୍ବାଚନ ଲଢ଼ିବେ। ପାରସଙ୍କୁ ହାଜିପୁରରୁ ପ୍ରାର୍ଥୀ କରି ପାଶୱାନ ଭୋଟ ଭାଗ କରିବା ଲକ୍ଷ୍ୟରେ ମଧ୍ୟ ବିରୋଧୀ ମେଣ୍ଟ ରହିଛି।

ଝାରଖଣ୍ଡରେ ଜେଏମଏମ ନେତୃତ୍ୱରେ ହୋଇଥିବା ମେଣ୍ଟ ସରକାରରେ ଆରଜେଡି ଓ କଂଗ୍ରେସ ରହିଛନ୍ତି। ତେଣୁ ବିହାରରେ ଆରଜେଡି ଓ କଂଗ୍ରେସ ଯେମିତି ହେଲେ ବି ଅତିକମରେ ଗୋଟିଏ ସିଟରେ ଜେଏମଏମକୁ ଲଢ଼ିବାକୁ ଅନୁମତି ଦେବେ। ଏହାବାଦ ଝାରଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳ ବାଙ୍କା, ମୁଙ୍ଗେର ଓ ଭାଗଲପୁରରେ ମଧ୍ୟ ଜେଏମଏମ ଟିକେଟ ହାତେଇ ପାରେ। ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି ଯେ ସମସ୍ତଙ୍କୁ କିଛି ଆସନ ଛାଡ଼ିବାକୁ ପଡ଼ିବ ଓ ଅନ୍ୟ ଦଳକୁ ନିଜ ସହ ରଖିବାକୁ ପଡ଼ିବ।

୨୦୨୦ ବିଧାନସଭାରେ ବିରୋଧୀ ମେଣ୍ଟର ପ୍ରଦର୍ଶନ

ଆରଜେଡି ୧୪୪ ଆସନରେ ଲଢ଼ି ୭୫ଟିରେ ଜିତିଥିଲା

କଂଗ୍ରେସ ୭୦ରେ ଲଢ଼ି ୧୯ଟି ଆସନରେ ଜିତିଥିଲା

ସିପିଆଇ-ଏମଏଲ ୧୯ଟି ଆସନରେ ଲଢ଼ି ୧୨ଟିରେ ଜିତିଥିଲା

ସିପିଏମ ୪ଟି ଆସନରେ ଲଢ଼ି ୨ଟିରେ ଜିତଥିଲା

ସିପିଆଇ ୬ ଆସନରେ ଲଢ଼ି ୨ଟିରେ ଜିତିଥିଲା।

ଆସିବାକୁ ଥିବା ସମସ୍ୟା

ଚଳିତ ଥର ମୁକେଶ ସାହାଣୀଙ୍କ ଭିଆଇପି (ବିକାଶଶୀଳ ଇନସାନ ପାର୍ଟି) ମହାଗଠବନ୍ଧନରେ ରହିଛି। ସେ ଦଳ ପାଇଁ ୫୦ଟି ଆସନ ଓ ମେଣ୍ଟ ଜିତିଲେ ଉପ ମୁଖ୍ୟମନ୍ତ୍ରୀ ପଦ ଦାବି କରିଛନ୍ତି। ମୁକେଶଙ୍କ ଦଳ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ତେଜସ୍ୱୀ ଯାଦବଙ୍କୁ ଘୋଷଣା କରିବାକୁ ଚାହୁଁଛି। କିନ୍ତୁ ଏତେ ସଂଖ୍ୟକ ସିଟ ମୁକେଶଙ୍କ ଭିଆଇପିକୁ ଦେବା ଆରଜେଡି ଓ କଂଗ୍ରେସ ପାଇଁ ବେଶ କାଠିକର ପାଠ ହୋଇଛି।

ଭିଆଇପି ୨୦ରୁ ୨୫ଟି ଆସନ ପାଇପାରେ। ତେବେ ମେଣ୍ଟରେ ଥିବା ଅନ୍ୟ ଦଳ ଏହି ସଂଖ୍ୟାକୁ ମଧ୍ୟ ବିରୋଧ କରୁଛନ୍ତି। କାରଣ ଗତଥର ମୁକେଶଙ୍କ ଭିଆଇପି ୧୧ଟି ଆସନରେ ଲଢ଼ି କେବଳ ୪ଟି ଜିତି ପାରିଥିଲା। ତେଜସ୍ୱୀ ଯାଦବ ପଛୁଆ ବର୍ଗର ଭୋଟ ହାତେଇବାକୁ ଏଥର ମୁକେଶଙ୍କୁ ମହାଗଠବନ୍ଧନରେ ରଖିଛନ୍ତି।

କଂଗ୍ରେସ ୨୦୨୦ରେ ୭୦ଟି ଆସନରେ ପ୍ରାର୍ଥୀ ଦେଇଥିଲେ ହେଁ ଏଥର ୬୦ଟି ସିଟରେ ଲଢ଼ିପାରେ। ଗତଥର ସିପିଆଇ-ଏମଏଲର ପ୍ରଦର୍ଶନ ଦମଦାର ଥିଲା। ତେଣୁ ଦଳ ଅଧିକ ଆସନ ମାଗିପାରେ।

Tejashwi Yadav Rahul Gandhi Bihar