Advertisment

ସେନା ବନାମ ସେନା ଏବଂ ଠାକରେ ବନାମ ଦେଓରା ଲଢ଼େଇ

ୱର୍ଲି ଆସନରୁ ଆଦିତ୍ୟ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ସିନ୍ଦେ ଗୋଷ୍ଠୀ ଦେଓରାଙ୍କୁ ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି।

Sena

Sena

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିବ ହାଇପ୍ରୋଫାଇଲ ଲଢ଼େଇ। ମୁମ୍ବାଇର ୱର୍ଲି ହାସନରେ ହେବ ସେନା ବନାମ ସେନା ଲଢ଼େଇ। ଗୋଟିଏ ପଟେ ଉଦ୍ଧବ ଠାକରେଙ୍କ ଶିବସେନାର ଆଦିତ୍ୟ ଠାକରେ ଥିବା ବେଳେ ତାଙ୍କ ବିରୋଧରେ ଏକନାଥ ସିନ୍ଦେଙ୍କ ଶିବସେନା ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରାଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି। ଆଦିତ୍ୟ ହେଉଛନ୍ତି ଉଦ୍ଧବ ଠାକରେଙ୍କ ପୁଅ। ସେହିପରି ଦେଓରା ଜାନୁଆରୀ ମାସରେ କଂଗ୍ରେସ ଛାଡ଼ି ସିନ୍ଦେ ଗୋଷ୍ଠୀରେ ସାମିଲ ହେବା ସହ ରାଜ୍ୟସଭାକୁ ଯାଇଛନ୍ତି।

Advertisment

ଗୁରୁବାର ୱର୍ଲି ଆସନରୁ ଆଦିତ୍ୟ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ସିନ୍ଦେ ଗୋଷ୍ଠୀ ଦେଓରାଙ୍କୁ ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି। ଆଦିତ୍ୟ ଓ ମିଲିନ୍ଦଙ୍କ ବ୍ୟତୀତ ଏଠାରେ ସନ୍ଦୀପ ଦେଶପାଣ୍ଡେ ମଧ୍ୟ ରାଜ ଠାକରେଙ୍କ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ତେଣୁ ୩ ଜଣଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ। 

ଦକ୍ଷିଣ ମୁମ୍ବାଇ ଲୋକସଭା ଆସନରୁ ଦେଓରା ପ୍ରଥମେ ଲଢ଼ିବାକୁ ଚାହୁଁଥିଲେ। କିନ୍ତୁ ଏହି ଆସନ ବିଧାୟକ ଯାମିନୀ ଯାଦବଙ୍କ ପାଖକୁ ଯାଇଥିଲା। ହେଲେ ଏହି ଆସନରେ ଉଦ୍ଧବ ସେନାର ପ୍ରାର୍ଥୀ ଅରବିନ୍ଦ ସାୱନ୍ତ ବିଜୟୀ ହୋଇଥିଲେ। ଏବେ ଦକ୍ଷିଣ ମୁମ୍ବାଇର ଓର୍ଲିରୁ ମିଲିନ୍ଦଙ୍କୁ ସିନ୍ଦେ ସେନା ଟିକେଟ ଦେବ।

Advertisment

ମୁମ୍ବାଇ(ଦକ୍ଷିଣ) ଲୋକସଭା ନିର୍ବାଚନ ମଣ୍ଡଳୀ ଦେଓରା ପରିବାର ଗଡ଼ ଭାବେ ପରିଚିତ। ଏହି ଆସନରୁ ମୁରଲୀ ଦେଓରା ୪ଥର ବିଜୟୀ ହୋଇଥିଲେ। ୨୦୦୪ ଓ ୨୦୦୯ରେ ତାଙ୍କ ପୁଅ ମିଲିନ୍ଦ ଦେଓରା ଏଠାରୁ ଲୋକସଭାକୁ ଯାଇଥିଲେ। ଏହାପର ଠାରୁ ଶିବସେନା ଦକ୍ଷିଣ ମୁମ୍ବାଇକୁ ନିଜ ପାଖରେ ରଖିଛି।

ଉଦ୍ଧବ ଠାକରେଙ୍କ ଶିବସେନାର ଅରବିନ୍ଦ ସାୱନ୍ତ କ୍ରମାଗତ ତୃତୀୟ ଥର ପାଇଁ ଏଠାରୁ ଜିତିଛନ୍ତି। ଏହାର ଅର୍ଥ ଆଦିତ୍ୟ ଠାକରେଙ୍କ ପାଖରେ ବିଜୟର ଯଥେଷ୍ଟ ସମ୍ଭାବନା ରହିଛି। ହେଲେ ରାଜନୀତିରେ କିଛି ବି ଘଟିପାରେ।

Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe