Advertisment

ଶରଦ-ଅଜିତଙ୍କ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା, ପୃଥ୍ୱୀରାଜ କହିଲେ ସତ ସାମ୍ନାକୁ ଆସୁ

ପୁଣେର ଜଣେ ବ୍ୟବସାୟୀଙ୍କ ଘରୁ ବାହାରି ପୃଥକ ପୃଥକ ଗାଡ଼ିରେ ଶରଦ ପାୱାର ଓ ଅଜିତ ପାୱାର ଯାଉଥିବାର ଭିଡିଓ ସାମ୍ନାକୁ ଆସିବା ପରେ ପୃଥ୍ୱୀରାଜ ଚୌହାନ ପ୍ରତିକ୍ରିୟା ଦେଇଛନ୍ତି।

Ajit Pawar and Sharad Pawar

Ajit Pawar and Sharad Pawar

Advertisment

ଏନ୍‌ସିପି ମୁଖ୍ୟ ଶରଦ ପାୱାର ଓ ତାଙ୍କ ପୁତୁରା ତଥା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଶନିବାର ସନ୍ଧ୍ୟାରେ ପୁଣେରେ ଏକ ଗୁପ୍ତ ବୈଠକ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏ ଘଟଣାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ଉଭୟ ଶରଦ ଅବା ଅଜିତ ସାମ୍ନାକୁ ଆସି ପ୍ରକୃତରେ କ’ଣ ଘଟିଛି, ତାହା ସମସ୍ତଙ୍କୁ ଜଣାନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ। ଏହା ସହିତ ଏନ୍‌ସିପି ମୁଖ୍ୟ ଶରଦ ପାୱାର ତାଙ୍କ ପକ୍ଷ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି।

Advertisment

ପୁଣେର ଜଣେ ବ୍ୟବସାୟୀଙ୍କ ଘରୁ ବାହାରି ପୃଥକ ପୃଥକ ଗାଡ଼ିରେ ଶରଦ ପାୱାର ଓ ଅଜିତ ପାୱାର ଯାଉଥିବାର ଭିଡିଓ ସାମ୍ନାକୁ ଆସିବା ପରେ ପୃଥ୍ୱୀରାଜ ଚୌହାନ ଏହି ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, ସେମାନଙ୍କ ମଧ୍ୟରେ ବୈଠକ ହୋଇଛି କି ନାହିଁ ଆମେ ଜାଣିନାହୁଁ। କିନ୍ତୁ କିଛି ଗଣମାଧ୍ୟମରେ ଦେଖିବାକୁ ମିଳିଥିବା ଦୃଶ୍ୟରୁ ମନରେ ସନ୍ଦେହ ସୃଷ୍ଟି ହେଉଛି। ଯଦି ସେମିତି କିଛି ହୋଇଛି, ତା’ହେଲେ ଦୀର୍ଘ ସମୟ ଧରି ଗୁପ୍ତ ହୋଇ ରହିବ ନାହିଁ। ସେମାନଙ୍କ ମଧ୍ୟରୁ କେହି ଜଣେ ସାମ୍ନାକୁ ଆସି ସତ କ’ଣ ତାହା ଜଣାନ୍ତୁ।

Advertisment

ପୃଥ୍ୱୀରାଜ ଆହୁରି କହିଛନ୍ତି ଯେ ସେମାନଙ୍କ ମଧ୍ୟରେ କୌଣସି ପାରିବାରିକ କଥାକୁ ନେଇ ବୈଠକ ହୋଇ ନଥିବ। ତେଣୁ ଦ୍ୱନ୍ଦ୍ୱ ଦୂର ହେବା ଦରକାର।

ଜଣାପଡ଼ିଛି ଯେ ଉଭୟ ଶରଦ ପାୱାର ଓ ଅଜିତ ପାୱାର ଭିନ୍ନ ଭିନ୍ନ କାମ ପାଇଁ ଗତକାଲି ପୁଣେ ଯାଇଥିଲେ। ତେବେ ପୁଣେର ଉକ୍ତ ବ୍ୟବସାୟୀଙ୍କ ଘରେ ଦୁହେଁ ଏକାଠି ହୋଇଥିଲେ। ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ସରକାରୀ ଗାଡ଼ିରେ ସେଠାକୁ ଯାଇ ନଥିଲେ। ସେ ସରକାରୀ କାଫିଲା ଛାଡ଼ି ଜୟନ୍ତ ପାଟିଲଙ୍କ ଗାଡ଼ିରେ ସେଠାକୁ ଯାଇଥିଲେ। ପ୍ରଥମେ ଶରଦ ପାୱାର ସେଠାରେ ପହଞ୍ଚି ଥିଲେ। ସେ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ପହଞ୍ଚିଥିଲେ। ଅପରାହ୍ନ ପ୍ରାୟ ୫ଟା ବେଳେ ପହଞ୍ଚିଥିଲେ ଅଜିତ ପାୱାର। ପ୍ରାୟ ୨ ଘଣ୍ଟା ଧରି ସେମାନଙ୍କ ମଧ୍ୟରେ ବୈଠକ ହୋଇଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ବେଳେ ଅଜିତ ପାୱାର ସେଠାରୁ ବାହାରି ଥିଲେ।

ଏନ୍‌ସିପି ନେତା ଅମୋଲ ମିଟକରୀ କହିଛନ୍ତି ଯେ ଏହା ପାରିବାରିକ ଭେଟ ହୋଇଥାଇପାରେ। ଶରଦ ପାୱାର ଓ ଅଜିତ ପାୱାର ସହିତ ସେଠାରେ ଜୟନ୍ତ ପାଟିଲ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ମଧ୍ୟସ୍ଥତାରେ ଅଜିତ ପାୱାର ପୁଣି ଥରେ ଶରଦଙ୍କୁ ବିଜେପି ମେଣ୍ଟକୁ ଆଣିବାକୁ ପ୍ରୟାସ କରୁଥିବା କୁହାଯାଉଛି।

ବିଜେପି ବିଧାୟକ ଅତୁଲ ଭାତଖଲକର କହିଛନ୍ତି ଯେ ଏ ବିଷୟରେ ସେମାନଙ୍କୁ (ଶରଦ ପାୱାର, ଅଜିତ ପାୱାର ଓ ଜୟନ୍ତ ପାଟିଲ) ପଚାରିଲେ ଭଲ ହୁଅନ୍ତା। ଅନ୍ୟପକ୍ଷରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଯଦି ନରେନ୍ଦ୍ର ମୋଦି ଓ ନୱାଜ ସରିଫଙ୍କ ମଧ୍ୟରେ ଭେଟ ହୋଇପାରିବ, ତା’ହେଲେ ଶରଦ ପାୱାର ଓ ଅଜିତ ପାୱାର କାହିଁକି ପରସ୍ପରକୁ ଭେଟି ପାରିବେ ନାହିଁ। ଅବଶ୍ୟ ପରେ ମଜା କରୁଥିଲେ କହି, ସେ ତାଙ୍କ କଥାକୁ ବୁଲାଇ ଦେଇଥିଲେ।

Bjp Congress NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe