Advertisment

ଗୁଜରାଟରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା

ଏବେ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଗୁଜରାଟରୁ ଆରମ୍ଭ ହୋଇ ମେଘାଳୟ ଯାଏ ଚାଲିବ। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ଏହି ସୂଚନା ଦେଇଛନ୍ତି।

Congress

Congress

Advertisment

ରାହୁଲ ଗାନ୍ଧିଙ୍କ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରାକୁ ନେଇ ଉତ୍ସାହିତ ହୋଇପଡ଼ିଥିବା କଂଗ୍ରେସ ଏବେ ନୂଆ ଯୋଜନା କରିଛି। କଂଗ୍ରେସ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରାଯିବ। ରାହୁଲ ଗାନ୍ଧିଙ୍କ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କଶ୍ମୀରରେ ଶେଷ ହୋଇଥିଲା।

Advertisment

ଏବେ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଗୁଜରାଟରୁ ଆରମ୍ଭ ହୋଇ ମେଘାଳୟ ଯାଏ ଚାଲିବ। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ଏହି ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ସମୟରେ କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ରରେ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କିନ୍ତୁ ଭାରତ ଯୋଡ଼ୋ ଯାତ୍ରା କେବେ ଆରମ୍ଭ ହେବ, ତା’ର ତାରିଖ ସମ୍ପର୍କରେ ସେ କିଛି କହି ନାହାନ୍ତି। 

ତେବେ ସେ ମହାରାଷ୍ଟ୍ରରେ ହେବାକୁ ଥିବା ଯାତ୍ରା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟର ପ୍ରତିଟି ଲୋକସଭା ମଣ୍ଡଳୀରେ ୪୮ ଜଣ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ୬ ଦିନ ମଧ୍ୟରେ ପର୍ଯ୍ୟବେକ୍ଷକମାନେ ତୃଣମୂଳ ସ୍ତରର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବେ। ଏହାପରେ ଅଗଷ୍ଟ ୧୬ରେ କୋର କମିଟି ବୈଠକ ବସିବ।

Advertisment

ପାଟୋଲେ କହିଛନ୍ତି, ସେ ପୂର୍ବ ବିର୍ଦ୍ଦଭାରେ ହେବାକୁ ଥିବା ଯାତ୍ରାର ନେତୃତ୍ୱ ନେବେ। ସେହିପରି ମୁମ୍ବାଇରେ ବର୍ଷା ଗାଏକ୍ୱାଡ, ପଶ୍ଚିମ ବିର୍ଦ୍ଦଭାରେ ବିଜୟ ୱାଡେଟ୍ଟିୱାର, ଉତ୍ତର ମହାରାଷ୍ଟ୍ରରେ ବାଲାସାହେବ ଥୋରାଟ, ମରାଠାୱାଡାରେ ଅଶୋକ ଚୌହାନ ଓ ପଶ୍ଚିମ ମହାରାଷ୍ଟ୍ରରେ ଆୟୋଜିତ ଯାତ୍ରାର ନେତୃତ୍ୱ ପୃଥ୍ୱୀରାଜ ଚୌହାନ ନେବେ। ଏଠାରେ ଆୟୋଜିତ ଯାତ୍ରା ପରେ ସବୁ ନେତା ଏକାଠି ହୋଇ କୋଙ୍କଣ ଯିବେ। ପଦଯାତ୍ରା ପରେ ଯାତ୍ରା ପାଇଁ ଗୋଟିଏ ବସ୍‌ ବାହାରିବ ବୋଲି ସେ କହିଛନ୍ତି।

ଦିନକ ତଳେ ଗୁଜରାଟ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ପାଇଁ ନିମନ୍ତ୍ରଣ କରିଥିଲେ। ଗୁଜରାଟ ବିଧାନସଭାର ବିରୋଧୀ ଦଳ ନେତା ଅମିତ ଛାଭଡା କହିଛନ୍ତି, “ଗୁଜରାଟରୁ ରାହୁଲ ଗାନ୍ଧିଙ୍କୁ ଦ୍ୱିତୀୟ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିବାକୁ ଆମେ ନିମନ୍ତ୍ରଣ କରିଛୁ।

ଏହା ମହାତ୍ମା ଗାନ୍ଧି ଓ ସର୍ଦ୍ଦାର ପଟେଲଙ୍କ ମାଟି। ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଏଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଦକ୍ଷିଣ ଓ ଉତ୍ତର ଭାରତର ରାଜ୍ୟଗୁଡ଼ିକରେ ଆୟୋଜନ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ପୂର୍ବ ଓ ପଶ୍ଚିମ ପ୍ରାନ୍ତର ରାଜ୍ୟଗୁଡ଼ିକ ଅତିକ୍ରମ କରିବ।”

ରାହୁଲ ଗାନ୍ଧିଙ୍କ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ୨୦୨୨ ମସିହା ସେପ୍ଟେମ୍ବର ମାସରୁ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ଏହା ଜାନୁଆରୀ ୩୦ରେ ଜମ୍ମୁ-କଶ୍ମୀରରେ ଶେଷ ହୋଇଥିଲା।

ରାହୁଲ ଗାନ୍ଧି ଏହି ସମୟରେ ପାଦରେ ଚାଲିଚାଲି ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଅତିକ୍ରମ କରିଥିଲେ। ଏହି ଯାତ୍ରା ପରେ କଂଗ୍ରେସ ବେଶ ଉତ୍ସାହିତ ହୋଇଯାଇଥିଲା। ଦଳକୁ ବିପୁଳ ପରିମାଣର ଜନ ସମର୍ଥନ ମିଳିଥିଲା ବୋଲି ମଧ୍ୟ କଂଗ୍ରେସ ଦାବି କରିଥିଲା।

Congress Bharat Jodo Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe