Advertisment

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀ ସମ୍ପୂର୍ଣ୍ଣ ଭାବରେ ସଖି ବୁଥ ହୋଇଥିବାରୁ କମିଶନରେଟ ପୁଲିସ, ଜିଲ୍ଲା ପୁଲିସ ସମେତ ୧୨ କମ୍ପାନୀ ସିଏପିଏଫ୍ ମୁତୟନ ରହିବେ

ଅଦ୍ୟତନ ହୋଇଛି
Police

Police

Advertisment

ଆସନ୍ତା ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଭୁବନେଶ୍ୱର ସମେତ ୬ ଲୋକସଭା କ୍ଷେତ୍ରରେ ମତଦାନ ହେବ। ଏଥିପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରାଯାଇଛି।

Advertisment

ଭୁବନେଶ୍ୱରରେ ୧୧ଶହ ୩୨ ବୁଥରେ ମତଦାନ ହେବ। ଏଥିରୁ ୪୨୧ଟି ସଖୀ ବୁଥ୍। ସେହିପରି ୧୪୫ଟି କ୍ରିଟିକାଲ ବା ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇଛି। ୫୨୫ ବୁଥର କରାଯିବ ୱେବ କାଷ୍ଟିଂ। ୧୫ଟି ଫ୍ଲାଇଂ ସ୍କ୍ୱାଡ୍, ୧୫ ଷ୍ଟାଟିଷ୍ଟିକ୍ ସର୍ଭେଲାନ୍ସ ଟିମ ୨୪ ଘଣ୍ଟିଆ ପାଇଁତରା ମାରୁଛନ୍ତି।

ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀ ସମ୍ପୂର୍ଣ୍ଣ ଭାବରେ ସଖି ବୁଥ ହୋଇଥିବାରୁ କମିଶନରେଟ ପୁଲିସ, ଜିଲ୍ଲା ପୁଲିସ ସମେତ ୧୨ କମ୍ପାନୀ ସିଏପିଏଫ୍ ମୁତୟନ ରହିବେ। ୨୩ ତାରିଖ ସନ୍ଧ୍ୟାରେ ପ୍ରଚାର ଥମିବା ପରେ ଯାଞ୍ଚକୁ ଆହୁରି କଡାକଡି କରାଯିବ। ନାଇଟ ପେଟ୍ରୋଲିଂ, ନାକା ସହର ସାରା ଲାଗିଥିବା ବେଳେ ଭୁବନେଶ୍ୱରର ପ୍ରବେଶ ପଥକୁ ସଶସ୍ତ୍ର ପୁଲିସ ବାହିନୀ ଜଗି ରହିଛନ୍ତି ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

Advertisment
Elections
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe