Advertisment

କମେଡିଆନ କୁନାଲ କାମରାଙ୍କୁ ନେଇ ବିବାଦ: ଅପମାନ ନା ବାକ ସ୍ୱାଧୀନତା?

ନିଜର କମେଡି ପାଇଁ କାହାକୁ କ୍ଷମା ମାଗି ପାରିବେ ନାହିଁ। ଯଦି କୋର୍ଟ କହିବେ, ତା’ହେଲେ ସେ କ୍ଷମା ମାଗିବେ। ନିଜର ଗର୍ଦାର ମନ୍ତବ୍ୟ ପାଇଁ ମଧ୍ୟ କୁନାଲ ଅନୁତପ୍ତ ନୁହନ୍ତି ବୋଲି ପୁଲିସ୍‌କୁ କହିଛନ୍ତି।

Kunal

Kunal

Advertisment

କମେଡିଆନ କୁନାଲ କାମରାଙ୍କ ଗୋଟିଏ ଜୋକକୁ ନେଇ ପୂରା ମହାରାଷ୍ଟ୍ରରେ ବିବାଦ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ କୁନାଲ ନିଜର ଷ୍ଟାଣ୍ଡଅପ କମେଡି ମାଧ୍ୟମରେ କଟାକ୍ଷ କରିଥିଲେ। ବାସ ଏହାପରେ କୁନାଲଙ୍କ ନାଁରେ ଗଦାଗଦା ଏଫଆଇଆର ଦିଆଯାଇଛି। ସିନ୍ଦେଙ୍କ ଶିବସେନାର କର୍ମମାନେ କୁନାଲଙ୍କୁ ଗାଳି କରିବା ସହ ସେ ଷ୍ଟାଣ୍ଡଅପ କମେଡି କରୁଥିବା ଷ୍ଟୁଡିଓରେ ଭଙ୍ଗା ରୁଜା କରିଛନ୍ତି।

Advertisment

ସେମାନେ କୁନାଲଙ୍କୁ ମାଡ଼ ମାରିବେ ବୋଲି ଧମକ ବି ଦେଇଛନ୍ତି। ଏଫଆଇଆର ପରେ ପୁଲିସ କୁନାଲଙ୍କୁ ଡାକି ଥିଲା। ହେଲେ ସେ ନିଜର କମେଡି ପାଇଁ କାହାକୁ କ୍ଷମା ମାଗି ପାରିବେ ନାହିଁ। ଯଦି କୋର୍ଟ କହିବେ, ତା’ହେଲେ ସେ କ୍ଷମା ମାଗିବେ। ନିଜର ଗର୍ଦାର ମନ୍ତବ୍ୟ ପାଇଁ ମଧ୍ୟ କୁନାଲ ଅନୁତପ୍ତ ନୁହନ୍ତି ବୋଲି ପୁଲିସ୍‌କୁ କହିଛନ୍ତି। କୁନାଲଙ୍କ ଏପରି ଆଭିମୁଖ୍ୟକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କୁ ଅର୍ବାନ ନକ୍ସଲ ଭାବେ ଚିତ୍ରିତ କରିଛି।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ସିନ୍ଦେ ସେନା ଓ ଉଦ୍ଧବ ସେନା ମଧ୍ୟରେ ରାଜନୀତିକ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ସିନ୍ଦେ ସେନା କୁନାଲଙ୍କ କମେଡି ଅପମାନ ଓ ଆପତ୍ତିଜନକ ବୋଲି କହିଛି। କିନ୍ତୁ ଉଦ୍ଧବ ଠାକେରଙ୍କ ଶିବସେନା କୁନାଲଙ୍କ ସମର୍ଥନରେ ଛିଡ଼ା ହୋଇ ଏହା ବାକ ସ୍ୱାଧୀନତା ବୋଲି ମତ ରଖିଛି।

Advertisment

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସ ସିଧାସଳଖ କୁନାଲଙ୍କୁ ଟାର୍ଗେଟ କରିବା ସହ ଏପରି ବ୍ୟବହାରକୁ ବାକ ସ୍ୱାଧୀନତା ଆଳରେ ଯର୍ଥାର୍ଥ କୁହାଯାଇ ପାରିବ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, “ଷ୍ଟାଣ୍ଡ ଅପ କମେଡି ପାଇଁ ଏଠାରେ ସ୍ୱାଧୀନତା ରହିଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଯାହା ଇଚ୍ଛା ସେଇଆ କହିବେ। ଗର୍ଦାର କିଏ, ସେକଥା ମହାରାଷ୍ଟ୍ରର ଲୋକମାନେ ନିଷ୍ପତ୍ତି ନେଇ ସାରିଛନ୍ତି। କୁନାଲ କାମରା କ୍ଷମା ମାଗନ୍ତୁ। ଏହାକୁ ଆଦୌ ସହ୍ୟ କରାଯାଇ ପାରିବ ନାହିଁ।”

ସୋଶାଲ ମିଡିଆରେ ଏହାକୁ ନେଇ ସିନ୍ଦେ ସେନାର ମିଲିନ୍ଦ ଦେଓରା ଓ ଉଦ୍ଧବ ସେନାର ଆଦିତ୍ୟ ଠାକରେଙ୍କ ମଧ୍ୟରେ ବାକଯୁଦ୍ଧ ଦେଖାଯାଇଛି। ଏକ୍ସରେ ଆଦିତ୍ୟ ଠାରେ ରାଜ୍ୟର କ୍ଷମତାସୀନ ମହାୟୁତି ସରକାରଙ୍କୁ କୁନାଲଙ୍କ ଷ୍ଟୁଡିଓରେ ହୋଇଥିବା ଭଙ୍ଗାରୁଜା ଘଟଣା ପାଇଁ ସମାଲୋଚନା କରିଛନ୍ତି। ଭଙ୍ଗାରୁଜା କାରଣରୁ ହାବିଟାଟ ସେଣ୍ଟର ଅସ୍ଥାୟୀ ଭାବେ ନିଜ ଷ୍ଟୁଡିଓକୁ ବନ୍ଦ କରିବାକୁ ଯାଉଥିବା ଘୋଷଣା କରିଛି।

ଆଦିତ୍ୟ କହିଛନ୍ତି, “ମିନ୍ଧେଙ୍କ କାପୁରୁଷ ଗ୍ୟାଙ୍ଗର ସଦସ୍ୟମାନେ କୁନାଲ କାମରା ଯେଉଁ ଷ୍ଟେଜରେ ଏକନାଥ ମିନ୍ଧେଙ୍କ ସମ୍ପର୍କରେ ଗୀତ ଗାଇଥିଲେ, ତା’କୁ ଭାଙ୍ଗି ଦେଇଛନ୍ତି। କୁନାଲ ଗାଇଥିବା ଗୀତ ୧୦୦% ସତ୍ୟ ଥିଲା। କେବଳ ଜଣେ ଅସୁରକ୍ଷିତ କାପୁରୁଷ ହିଁ ଏପରି ଗୀତରେ ପ୍ରତିକ୍ରିୟା ପ୍ରକାଶ କରିଥାଏ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ଅଛି ତ? ମୁଖ୍ୟମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କୁ ଅଡ଼ୁଆରେ ପକାଇବେ ପାଇଁ ଏକନାଥ ମିନ୍ଧେଙ୍କ ଏହା ଆଉ ଏକ ପ୍ରୟାସ।”

ଶିବସେନେ ସାଂସଦ ମିଲିନ୍ଦ ଦେଓରା ଏହାର ଜବାବରେ ପୂର୍ବ ସରକାରରେ ଚୁପ କରିବା ପାଇଁ ହୋଇଥିବା ଅଭିଯୋଗର ତାଲିକା ଦେଇଛନ୍ତି। ସେ କହିଛନ୍ତି, କେବଳ ଜଣେ ଅସୁରକ୍ଷିତ କାପୁରୁଷ ପ୍ରତିକ୍ରିୟାଶୀଳ ହେବ! ମନେରଖ କଙ୍ଗନା ରାଣାୱତ, ଅର୍ଣ୍ଣବ ଗୋସ୍ୱାମୀ ଓ ସମୀତ ଠାକରଙ୍କ ସହ କ’ଣ ହୋଇଥିଲା? ଆପଣଙ୍କୁ ପ୍ରଶ୍ନ କରିଥିବା ଲୋକଙ୍କୁ ଚୁପ କରିବାର ତାଲିକା ବେଶ ଲମ୍ବା। ଦୋମୁହାଁ ନୀତି ଏବେ ନୂଆ ସ୍ତରରେ ପହଞ୍ଚିଛି ବୋଲି ମିଲିନ୍ଦ କହିଛନ୍ତି।

ଉଦ୍ଧବ ସେନାର ଆଉ ଜଣେ ନେତା ସଞ୍ଜୟ ରାଉତ ମଧ୍ୟ କୁନାଲଙ୍କୁ ସମର୍ଥନ କରିଛନ୍ତି। ସେହିପରି ସିନ୍ଦେ ସେନାର କର୍ମୀମାନେ କରିଥିବା ଭଙ୍ଗାରୁଜାକୁ ସେ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ମୋର ବିଶ୍ୱାସ ଏଠାରେ ବାକ ସ୍ୱାଧୀନତା ରହିଛି। ଯଦି କୌଣସି ବ୍ୟକ୍ତିଗତ କମେଣ୍ଟ ନାହିଁ, ତା’ହେଲେ ଏହାକୁ ଗ୍ରହଣ କରାଯିବା ଉଚିତ। ଯଦି କମେଣ୍ଟ କୌଣସି ରାଜନୀତିକ ଦୃଷ୍ଟି କୋଣରୁ କରାଯାଉଛି, ତା’ହେଲେ ଏହାକୁ ବି ଗ୍ରହଣ କରାଯିବା ଦରକାର। ଏହା ଆମ ଦେଶରେ ଥିବା ଗଣତନ୍ତ୍ରର ସୁନ୍ଦରତା। କୁନାଲ କାମରାଙ୍କ ଅଫିସ, ଷ୍ଟିଡିଓକୁ ଭାଙ୍ଗା ଯାଇଛି। ଏହା ଗୁଣ୍ଡାଗର୍ଦ୍ଦି।”

ମାମଲା ରୁଜୁ

ମୁମ୍ବାଇର ହାବିଟାଟ ସେଣ୍ଟରରେ କୁନାଲଙ୍କ ସମେତ ଅନ୍ୟ ଷ୍ଟାଣ ଅପ କମେଡିଆନମାନେ ନିଜ ନିଜର ଶୋ’ କରନ୍ତି। ଏଠାରେ ହିଁ କୁନାଲ ନିଜର କମେଡି ମାଧ୍ୟମରେ ଏକନାଥ ସିନ୍ଦେଙ୍କୁ ଗର୍ଦାର ବୋଲି କହିଥିଲେ। ଏଥିପାଇଁ ସିନ୍ଦେ ସେନାର କର୍ମୀମାନେ ହାବିଟାଟ କେନ୍ଦ୍ରରେ ଭଙ୍ଗା ରୁଜା କରିଥିଲେ। ଏହି ଘଟଣାରେ ପୁଲିସ୍‌ ମାମଲା ରୁଜୁ କରି ୧୧ ଜଣ ଶିବସେନା କର୍ମୀଙ୍କୁ ଗିରଫ କରିଛି। ଏମାନେ ଚେୟାର ଭଙ୍ଗାରୁଜା କରିବା ସହ ଷ୍ଟୁଡିଓର କାନ୍ଥକୁ ନଷ୍ଟ କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଏହାକୁ ଆଧାର କରି ପୁଲିସ୍‌ ଗିରଫଦାରୀ କରିଛି।

କୁନାଲଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବା ଅଭିଯୋଗରେ ଗୋଟିଏ ଏଫଆଇଆର ରୁଜୁ ହୋଇଛି। ଶିବସେନା ବିଧାୟକ ମୁରଜି ପଟେଲଙ୍କ ଅଭିଯୋଗରେ ପୁଲିସ୍‌ ଏଫଆଇଆର କରିଛି। ଶ୍ରୀ ପଟେଲ କହିଛନ୍ତି, “ଆମ ନେତା ଓ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କୁନାଲ କାମରାଙ୍କ ବିରୋଧରେ ଆମେ ଏଫଆଇଆର କରିଛୁ। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

୨ ଦିନ ଭିତରେ ସେ ଏକନାଥ ସିନ୍ଦେଙ୍କୁ କ୍ଷମା ମାଗନ୍ତୁ। ନଚେତ ଶିବ ସୈନିକମାନେ ତାଙ୍କୁ ମୁମ୍ବାଇରେ ଖୋଲା ବୁଲିବାକୁ ଦେବେ ନାହିଁ। ସେ ସର୍ବସାଧାରଣରେ ଦେଖାଗଲେ ତାଙ୍କ ମୁହଁକୁ କାଳି ମାଡ଼ କରାଯିବ। ଆମେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବୁ। ରାଜ୍ୟରେ ଗୃହ ମନ୍ତ୍ରୀ ତୁରନ୍ତ କୁନାଲ କାମରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ।”

କ’ଣ କହିଥିଲେ କୁନାଲ

ଷ୍ଟାଣ୍ଡ ଅପ କମେଡି ବେଳେ କୁନାଲ ଦିଲ ତୋ ପାଗଲ ହୈର ଗୀତକୁ ନିଜ ହିସାବରେ ଗାଇଥିଲେ। ଏହି ସମୟରେ ସେ ସିନ୍ଦେଙ୍କୁ ଗର୍ଦାର ବୋଲି କହି କଟାକ୍ଷ କରିଥିଲେ। ମହାରାଷ୍ଟ୍ରରେ ଏବେ ହେଉଥିବା ରାଜନୀତିକ ହଟଚମଟକୁ ନେଇ ମଧ୍ୟ ଜୋକ କରିଥିଲେ। ଏହା ମଧ୍ୟରେ ଶିବସେନା ଓ ଏନସିପି ଭାଗ ଭାଗ ହେବା କଥା ବି ରହିଛି।

କୁନାଲ ଗୀତରେ ଗୀତରେ କହିଥିଲେ ଯେ “ମେରି ନଜର ସେ ତୁମ ଦେଖୋ ତ ଗର୍ଦାର ନଜର ଆୟେ, ହାଏ ହାଏ। ଶିବସେନା ପ୍ରଥମେ ବିଜେପିରୁ ବାହାରି ଗଲା। ଏହାପରେ ଶିବସେନା ଶିବସେନାରୁ ଓ ଏନସିପି ଏନସିପିରୁ ବାହାରି ଗଲା। ସେମାନେ ଜଣେ ଭୋଟରଙ୍କୁ ୯ଟି ବଟନ ଦେଇଥିଲେ। ସମସ୍ତେ ଏହା ଦେଖି ଦ୍ୱନ୍ଦ୍ୱରେ ରହିଥିଲେ।”

Kunal Kamra Milind Deora Aaditya Thackeray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe