Advertisment

ମହେଶ୍ୱର ପାଇଥିଲେ ଦ୍ୱିତୀୟ ଜନ୍ମ

2014 ମସିହା ଫେବୃୟାରୀ 22 ତାରିଖ ଦିନ ଆଇନ ମନ୍ତ୍ରୀ ଥିବା ମହେଶ୍ୱର ମହାନ୍ତିଙ୍କୁ ତାଙ୍କ ଘର ସାମ୍ନାରେ ହୋଇଥିଲା ଗୁଳିମାଡ।

author-image
Manoj Swain
ଅଦ୍ୟତନ ହୋଇଛି

2014 ମସିହା ଫେବୃୟାରୀ 22 ତାରିଖ ଦିନ ଏକ କାର୍ଯ୍ୟକ୍ରମ ସାରି ସ୍କୁଟିରେ ନିଜ ଘରକୁ ଫେରୁଥାଆନ୍ତି ମହେଶ୍ୱର ମହାନ୍ତି। ସେହି ସମୟରେ ଆଇନ ମନ୍ତ୍ରୀ ଥିବା ମହେଶ୍ୱର ମହାନ୍ତିଙ୍କୁ ତାଙ୍କ ଘର ସାମ୍ନାରେ ହୋଇଥିଲା ଗୁଳିମାଡ। ଦୁଇ ଜଣ ଯୁବକ ଆସି ସିଧା ପାଖରୁ ଗୁଳି ଚଳାଇଥିଲେ। ତେବେ ମୁଣ୍ଡରେ ନବାଜି ଦୁଇଟି ଗୁଳି ଦେହରେ ବାଜିଥିଲା। ଗୁଳିମାଡ ପରେ ହଠାତ ମହେଶ୍ୱର ମହାନ୍ତି ତଳେ ପଡିଯାଇଥିଲେ ଫଳରେ ତାଙ୍କ ମୁଣ୍ଡରେ ବି ଗଭୀର ଆଘାତ ଲାଗିଥିଲା। ଗୁରୁତର ଅପରେଶନ ପରେ ସେ ସୁସ୍ଥ ହୋଇ ଫେରିଥିଲେ।

Advertisment
Maheswar Mohanty BjD Odisha