Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ; ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ

ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ।

ଅଦ୍ୟତନ ହୋଇଛି
BjP Meeting

BjP Meeting

Advertisment

ପୁରୀରେ ଚାଲିଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଆଜି ଦ୍ୱିତୀୟ ଦିନ। ଏହି ବୈଠକରେ ରାଜନୈତିକ ସ୍ଥିତି ଉପରେ ଆଲୋଚନା ହେବା ପରେ ଆଜି ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ। ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ହେବ ଚର୍ଚ୍ଚା ଓ ଆଲୋଚନା। ଏଥିସହ ଆଗାମୀ ଦିନରେ ଦଳ କେଉଁ କେଉଁ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବ ତାହା  ସ୍ଥିର ହେବ।

Advertisment

ମୋହନ ସରକାର ପ୍ରଥମ ମାସର ଉପଲବ୍ଧି ସହ ଦଳର ସଂକଳ୍ପପତ୍ର ଉପରେ କର୍ମୀଙ୍କୁ ଅବଗତ କରିବେ। ପରେ ରାଜ୍ୟ ସଭାପତି ଉଦଯାପନୀ ମନ୍ତ୍ର ଦେବେ। ସରକାରକୁ ଆସିବା ପରେ ଏ ହେଉଛି ବିଜେପିର ପ୍ରଥମ ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ।

ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ। ଶାସକ ଦଳରେ କଣ ରହିବ କର୍ମୀଙ୍କ ଭୂମିକା, ବିଜୟର ଶ୍ରେୟ ଦେବା ସହ ଆଉ କିଛି ଟାସ୍କ ବି ଦେଇଥିଲେ। ଏଥିସହ ଆଗାମୀ ଦିନରେ ସରକାରଙ୍କ କାମ ଲୋକଙ୍କୁ ପାଖକୁ ନେଇ ଯିବାକୁ କହିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହା ସହ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା, ସେସବୁ ପୂରଣ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ ପାଇଛି।

Advertisment
Bjp Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe