Advertisment

ବରିଷ୍ଠ କଂଗ୍ରେସ ନେତା ଧର୍ମପୁରି ଶ୍ରୀନିବାସଙ୍କ ପରଲୋକ

ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।

ଅଦ୍ୟତନ ହୋଇଛି
Dharmapuri Srinivas

Dharmapuri Srinivas

Advertisment

ବରିଷ୍ଠ କଂଗ୍ରେସ ନେତା ଧର୍ମପୁରି ଶ୍ରୀନିବାସଙ୍କ ପରଲୋକ ଘଟିଛି। ହୃତଘାତରେ ପ୍ରାଣ ହରାଇଛନ୍ତି ଏହି ବରିଷ୍ଠ ନେତା। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। 

Advertisment

ପରିବାରବର୍ଗଙ୍କ କହିବାନୁସାରେ, କିଛି ଦିନ ହେବ ଶ୍ରୀନିବାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା। ଆଜି ହଠାତ୍ ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଛି।

ଆନ୍ଧ୍ରପ୍ରଦେଶର ପୂର୍ବତନ କଂଗ୍ରେସ କମିଟି(PCC) ସଭାପତି ଥିଲେ ଶ୍ରୀନିବାସ। ଏହା ସାଙ୍ଗକୁ ସେ ସାଂସଦ ଓ ରାଜ୍ୟ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କର ଦୁଇ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବର୍ତ୍ତମାନ ନିଜାମାବାଦର ସାଂସଦ। ଶ୍ରୀନିବାସଙ୍କ ବଡ଼ ପୁଅ ସଞ୍ଜୟ ପୂର୍ବରୁ ନିଜାମାବାଦର ମେୟର ଭାବେ କାର୍ଯ୍ୟ କରିଥିଲେ।

Advertisment

ଶ୍ରୀନିବାସଙ୍କ ମୃତ୍ୟୁରେ ଅନେକ ବିଶିଷ୍ଟ ନେତା ଶୋକବ୍ୟକ୍ତ କରିଛନ୍ତି। ତେଲାଙ୍ଗାନା ପରିବହନ ଏବଂ ବିସି କଲ୍ୟାଣ ମନ୍ତ୍ରୀ ପୁନମ୍ ପ୍ରଭାକର ସମବେଦନା ଜଣାଇଛନ୍ତି। ସେହିପରି ତେଲାଙ୍ଗାନାର ପଞ୍ଚାୟତ ରାଜ ମନ୍ତ୍ରୀ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଦନସାରୀ ଅନସୂୟା ସୀଥକ୍କା ମଧ୍ୟ ଶ୍ରୀନିବାସଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Dharmapuri Srinivas Dies Congress Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe