Advertisment

ହାତ ଟେକିଦେଲା କଂଗ୍ରେସ

କଂଗ୍ରେସ କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଆଦୌ ଇଚ୍ଛା ରଖି ନାହିଁ ବୋଲି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିରୋଧୀଙ୍କ ମହାବୈଠକରେ ସ୍ପଷ୍ଟ କରିଛନ୍ତି।

author-image
Manoj Swain

ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ଚେକ୍‌ ଦେବାକୁ ୨୬ଟି ବିରୋଧୀ ଦଳ ବେଙ୍ଗାଲୁରୁରେ ମହାବୈଠକ କରୁଛନ୍ତି। ୨୬ଟି ଦଳ ଏକାଠି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ବଡ଼ ଘୋଷଣା କରିଛି।

Advertisment
Bengaluru