ନବୀନଙ୍କୁ ଚେତାଇଲେ ନେତା: ଅପବାଦ ମୁଣ୍ଡାଇବାକୁ ପ୍ୟାରୀ-ପାଣ୍ଡିଆନ ନାହାନ୍ତି, ଏଣିକି ଆପଣ ହିଁ ଦାୟୀ

ୱାକଫ୍ ସଂଶୋଧନ ବିଲ୍ ପ୍ରସଙ୍ଗରେ   ରାଜ୍ୟସଭାରେ ଗୁରୁବାର ବିଜେଡିର ନାଟକୀୟ ଆଭିମୁଖ୍ୟକୁ ନେଇ ଦଳରେ ସୃଷ୍ଟି ହୋଇଥିବା ବିସ୍ଫୋରକ ପରିସ୍ଥିତି ମଧ୍ୟରେ ଶୁକ୍ରବାର ପୂର୍ବାହ୍ନରେ ଆଗଧାଡ଼ିର ଦଳୀୟ ନେତାମାନେ ନବୀନଙ୍କୁ ଭେଟି ସାଂଗଠନିକ ପରିଚାଳନା ଓ ଦଳର ଆଭିମୁଖ୍ୟକୁ ନେଇ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

BJD

ଶଙ୍ଖ ଭବନରେ ଆଜି ବରିଷ୍ଠ ବିଜେଡି ନେତାଙ୍କ ବୈଠକ

Ordigital Desk
  • Published: Friday, 04 April 2025
  • Updated: 05 April 2025, 12:02 PM IST

Sports

Latest News

“ଏବେ ପ୍ୟାରୀ ମହାପାତ୍ର କି ଭିକେ ପାଣ୍ଡିଆନ ନାହାନ୍ତି ଯେ ସେମାନଙ୍କୁ କର୍ମୀ-ନେତା ଭୁଲ୍ ବୁଝିବେ । ଯାହାସବୁ ଦଳରେ ଏବେ ହେଉଛି ସେଥିପାଇଁ ଆପଣ ହିଁ ସିଧାସଳଖ ଦାୟୀ ରହିବେ ।” ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦଳର ବରିଷ୍ଠ ନେତାମାନଙ୍କ ଏଭଳି ମଧୁର-ଚେତାବନୀ ଯେତିକି ଅପ୍ରତ୍ୟାଶିତ ନଥିଲା ତା’ଠୁ ବେଶୀ ଆଶ୍ଚର୍ଯ୍ୟଜନକ ଥିଲା ନବୀନଙ୍କ ଧାଡ଼ିକିଆ ଜବାବ- ‘ଆଇ ୱିଲ୍ ରିମେମ୍ବର”।

ୱାକଫ୍ ସଂଶୋଧନ ବିଲ୍ ପ୍ରସଙ୍ଗରେ   ରାଜ୍ୟସଭାରେ ଗୁରୁବାର ବିଜେଡିର ନାଟକୀୟ ଆଭିମୁଖ୍ୟକୁ ନେଇ ଦଳରେ ସୃଷ୍ଟି ହୋଇଥିବା ବିସ୍ଫୋରକ ପରିସ୍ଥିତି ମଧ୍ୟରେ ଶୁକ୍ରବାର ପୂର୍ବାହ୍ନରେ ଆଗଧାଡ଼ିର ଦଳୀୟ ନେତାମାନେ ନବୀନଙ୍କୁ ଭେଟି ସାଂଗଠନିକ ପରିଚାଳନା ଓ ଦଳର ଆଭିମୁଖ୍ୟକୁ ନେଇ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଉ ସେମାନଙ୍କ ସହ ନବୀନ ଯେଭଳି ଢଙ୍ଗରେ ଆଲୋଚନା କରିଛନ୍ତି ସେଥିରୁ ବିଜେଡି ଭବିଷ୍ୟତରେ ବିଜେପି ସହ ଲଢ଼ିବା ସ୍ଥିତିରେ ନଥିବା ଓ ନବୀନଙ୍କ ଦୋମୁହାଁ ଚରିତ୍ର ଏକରକମ ସ୍ପଷ୍ଟ ହୋଇଯାଇଛି ।

ଇସ୍ତଫା ଦେବାର ଚେତାବନୀ ପରେ ଭେଟିଲେ ନବୀନ

ରାଜ୍ୟସଭାରେ ୱକଫ୍ ବିଲ୍ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କୁ ସୁହାଇବା ଭଳି ଗତକାଲି ବିଜେଡିର ନିଷ୍ପତ୍ତିକୁ ନେଇ ଆଜି ରାଜ୍ୟ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ଶାସକ ବିଜେପି ସହ ଦଳର କର୍ମୀ ଓ ନେତାମାନେ ତୃଣମୂଳସ୍ତରରେ ଲଢ଼ୁଥିବାବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଜେପି ସରକାରଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନେବାକୁ କେହି ସହଜରେ ହଜମ କରିପାରିନାହାନ୍ତି । ଦଳର ବରିଷ୍ଠ ନେତାମାନେ ଶଙ୍ଖଭବନରେ ବସି ବୈଠକ କରି ଏଭଳି ନିଷ୍ପତ୍ତି କାହିଁକି ନିଆଗଲା ବୋଲି ତା’ର କାରଣ ଖୋଜିବା ସହ ନବୀନଙ୍କୁ ଭେଟି ସ୍ପଷ୍ଟୀକରଣ ମାଗିବାକୁ ସଜବାଜ ହୋଇଥିବାବେଳେ ଆଗଧାଡ଼ିର ୬-୭ଜଣ ନେତା ପୂର୍ବାହ୍ନରେ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିବା ଜଣାପଡ଼ିଛି । ନବୀନଙ୍କୁ ସ୍ୱାସ୍ଥ୍ୟ ଯାଂଚ ପାଇଁ ଡାକ୍ତର ଆସିଥିବାର ବାହାନା ଦେଖାଇ ଏହି ନେତାମାନଙ୍କୁ ପ୍ରଥମେ ଭେଟିବାର ସୁଯୋଗ ଦିଆଯାଇନଥିଲା । କିନ୍ତୁ ପରେ ସେମାନେ ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେବା ପରେ ନବୀନ ସେମାନଙ୍କୁ ଭେଟିଥିବା  ସୂଚନା ମିଳିଛି ।

ଅସନ୍ତୋଷ ଝାଡ଼ିଲେ ନେତା

ୱକଫ୍ ବିଲ ପ୍ରସଙ୍ଗରେ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟକୁ ନେଇ ସୋସିଆଲ ମିଡିଆଠୁ ଆରମ୍ଭ କରି ରାଜ୍ୟର ସମସ୍ତ ପ୍ରମୁଖ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି । ବିଜେଡିର ଏଭଳି ନିଷ୍ପତ୍ତି ଦଳ ପାଇଁ ବୁମେରାଂ ବୋଲି କହି ନେତା-କର୍ମୀଙ୍କଠୁ ଆରମ୍ଭ କରି ସମର୍ଥକମାନେ ବି ନାସପନ୍ଦ କରୁଛନ୍ତି । ତୃଣମୂଳସ୍ତରରେ କର୍ମୀମାନଙ୍କର ତୀବ୍ର ଅସନ୍ତୋଷକୁ ଦେଖି ଦଳର ଆଗଧାଡ଼ିର ପ୍ରଭାବଶାଳୀ ନେତା ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅରୁଣ ସାହୁ ଓ ପ୍ରତାପ ଦେବ ପୂର୍ବାହ୍ନରେ ନବୀନ ନିବାସ ଯାଇଥିଲେ । ଯଦିଓ ପ୍ରଥମେ ଏହି ନେତାମାନଙ୍କୁ ଭେଟିବାର ସୁଯୋଗ ଦିଆଯାଇନଥିଲା । କିନ୍ତୁ ଏମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେବାର ଧମକ ଦେବାରୁ ବାଧ୍ୟ ହୋଇ ନବୀନ ସେମାନଙ୍କୁ ଭେଟିଥିଲେ ।

Also Read

ଏହି ନେତାମାନେ ସିଧାସଳଖ ନବୀନଙ୍କୁ ପ୍ରଶ୍ନବାଣରେ ପୋତି ଦେଇଥିଲେ ମଧ୍ୟ ଅତି ଚତୁର ନବୀନ ସେସବୁକୁ ବେଶ୍ ହାଲକା ଭାବେ ନେଇଥିଲେ । ଲୋକେ ସପ୍ତାହେ ପରେ ସବୁକିଛି ଭୁଲିଯିବେ କହି ସେମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ପ୍ରୟାସ କରିଥିଲେ । ଏହି ନେତାମାନେ ନବୀନ ନିବାସରେ ଥିବାବେଳେ ଶଙ୍ଖଭବନରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଭୂପିନ୍ଦର ସିଂ, ଶଶୀଭୂଷଣ ବେହେରା, ବଦ୍ରିନାରାୟଣ ପାତ୍ର, ଚନ୍ଦ୍ରଶେଖର ସାହୁ ପ୍ରମୁଖ ବୈଠକ କରି ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରୁଥିବା ଜଣାପଡ଼ିଛି । ଅବଶ୍ୟ ଏହି ନେତାମାନଙ୍କୁ ସନ୍ଧ୍ୟାରେ ଭେଟିବାକୁ ସମୟ ଦିଆଯାଇଥିବା ସୂଚନା ମିଳିଛି ।

ନେତାଙ୍କ ଅସନ୍ତୋଷ, ନବୀନଙ୍କ ଜବାବ

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ନବୀନ ନିବାସରେ ପ୍ରତାପ ଜେନା,ସଞ୍ଜୟ,ଅରୁଣ ଓ ପ୍ରତାପ ଦେବଙ୍କୁ କିଛି ସମୟ ଅପେକ୍ଷା କରିବା ପରେ ନବୀନଙ୍କ ଭେଟ ମିଳିଥିଲା । ୱକଫ୍ ବିଲକୁ ନେଇ ବିଜେଡିର ନିଷ୍ପତ୍ତି ଦଳ ପାଇଁ ଆତ୍ମଘାତୀ ହୋଇଛି ଓ କର୍ମୀ-ନେତାମାନଙ୍କୁ ମାନସିକ ଆଘାତ ଲାଗିଛି ବୋଲି ସେମାନେ କହିବା ସହ ଏଭଳି ହେଲେ ତୃଣମୂଳସ୍ତରରେ ଦଳ ମୂଳପୋଛ ହୋଇଯିବ ବୋଲି ନବୀନଙ୍କୁ କହିଥିଲେ । ମାତ୍ର ଚତୁର ନବୀନ ଏହାକୁ ହାଲକା ଭାବେ ନେଇ ଓଡ଼ିଶାରେ ସଂଖ୍ୟାଲଘୁଙ୍କ ପ୍ରତିଶତ ଓ ଭୋଟ ହାରର ପାଠ ପଢ଼ାଇ ଲୋକେ ସପ୍ତାହକରେ ସବୁ କିଛି ଭୁଲିଯିବେ କହି ସେମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ । ତେବେ ଆଳି ବିଧାୟକ ପ୍ରତାପ ଦେବ କହିଥିଲେ ଯେ, “ଏବେ ପ୍ୟାରୀ ମହାପାତ୍ର କି ଭିକେ ପାଣ୍ଡିଆନ ନାହାନ୍ତି । ଦଳରେ ଯାହାକିଛି ଭୁଲ୍ ହେବ ସେସବୁ ଆପଣଙ୍କ ମୁଣ୍ଡରେ ଯିବ ଓ ଆପଣ ଦାୟୀ ରହିବେ ।” ଆଉ ଏକଥା ଶୁଣି ନବୀନ ମଧ୍ୟ ‘ମୁଁ ଏକଥା ମନେରଖିବି’ କହି ସେମାନଙ୍କୁ ନମସ୍କାର କରି ଭିତରକୁ ଚାଲି ଯାଇଥିଲେ ।

ପାଣ୍ଡିଆନଙ୍କ ଚାଲ୍ ବିଜେଡିକୁ କାଳ

ନିର୍ବାଚନରେ ପରାଜୟ ପରେ କଠିନ ପରିସ୍ଥିତି ଦେଇ ଗତି କରୁଥିବା ଦଳ ଓ ସଂଗଠନକୁ ବଂଚାଇ ରଖିବାକୁ କିଛି ଦଳୀୟ ନେତା ଦିନରାତି ଏକ କରିଦେଇଛନ୍ତି । କିନ୍ତୁ ସେମାନଙ୍କୁ ଗୁରୁତ୍ୱ ନଦେଇ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ବେଶ୍ ଚତୁରତାର ସହ ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ଦଳୀୟ ନିଷ୍ପତ୍ତି ଓ ସଂଗଠନକୁ ନିୟନ୍ତ୍ରଣ କରୁଥିବା ନବୀନ ନିବାସ ସୂତ୍ରରୁ ସୂଚନା ମିଳିଛି । ଗୋଟିଏପଟେ ପାଣ୍ଡିଆନ ଦଳର ଆଗଧାଡ଼ିର ନେତାମାନଙ୍କୁ ଡାକି ସେ ଆଉ ବିଜେଡି ସହ ନାହାନ୍ତି କିମ୍ବା ତାଙ୍କର ବିଜେଡି ପ୍ରତି ସମ୍ବେଦନଶୀଳତା ନାହିଁ ବୋଲି କହି ନିଜକୁ ଦୂରେଇ ଦେବାର ଅଭିନୟ କରୁଛନ୍ତି । ଅନ୍ୟପଟେ ନବୀନଙ୍କ ମାଧ୍ୟମରେ ସଂଗଠନକୁ ନିୟନ୍ତ୍ରଣ କରୁଥିବା ସ୍ପଷ୍ଟ ହୋଇଛି । ୱକଫ୍ ବିଲ୍ ପ୍ରସଙ୍ଗରେ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ସେସମ୍ପର୍କରେ ଦଳର କୌଣସି ବରିଷ୍ଠ ନେତା କିମ୍ବା ସାଂସଦମାନଙ୍କ ସହ ପରାମର୍ଶ ହୋଇନଥିବା ଜଣାପଡ଼ିଛି । ନବୀନଙ୍କ ସମେତ ଏହି ନିଷ୍ପତ୍ତି କେବଳ ପାଣ୍ଡିଆନ ଓ ତାଙ୍କ ଆତ୍ମଘୋଷିତ କ୍ରୀତଦାସ ପ୍ରଣବପ୍ରକାଶ ଦାସ ଓରଫ ବବି ଜାଣିଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଯେଉଁଥିପାଇଁ ଆଜି ନବୀନଙ୍କୁ ଭେଟିବାକୁ ପ୍ରତାପ-ସଞ୍ଜୟ-ଅରୁଣ-ପ୍ରତାପ ଦେବ ଯିବାବେଳେ ବବିଙ୍କୁ ଡକାଯାଇଥିଲେ ମଧ୍ୟ ସେ ଅନ୍ୟ କାମର ବାହାନା ଦେଖାଇ ସେମାନଙ୍କ ସହ ଯିବାକୁ ରାଜି ହୋଇନଥିଲେ । ନିଜର ରାଜନୀତିକ ଅସ୍ତିିତ୍ୱ ରକ୍ଷା ପାଇଁ ବବିଙ୍କ କଥାରେ ଉଠବସ୍ ହେଉଥିବା ଦେବୀ ମିଶ୍ର ମଧ୍ୟ ବାହାନା ଦେଖାଇ ଏହି ନେତାମାନଙ୍କ ସହ ନବୀନ ନିବାସ ଯାଇନଥିଲେ ବୋଲି ଜଣାପଡ଼ିଛି ।

ନବୀନ ହିଁ ଅସଲ କାର୍ପେଟଦାର

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୋମୁହାଁ ଚରିତ୍ର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଦଳୀୟ ନେତାମାନଙ୍କଠୁ ନିଜକୁ ଦୂରେଇ ରଖି ଏକତରଫା ନିଷ୍ପତ୍ତିକୁ ଦଳ ଉପରେ ଲଦି ଦେବାରେ ସିଦ୍ଧହସ୍ତ ନବୀନଙ୍କୁ ଏବେ ଧୀରେଧୀରେ ଦଳରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରଥମ ଦଶନ୍ଧି ପ୍ୟାରୀ ମହାପାତ୍ର ଓ ପରବର୍ତ୍ତୀ ଦଶନ୍ଧି ଭିକେ ପାଣ୍ଡିଆନଙ୍କୁ ଆଗରେ ରଖି ସୁବିଧାବାଦୀ ରାଜନୀତିକ ଗୋଟିଚାଳନା କରି ଆସିଥିବା ନବୀନ ନିଜର ନିଷ୍କଳଙ୍କ ଓ ସାଧୁତାର ଭାବମୂର୍ତ୍ତି ଗଢ଼ିବାରେ ସଫଳ ହୋଇଛନ୍ତି ।

ମାତ୍ର ନବୀନଙ୍କ ଚାଲାକି ଜାଣିଥିବା ପାଣ୍ଡିଆନ ଏବେ ନବୀନଙ୍କୁ ‘ଡବଲକ୍ରସ୍‌’ କରି ତାଙ୍କର ଜାଲରେ ଫସାଇ ଦେଇଛନ୍ତି । ଗୋଟିଏପଟେ ପାଣ୍ଡିଆନ ନିଜେ ବିଜେଡି ସହ ନଥିବା ଦଳୀୟ ନେତାମାନଙ୍କୁ କହିଛନ୍ତି ଓ ଅନ୍ୟପଟେ ନବୀନଙ୍କୁ ପ୍ରଭାବିତ କରି ଦଳୀୟ ନିଷ୍ପତ୍ତି ନେଉଛନ୍ତି । ଆଉ ନବୀନ ମଧ୍ୟ ପାଣ୍ଡିଆନ ପଢ଼ାଇଥିବା ପାଠକୁ ପୋଷାଶୁଆ ଭଳି ଦଳର ନେତାମାନଙ୍କ ଆଗରେ କହୁଛନ୍ତି । ଏପରିକି ଯୁକ୍ତି ବାଢ଼ି ଦଳୀୟ ନେତାମାନଙ୍କୁ ଚୁପ୍ ମଧ୍ୟ କରାଉଛନ୍ତି । ଯେହେତୁ ପାଣ୍ଡିଆନ ଏବେ ଦଳରେ ନାହାନ୍ତି ତେଣୁ ଆଉ ତାଙ୍କ ଉପରେ ଦୋଷ ଲଦି ଖସିବାର ବାଟ ନଥିବାରୁ ବିଜେଡିର ସାଂଗଠନିକ ପରିଚାଳନା ଓ ନିଷ୍ପତ୍ତିକୁ ନେଇ ଯାହାସବୁ ହେଉଛି ସେଥିରେ ନବୀନ ହିଁ ଅସଲ କାର୍ପେଟଦାର ବୋଲି ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଥିବା ବିଜେଡି ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story