ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ। ଦିତୀୟ ପର୍ଯ୍ୟାୟରେ ଉଭୟ ବିରୋଧୀ ଓ ଶାସକ ପରସ୍ପରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।

Odisha Assembly

ଓଡ଼ିଶା ବିଧାନସଭା ।

Niharika Rout
  • Published: Tuesday, 20 August 2024
  • Updated: 20 August 2024, 07:42 AM IST

Sports

Latest News

ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ। ଦିତୀୟ ପର୍ଯ୍ୟାୟରେ ଉଭୟ ବିରୋଧୀ ଓ ଶାସକ ପରସ୍ପରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ପୋଲାଭରମ, ଭତ୍ତା, ରାଜ୍ୟପାଳଙ୍କ ପୁଅଙ୍କ ମାଡ ପ୍ରସଙ୍ଗ, ଭୂତ ରାସନ କାର୍ଡ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିପାରେ। ଏହାସହ କେନ୍ଦ୍ରୀୟ ଅନୁଦାନ ଦେବାରେ ଟାଳଟୁଳ ନୀତି ଓ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ।

ଅନ୍ୟପଟେ ମୋହନ ସରକାରର ଦୁଇ ମାସର ସଫଳତା ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ବଖାଣିବ ଶାସକ ଦଳ। ଆସନ୍ତାକାଲିଠୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ।

ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ,ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗ ର ପ୍ରଶ୍ନ କାଳ ରହିଛି।

Also Read

ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଶୋକ ପ୍ରସ୍ତାବ ଆଗତ ହେବ। ଏହା ସହ ବିଭିନ୍ନ କମିଟି ରିପୋର୍ଟ ଓ କାଗଜ ଉପସ୍ଥାପନ ହେବ। ସେପ୍ଟେମ୍ବର ୧୦ରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ। ସେପ୍ଟେମ୍ବର ୧୩ ତାରିଖ ଯାଏଁ ଅଧିବେଶନ ଚାଲିବ।

ଉଲ୍ଲେଖଯୋଗ୍ୟ, ବିଧାନସଭାରେ ସେପ୍ଟେମ୍ବର ୧୦ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ତା’ପୂର୍ବରୁ ଅଗଷ୍ଟ ୨୧ତାରିଖରେ ଅନୁସୂଚିତ ଜାତି,ଜନଜାତି ଓ ପଛୁଆବର୍ଗ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ୨୨ରେ ରାଜସ୍ୱ ଓ ବିପର୍ଯ୍ୟୟ, ୨୩ରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ,ସମବାୟ ବିଭାଗ, ୨୭ରେ ମହିଳା ଓ ଶିଶୁବିକାଶ, ମିଶନଶକ୍ତି ଓ ପର୍ଯ୍ୟଟନ, ୨୮ରେ ଜଳସମ୍ପଦ, ୨୯ରେ ସ୍କୁଲ ଓ ଗଣଶିକ୍ଷା,ଉଚ୍ଚଶିକ୍ଷା, ୩୦ରେ ଶିଳ୍ପ ଓ ଏମଏସଏମଇ ବିଭାଗ, ୩୧ରେ ଗୃହ, ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଉପରେ ଗୃହରେ ଆଲୋଚନା ହେବା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ସେପ୍ଟେମ୍ବର ୨ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ୩ରେ ଇସ୍ପାତ ଓ ଖଣି, ୪ରେ ପଂଚାୟତିରାଜ, ୫ରେ କୃଷି ଓ କୃଷକ କଳ୍ୟାଣ, ୬ରେ ଗୃହନିର୍ମାଣ ଓ ନଗର ଉନ୍ନୟନ ଓ ୯ରେ ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ ବିଭାଗର ବଜେଟ୍ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story