ବବିଙ୍କ ଆଚରଣକୁ ନେଇ ନେତାଏ କ୍ଷୁବ୍ଧ: ପୁରୁଖାଙ୍କ ମେଳି,କେନ୍ଦ୍ରାପଡ଼ାରେ ହେଲେ ହଟହଟା

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ କେନ୍ଦ୍ରାପଡ଼ା ଗସ୍ତ ପୂର୍ବରୁ ପ୍ରସ୍ତୁତି ଅନୁଧ୍ୟାନ କରିବାକୁ ଯାଇଥିବା ପ୍ରଣବପ୍ରକାଶ ଦାସଙ୍କୁ ସେଠାରେ ଅଶୋଭନୀୟ ଆଚରଣ ମହଙ୍ଗା ପଡ଼ିଛି।

Pranab Prakash Das

ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ

Ordigital Desk
  • Published: Thursday, 27 April 2023
  • Updated: 27 April 2023, 03:33 PM IST

Sports

Latest News

କ୍ଷମତାସୀନ ବିଜେଡିରେ ପୁରୁଖା ନେତାମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହିଥିବା ଚାପା ଅସନ୍ତୋଷ ଏବେ ଉଗ୍ର ରୂପ ଧାରଣ କରିବାର ଆଶଙ୍କା ଦେଖାଦେଇଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ ଜୋରଦାର ପ୍ରସ୍ତୁତି କରୁଥିବାବେଳେ ଦଳର ସାଂଗଠନିକ ସମ୍ପାଦକ ତଥା ସଂଗଠନରେ ତଥାକଥିତ ‘ନମ୍ବର-ଟୁ’ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଅଶୋଭନୀୟ ଆଚରଣ ଓ ଅଭଦ୍ରାମୀକୁ ନେଇ ଦଳର ଆଗଧାଡ଼ିର ଅଧିକାଂଶ ନେତା କ୍ଷୁବ୍ଧ। ବିଜେଡି ମୁଖ୍ୟାଳୟ ‘ଶଙ୍ଖ ଭବନ’ର ଉଦଘାଟନ ଦିନ ଭୁବନେଶ୍ୱରରେ ଏବଂ ୨୫ତାରିଖରେ ଝାରସୁଗୁଡ଼ାରେ ଦଳର ପୁରୁଖା ନେତାମାନେ ମେଳି କରି ବବିଙ୍କ ଔଦ୍ଧତ୍ୟ ଓ ବରିଷ୍ଠ ନେତାମାନଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରସଙ୍ଗରେ ଚର୍ଚ୍ଚା କରିଥିବା ଜଣାପଡ଼ିଛି । ଏପଟେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ କେନ୍ଦ୍ରାପଡ଼ା ଗସ୍ତ ପୂର୍ବରୁ ପ୍ରସ୍ତୁତି ଅନୁଧ୍ୟାନ କରିବାକୁ ଯାଇଥିବା ପ୍ରଣବପ୍ରକାଶ ଓରଫ ବବିଙ୍କୁ କେନ୍ଦ୍ରାପଡ଼ାରେ ଏଭଳି ଅଶୋଭନୀୟ ଆଚରଣ ମହଙ୍ଗା ପଡ଼ିଛି ଓ ସ୍ଥାନୀୟ ବିଜେଡି କର୍ମୀଙ୍କ ଆକ୍ରୋଶକୁ ଦେଖି ବବି କ୍ଷମା ମାଗି ମାମଲାକୁ ରଫାଦଫା କରିଥିବା ଜଣାପଡ଼ିଛି ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ଲୋକଙ୍କ ଭୋଟ୍ ହାତେଇବାକୁ ସରକାରୀସ୍ତରରେ ପ୍ରସ୍ତୁତି ଜୋରଦାର କରିଥିବା ବିଜେଡିରେ ଏବେ ସବୁ ଜିଲ୍ଲାରେ ସାଂଗଠନିକ ସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । କଟକଠୁ କୋରାପୁଟ, ସୁନ୍ଦରଗଡ଼ଠୁ ପୁରୀ ସବୁଠି ଜିଲ୍ଲାସ୍ତରୀୟ ସଂଗଠନ ଏକାଧିକ ଭାଗରେ ବିଭକ୍ତ ହୋଇ କାର୍ଯ୍ୟ କରୁଛି । ଦଳର ଜିଲ୍ଲାସ୍ତରୀୟ ନେତା, ବିଧାୟକ ଓ ସାଂସଦମାନେ ନିଜର ଆପତ୍ତି-ଅଭିଯୋଗ କହିବା ପାଇଁ ସୁଯୋଗ ପାଉନଥିବାରୁ ଏହି ସାଂଗଠନିକ ବିଭେଦ ଓ ଛକାପଞ୍ଝା ତୀବ୍ର ରୂପ ଧାରଣ କରିବାରେ ଲାଗିଛି । ଆଉ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଏକ ନିର୍ଦ୍ଦିଷ୍ଟ ତୋଷାମଦକାରୀ ଗୋଷ୍ଠୀଙ୍କୁ ଧରି ଦଳୀୟ ସଂଗଠନରେ ସବୁକିଛି ଠିକଠାକ୍ ଥିବାର ସନ୍ଦେଶ ଦେବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ କାରଣରୁ ଦଳର ବିଧାୟକ ଓ ସାଂସଦମାନେ ଭେଟିବାର ସୁଯୋଗ ନାହିଁ । ଏପରିକି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଲେ ବି ତାହା ସମ୍ଭବପର ହେଉନି । ଯଦିଓ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଭେଟୁଛନ୍ତି ବୋଲି ପ୍ରଚାର କରାଯାଉଛି, କିନ୍ତୁ ବାସ୍ତବତା ଭିନ୍ନ । ଆଉ ଏଭଳି ସ୍ଥିତିରେ ସଂଗଠନରେ ‘ନମ୍ବର ଟୁ’ ସାଜିଥିବା ବବିଙ୍କ ଆଚରଣ ଓ ଉଚ୍ଚାରଣରେ ଔଦ୍ଧତ୍ୟ ଜଳଜଳ ହୋଇ ଦିଶୁଥିବାରୁ ପୁରୁଖା ନେତାମାନେ କେହି ତାଙ୍କ ପାଖକୁ ଆସିବାକୁ ବି ଚାହୁଁନାହାନ୍ତି। ଯଦିଓ ଏହାର କୁପ୍ରଭାବ ତଳସ୍ତରରେ ସଂଗଠନ ଉପରେ ପଡ଼ୁଛି । ବରିଷ୍ଠ ବିଧାୟକ, ସାଂସଦ ଓ ନେତାମାନେ ନିଜର ଆତ୍ମସମ୍ମାନ ରକ୍ଷା ପାଇଁ ବବିଙ୍କଠୁ ଦୂରେଇ ରହୁଛନ୍ତି । ‘କିଚକ ବାହୁବଳେ ବିରାଟ ରାଜା’ ଭଳି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଖାସ୍ ଅନୁଗତ ଭାବେ ବବି ଧରାକୁ ସରା ମଣି ଦଳର ବରିଷ୍ଠ ନେତାମାନଙ୍କୁ ସର୍ବସାଧାରଣରେ ଅପମାନିତ କରିବାକୁ ପଛାଉ ନାହାନ୍ତି ।

‘ଶଙ୍ଖ ଭବନ’ ଉଦଘାଟନୀ ଉତ୍ସବରେ ବରିଷ୍ଠ ନେତାମାନେ ନିଜ ଦଳର ସୁପ୍ରିମୋଙ୍କୁ ଭେଟିବାବେଳେ ବବିଙ୍କ ଅଶୋଭନୀୟ ଆଚରଣକୁ ସାରା ରାଜ୍ୟ ଦେଖିବାର ସୁଯୋଗ ପାଇଲା । ଅନୁରୂପ ଭାବେ ଜୟପୁରରେ ରବି ନନ୍ଦଙ୍କୁ ସଭାମଂଚରୁ ଭିଡ଼ି ନେବା ଘଟଣା ବି ଚର୍ଚ୍ଚାର ବିଷୟ ହୋଇଥିଲା । ଗଣମାଧ୍ୟମ ଓ ସର୍ବସାଧାରଣରେ ଏଭଳି ଆଚରଣ କରୁଥିବା ବବିଙ୍କ ଆଚରଣ କ୍ୟାମେରା ପଛରେ କିଭଳି ଥିବ ତାହା ସହଜେ ଅନୁମେୟ । ବରିଷ୍ଠ ଓ ପୁରୁଖା ନେତାମାନଙ୍କ ସହ ଅଶୋଭନୀୟ ଆଚରଣ, କଥାବାର୍ତ୍ତା ସମୟରେ ଖରାପ ଆଚରଣ କରିବା ଓ ବୟସରେ ବହୁତ ବଡ଼ ବିଧାୟକ,ସାଂସଦ ଓ ନେତାମାନଙ୍କୁ ‘ତୁ ତା’ ବ୍ୟବହାର କରିବାକୁ ନେଇ ବିଜେଡିର ଏକ ବୃହତ୍ ଗୋଷ୍ଠୀ କ୍ଷୁବ୍ଧ । ନିଜର ଆତ୍ମସମ୍ମାନ କ୍ଷୂଣ୍ଣ ହେଉଥିଲେ ବି ନବୀନ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଭୟରେ ନିରବ ରହିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି ।

ନବୀନ ଓ ତାଙ୍କ ବ୍ୟକ୍ତିଗତ ସଚିବ ଉଭୟ ସାଂଗଠନିକ କାର୍ଯ୍ୟ ପାଇଁ ବବିଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଥିବା ତଥା ବବିଙ୍କ ବିରୁଦ୍ଧରେ ପଦୁଟିଏ ବି ଶୁଣିବାକୁ ପ୍ରସ୍ତୁତ ନଥିବାର ଫାଇଦା ନେଇ ଦଳୀୟ ନେତାମାନଙ୍କୁ ‘ତୁ ତା’ ବ୍ୟବହାର ବବି କରୁଥିବା  ବିଜେଡି ସୂତ୍ରରୁ ସୂଚନା ମିଳିଛି । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ବବିଙ୍କ ଏଭଳି ଅଶୋଭନୀୟ ଆଚରଣ ସମ୍ପର୍କରେ ନବୀନ ନିବାସ ଅବଗତ ଥିଲେ ମଧ୍ୟ ତାଙ୍କୁ ଏନେଇ ତାଗିଦ୍ କରାଯାଉନି ଓଲଟା ସାଂଗଠନିକ କାର୍ଯ୍ୟରେ ଅଧିକ ପ୍ରଭାବଶାଳୀ କରାଯାଇଛି । ଯାହାର ଝଲକ ଝାରସୁଗୁଡ଼ା ଉପନିର୍ବାଚନରେ ଦେଖିବାକୁ ମିଳିଛି । ଧାମନଗର ପରାଜୟ ପାଇଁ ଦାୟୀ ଟିମକୁ ବବି ଏବେ ଝାରସୁଗୁଡ଼ାରେ ନିୟୋଜିତ କରିଛନ୍ତି । ସେମାନେ ସମସ୍ତେ ବବିଙ୍କ ଖାସ୍ ହୋଇଥିବାରୁ ସେମାନଙ୍କ ମୁଣ୍ଡରେ ଲାଗିଥିବା କଳଙ୍କକୁ ପୋଛିବାକୁ ଏବେ ଝାରସୁଗୁଡ଼ା ଦାୟିତ୍ୱ ଦିଆଯାଇଥିବା ବିଜେଡିରେ ଚର୍ଚ୍ଚା ।

Also Read

ସେହିଭଳି ସୂଚନା ମିଳିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଆଜିଠୁ ଦୁଇଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଅଛନ୍ତି । ତାଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ଅନୁଧ୍ୟାନ ପାଇଁ ବବି କେନ୍ଦ୍ରାପଡ଼ା ଗସ୍ତ କରି ଦଳର ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ଜିଲ୍ଲା ମୁଖ୍ୟାଳୟରେ ବୈଠକ କରିଥିଲେ । ମାତ୍ର ସେଠାରେ ଦଳର ଜଣେ ବରିଷ୍ଠ ନେତାଙ୍କୁ ‘ତୁ ତା’ ସମ୍ବୋଧନ କରିବାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ବବି ସମ୍ପୃକ୍ତ ନେତାଙ୍କୁ ଭୁଲ୍ ମାଗିବାକୁ ବାଧ୍ୟ ହୋଇଥିଲେ ।

ସୂଚନାଯୋଗ୍ୟ, ଶଙ୍ଖ ଭବନ ଉଦଘାଟନ ଦିନ ବବିଙ୍କ ଅଶୋଭନୀୟ ଆଚରଣରେ ଅଧିକାଂଶ ନେତା ନିଜକୁ ଅପମାନିତ ଅନୁଭବ କରିଥିଲେ । ଉକ୍ତଦିନ ବିଜେଡିର ଜଣେ ବିଧାୟକଙ୍କ ବାସଭବନରେ ଅଧିକାଂଶ ନେତା ଏକଜୁଟ ହୋଇ ବବିଙ୍କ ଏଭଳି ଆଚରଣ ଉପରେ ଲଗାମ ଲାଗିବା ଜରୁରୀ ବୋଲି ମତ ଦେଇଥିଲେ । ଏପରିକି  ଝାରସୁଗୁଡ଼ାରେ ଉପନିର୍ବାଚନ ଦାୟିତ୍ୱରେ ଥିବା କିଛି ନେତା ମଧ୍ୟ ୨୫ତାରିଖ ରାତିରେ ଏହି ପ୍ରସଙ୍ଗରେ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି ।

ତେଣୁ ଏସବୁ ଦୃଷ୍ଟିରୁ ବରିଷ୍ଠ ନେତାମାନଙ୍କ ପ୍ରତି ବବିଙ୍କ ଏଭଳି ଅଶୋଭନୀୟ ଆଚରଣରେ ତୁରନ୍ତ ଲଗାମ ସହ ବିବଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତାକୁ ହ୍ରାସ ଏବଂ ସଂଗଠନକୁ ପରିଚାଳନା ପାଇଁ ବିକଳ୍ପ ବ୍ୟବସ୍ଥା ନରହିଲେ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଦଳୀୟ ନେତାମାନଙ୍କ ପୁଞ୍ଜିଭୂତ ଅସନ୍ତୋଷକୁ ନିୟନ୍ତ୍ରଣ କରିବା ବିଜେଡି ନେତୃତ୍ୱଙ୍କ ପାଇଁ କାଠିକର ପାଠ ହେବ ବୋଲି ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story